ସ୍ପଷ୍ଟ କଲେ ଡିସିପି; ଏଥର କଟକରେ ହୋଇ ପାରିବନି ଗଣେଶ ପୂଜା

କଟକ (ଓଡ଼ିଶା ରିପୋର୍ଟର): ରାତି ପାହିଲେ ଗଣେଶ ପୂଜା। ମାତ୍ର ଏଥର ସିଲିଭର ସିଟି କଟକରେ ସାର୍ବଜନୀନ ସ୍ଥାନରେ ତଥା ମଣ୍ଡପରେ ପୂଜା ପାଇବେନି ବିଘ୍ନ ବିନାଶନ। କଟକରେ ଦିନକୁ ଦିନ କରୋନା ବେକାବୁ ହେବାକୁ ଲାଗିଥିବା ବେଳେ ଗଣେଶ ପୂଜାକୁ ଅନୁମତି ମିଳିବନି ବୋଲି ସ୍ପଷ୍ଟ କରିଛନ୍ତି କଟକ ଡିସିପି ପ୍ରତୀକ ସିଂହ। ସାଂପ୍ରତିକ କରୋନା ସ୍ଥିତିକୁ ଦେଖି ଅନୁମତି ଦିଆଯାଇପାରିବ ନାହିଁ ବୋଲି ସେ କହିଛନ୍ତି। ସୂଚନାଯୋଗ୍ୟ, କରୋନା ମହାମାରୀକୁ ଆଖି ଆଗରେ ରଖି […]

ganesh

ganesh

Niharika Rout
  • Published: Friday, 21 August 2020
  • Updated: 21 August 2020, 02:32 PM IST

କଟକ (ଓଡ଼ିଶା ରିପୋର୍ଟର): ରାତି ପାହିଲେ ଗଣେଶ ପୂଜା। ମାତ୍ର ଏଥର ସିଲିଭର ସିଟି କଟକରେ ସାର୍ବଜନୀନ ସ୍ଥାନରେ ତଥା ମଣ୍ଡପରେ ପୂଜା ପାଇବେନି ବିଘ୍ନ ବିନାଶନ। କଟକରେ ଦିନକୁ ଦିନ କରୋନା ବେକାବୁ ହେବାକୁ ଲାଗିଥିବା ବେଳେ ଗଣେଶ ପୂଜାକୁ ଅନୁମତି ମିଳିବନି ବୋଲି ସ୍ପଷ୍ଟ କରିଛନ୍ତି କଟକ ଡିସିପି ପ୍ରତୀକ ସିଂହ। ସାଂପ୍ରତିକ କରୋନା ସ୍ଥିତିକୁ ଦେଖି ଅନୁମତି ଦିଆଯାଇପାରିବ ନାହିଁ ବୋଲି ସେ କହିଛନ୍ତି।

ସୂଚନାଯୋଗ୍ୟ, କରୋନା ମହାମାରୀକୁ ଆଖି ଆଗରେ ରଖି ଦ୍ୱୈତନଗରୀ ମଣ୍ଡପରେ ଗଣେଶ ପୂଜା ଉପରେ କମିଶନରେଟ୍‌ ପୁଲିସ ରୋକ ଲଗାଇଥିଲେ। ଟୁଇନ ସିଟିରେ ମହାମାରୀ କରୋନା ଦିନକୁ ଦିନ ଭୟଙ୍କର ରୂପ ଧାରଣ କରୁଥିବାରୁ ମଣ୍ଡପ ଓ ସର୍ବସାଧାରଣ ସ୍ଥାନରେ ଗଣେଶ ପୂଜା  ନକରିବାକୁ କମିଶନରେଟ୍‌ ପୁଲିସ ନିଷ୍ପତ୍ତି ନେଇଥିଲା। ମାତ୍ର ଏଥିପାଇଁ ପୁଲିସ୍‌ କୌଣସି ପୂଜା କମିଟି ସହିତ ଆଲୋଚନା କରି ନ ଥିବାରୁ ଏହାକୁ ନେଇ ଗଣେଶ ପୂଜା କମିଟି କର୍ମକର୍ତ୍ତାଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା।

ଏହାକୁ ନେଇ ବୁଢ଼ା ଗଣେଶ ପୂଜା କମିଟି ପକ୍ଷରୁ ଶିବେନ୍ଦ୍ର ହାତୀ ହାଇକୋର୍ଟରେ ଜନସ୍ୱାର୍ଥ ମାମଲା ରୁଜୁ କରିଥିଲେ। ମଣ୍ଡପରେ ପୂଜା କରା ନଯିବା ନିର୍ଦ୍ଦେଶକୁ ସେ ଚ୍ୟାଲେଞ୍ଜ କରିଥିଲେ। ଏଥିରେ ମୁଖ୍ୟସଚିବ, SRC, ପୁଲିସ କମିଶନର, କଟକ ଜିଲ୍ଲାପାଳ, ଡିସିପି ଓ ସିଏମ୍‌ସି କମିଶନରଙ୍କୁ ପକ୍ଷଭୁକ୍ତ କରିଥିଲେ। ଏହାର ଶୁଣାଣି କରି ହାଇକୋର୍ଟ ଗତକାଲି ସ୍ଥାନୀୟ ଅଧିକାରୀଙ୍କ ଉପରେ ନିଷ୍ପତ୍ତି ଛାଡ଼ିଥିଲେ।

ହାଇକୋର୍ଟ କହିଥିଲେ, ସ୍ଥାନୀୟ ଅଞ୍ଚଳର ପରିସ୍ଥିତି ଦେଖି ମଣ୍ଡପରେ ପୂଜା ଗଣେଶ ପୂଜା ପାଇବେ କି ନାହିଁ ସ୍ଥାନୀୟ ପ୍ରଶାସନିକ ଅଧିକାରୀ ସେ ସଂକ୍ରାନ୍ତରେ ନିଷ୍ପତ୍ତି ନେବେ। ସେ ଚାହିଁଲେ ପୂଜା ପାଇଁ ଅନୁମତି ଦେଇପାରିବ। ଯଦି ପୂଜା ପାଇଁ ପରିସ୍ଥିତି ଠିକ୍ ନ ଥିବ, କରୋନା ବ୍ୟାପିବାର ଆଶଙ୍କା ଥିବ, ତେବେ ସେ ଅନୁମତି ଦେବେ ନାହିଁ ବୋଲି ଗତକାଲି ସ୍ପଷ୍ଟ କରିଥିଲେ ହାଇକୋର୍ଟ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story