ନାଲକୋ ଘରୋଇକରଣ ହେବନାହିଁ: ସ୍ପଷ୍ଟ କଲେ କେନ୍ଦ୍ର ଖଣି ମନ୍ତ୍ରାଳୟ

ଭୁବନେଶ୍ୱର: ନାଲକୋର ଘରୋଇକରଣ ହେବନାହିଁ। ବରଂ ସମ୍ପ୍ରସାରଣ କରାଯିବ ବୋଲି ସ୍ପଷ୍ଟୀକରଣ ଦେଇଛି କେନ୍ଦ୍ର ଖଣି ମନ୍ତ୍ରାଳୟ। ନାଲକୋର ଘରୋଇକରଣ ନୁହେଁ ସଂପ୍ରସାରଣ ପାଇଁ କେନ୍ଦ୍ର ଯୋଜନା କରୁଛି। ନାଲକୋ ବକ୍ସାଇଟ ଭଣ୍ଡାର ବୃଦ୍ଧି ସକାଶେ କେନ୍ଦ୍ର ସରକାର ପଟାଙ୍ଗି ଖଣିକୁ ଆଉ ୫ ବର୍ଷ ପାଇଁ ଏହି ସଂସ୍ଥାକୁ ଦେବା ଲାଗି ସ୍ଥିର କରିଛନ୍ତି।  ଖଣି ମନ୍ତ୍ରାଳୟ ସୂଚନା ଅନୁସାରେ ନାଲକୋର ତୃତୀୟ ପର୍ଯ୍ୟାୟରେ ସମ୍ପ୍ରସାରଣ ଲାଗି ୫୫୪୦ କୋଟି ବ୍ୟୟ ଅଟକଳ କରାଯାଇଛି। ଏହି […]

Nalco

Rakesh Mallick
  • Published: Wednesday, 28 June 2017
  • , Updated: 28 June 2017, 11:08 PM IST

ଭୁବନେଶ୍ୱର: ନାଲକୋର ଘରୋଇକରଣ ହେବନାହିଁ। ବରଂ ସମ୍ପ୍ରସାରଣ କରାଯିବ ବୋଲି ସ୍ପଷ୍ଟୀକରଣ ଦେଇଛି କେନ୍ଦ୍ର ଖଣି ମନ୍ତ୍ରାଳୟ।

ନାଲକୋର ଘରୋଇକରଣ ନୁହେଁ ସଂପ୍ରସାରଣ ପାଇଁ କେନ୍ଦ୍ର ଯୋଜନା କରୁଛି। ନାଲକୋ ବକ୍ସାଇଟ ଭଣ୍ଡାର ବୃଦ୍ଧି ସକାଶେ କେନ୍ଦ୍ର ସରକାର ପଟାଙ୍ଗି ଖଣିକୁ ଆଉ ୫ ବର୍ଷ ପାଇଁ ଏହି ସଂସ୍ଥାକୁ ଦେବା ଲାଗି ସ୍ଥିର କରିଛନ୍ତି।  ଖଣି ମନ୍ତ୍ରାଳୟ ସୂଚନା ଅନୁସାରେ ନାଲକୋର ତୃତୀୟ ପର୍ଯ୍ୟାୟରେ ସମ୍ପ୍ରସାରଣ ଲାଗି ୫୫୪୦ କୋଟି ବ୍ୟୟ ଅଟକଳ କରାଯାଇଛି। ଏହି ପର୍ଯ୍ୟାୟରେ ଦାମନଯୋଡ଼ିଠାରେ ବାର୍ଷିକ ୧ ନିୟୁତ ଟନ୍ ଉତ୍ପାଦନ କ୍ଷମତା ବିଶିଷ୍ଟ ଏକ ଆଲୁମିନା ବିଶୋଧନାଗାର ପ୍ରତିଷ୍ଠା କରାଯିବ।

Related story