ପାନ ଖାଇ ଶ୍ରୀମନ୍ଦିରକୁ ଯାଇପାରିବେନି, କେବେଠୁ ନିୟମ ଲାଗୁ ହେବ, ପଢ଼ନ୍ତୁ

ପୁରୀ(ଓଡ଼ିଶା ରିପୋର୍ଟର): ଶ୍ରୀମନ୍ଦିର ଭିତରକୁ ଭକ୍ତ ଓ ସେବାୟତ ପାନ ବା ଗୁଟ୍‌ଖା ଖାଇ ପ୍ରବେଶ କରିପାରିବେ ନାହିଁ। ମନ୍ଦିର ପରିସର ପରିଷ୍କାର ପରିଚ୍ଛନ୍ନ ରଖିବା ଦୃଷ୍ଟିରେ ଏପରି ନିଷ୍ପତ୍ତି ନିଆଯାଇଛି। ଅଗଷ୍ଟ ୧ ତାରିଖରୁ ଏହି ନିୟମକୁ କଡ଼ାକଡ଼ି ଭାବେ ଲାଗୁ କରାଯିବ। ଏହାକୁ ଉଲ୍ଲଂଘନ କଲେ ୫୦୦ ଟଙ୍କା ପର୍ଯ୍ୟନ୍ତ ଜୋରିମାନା କରାଯିବାର ବ୍ୟବସ୍ଥାହୋଇଛି। ଆଜି ବସିଥିବା ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ଏନେଇ ନିଷ୍ପତ୍ତି ହୋଇଛି। ଆଜି ବସିଥିବା ବୈଠକ ପରେ ଶ୍ରୀମନ୍ଦିର […]

puri

Manoranjan Sial
  • Published: Monday, 29 July 2019
  • , Updated: 29 July 2019, 10:11 PM IST

ପୁରୀ(ଓଡ଼ିଶା ରିପୋର୍ଟର): ଶ୍ରୀମନ୍ଦିର ଭିତରକୁ ଭକ୍ତ ଓ ସେବାୟତ ପାନ ବା ଗୁଟ୍‌ଖା ଖାଇ ପ୍ରବେଶ କରିପାରିବେ ନାହିଁ। ମନ୍ଦିର ପରିସର ପରିଷ୍କାର ପରିଚ୍ଛନ୍ନ ରଖିବା ଦୃଷ୍ଟିରେ ଏପରି ନିଷ୍ପତ୍ତି ନିଆଯାଇଛି। ଅଗଷ୍ଟ ୧ ତାରିଖରୁ ଏହି ନିୟମକୁ କଡ଼ାକଡ଼ି ଭାବେ ଲାଗୁ କରାଯିବ। ଏହାକୁ ଉଲ୍ଲଂଘନ କଲେ ୫୦୦ ଟଙ୍କା ପର୍ଯ୍ୟନ୍ତ ଜୋରିମାନା କରାଯିବାର ବ୍ୟବସ୍ଥାହୋଇଛି। ଆଜି ବସିଥିବା ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ଏନେଇ ନିଷ୍ପତ୍ତି ହୋଇଛି।

ଆଜି ବସିଥିବା ବୈଠକ ପରେ ଶ୍ରୀମନ୍ଦିର ପ୍ରଶାସକ ପ୍ରଦୀପ୍ତ ମହାପାତ୍ର କହିଛନ୍ତି-“ବାତ୍ୟା ଫୋନି ଦ୍ୱାରା ଶ୍ରୀମନ୍ଦିରରେ ବହୁ କ୍ଷୟକ୍ଷତି ଘଟିଥିଲା। ରଥଯାତ୍ରାକୁ ଲକ୍ଷ୍ୟ ରଖି ଭାରତୀୟ ପ୍ରତ୍ନତତ୍ତ୍ୱ ବିଭାଗ (ଏଏସ୍‌ଆଇ) ନିର୍ଦ୍ଧାରିତ ସମୟରେ ସବୁ ମରାମତି କାମ ସାରିଛନ୍ତି। ସେଥିପାଇଁ ଏଏସ୍‌ଆଇକୁ ପରିଚାଳନା କମିଟି ତରଫରୁ ସାଧୁବାଦ ଜଣାଇ ଦିଆଯାଇଛି।”

ସେ ଆହୁରି କହିଛନ୍ତି-“ରଥଯାତ୍ରା ସମୟରେ ଶ୍ରୀମନ୍ଦିରକୁ ଫୁଲରେ ସଜା ଯାଇଥିଲା। ଦିଲ୍ଲୀର ଜଣେ ପ୍ରତିଷ୍ଠିତ ବ୍ୟବସାୟୀ ଏହି କାମ କରିଥିଲେ। ସମ୍ପୃକ୍ତ ବ୍ୟକ୍ତିଙ୍କୁ ଶ୍ରୀମନ୍ଦିର ପରିଚାଳନା କମିଟି ପକ୍ଷରୁ ସାଧୁବାଦ ଜଣାଇଦିଆଯାଉଛି।ଏପରିକି ତାଙ୍କୁ ଡକାଇ ସମ୍ମାନିତ କରିବାକୁ ପ୍ରସ୍ତାବ ଦିଆଯାଇଛି।”

Related story