ଗଣେଶ ପୂଜା ଓ ସରସ୍ୱତୀ ପୂଜାରେ ମଧ୍ୟାହ୍ନ ଭୋଜନ ବନ୍ଦ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଗଣେଶ ପୂଜା ଓ ସରସ୍ୱତୀ ପୂଜା ଦିନ ସ୍କୁଲରେ ମଧ୍ୟାହ୍ନ ଭୋଜନ ବନ୍ଦ ରଖିବା ପାଇଁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି। ମଧ୍ୟାହ୍ନ ଭୋଜନ କାର୍ଯ୍ୟକ୍ରମର ରାଜ୍ୟ ନୋଡାଲ ଅଫିସର ଗଙ୍ଗାଧର ସାହୁ ଆଜି ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଏନେଇ ନିର୍ଦ୍ଦେଶନାମା ଜାରି କରି କହିଛନ୍ତି ଯେ, ପୂଜା ଦିନ ଛାତ୍ରଛାତ୍ରୀମାନେ ମଧ୍ୟାହ୍ନଭୋଜନରେ ଉଷୁନା ଚାଉଳର ଭାତ ଖାଉନଥିବା ସରକାରଙ୍କ ଦୃଷ୍ଟିକୁ ଆସିଛି। ପୂଜା ପାଳନର ପରମ୍ପରା ଅନୁସାରେ ସେମାନେ ଏହି ଉଷୁନା […]

midday-meal

Manoranjan Sial
  • Published: Thursday, 29 August 2019
  • , Updated: 29 August 2019, 09:53 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଗଣେଶ ପୂଜା ଓ ସରସ୍ୱତୀ ପୂଜା ଦିନ ସ୍କୁଲରେ ମଧ୍ୟାହ୍ନ ଭୋଜନ ବନ୍ଦ ରଖିବା ପାଇଁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି।
ମଧ୍ୟାହ୍ନ ଭୋଜନ କାର୍ଯ୍ୟକ୍ରମର ରାଜ୍ୟ ନୋଡାଲ ଅଫିସର ଗଙ୍ଗାଧର ସାହୁ ଆଜି ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଏନେଇ ନିର୍ଦ୍ଦେଶନାମା ଜାରି କରି କହିଛନ୍ତି ଯେ, ପୂଜା ଦିନ ଛାତ୍ରଛାତ୍ରୀମାନେ ମଧ୍ୟାହ୍ନଭୋଜନରେ ଉଷୁନା ଚାଉଳର ଭାତ ଖାଉନଥିବା ସରକାରଙ୍କ ଦୃଷ୍ଟିକୁ ଆସିଛି। ପୂଜା ପାଳନର ପରମ୍ପରା ଅନୁସାରେ ସେମାନେ ଏହି ଉଷୁନା ଭାତ ଖାଉନାହାନ୍ତି। ତେଣୁ ପୂଜା ଦିନ ପିଲାମାନଙ୍କୁ ଉଷୁନା ଭାତରେ ପ୍ରସ୍ତୁତ ମଧ୍ୟାହ୍ନ ଭୋଜନ ଖାଇବା ପାଇଁ ବାଧ୍ୟ ନକରି ସେମାନଙ୍କୁ ପରମ୍ପରା ଅନୁସାରେ ପୂଜା ପାଳନ କରିବାକୁ ସ୍କୁଲଗୁଡ଼ିକ ପରାମର୍ଶ ଦିଅନ୍ତୁ। ତେଣୁ ଏହି କାରଣରୁ ଗଣେଶ ପୂଜା ଓ ସରସ୍ୱତୀ ପୂଜା ଦିନ ମଧ୍ୟାହ୍ନଭୋଜନ ଉପଲବ୍ଧ ହେବ ନାହିଁ ବୋଲି ଶ୍ରୀ ସାହୁ ଜିଲ୍ଲା ଶିକ୍ଷା ଅଧିକାରୀମାନଙ୍କୁ କହିଛନ୍ତି।

Related story