ଚୁରମାର ହେଲା ସ୍ୱପ୍ନ ; ଟୁଇନ ସିଟିରେ ଗଡ଼ିବନି ମେଟ୍ରୋ ଟ୍ରେନ୍‌

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭୁବନେଶ୍ୱର-କଟକ ମେଟ୍ରୋ ସ୍ୱପ୍ନକୁ ଝଟକା। ୨୦୪୧ ଭିତରେ ଭୁବନେଶ୍ୱର-କଟକ ମଧ୍ୟରେ ମେଟ୍ରୋ ଟ୍ରେନ୍ ଗଡ଼ିବାର ସମ୍ଭାବନା କ୍ଷୀଣ । ବିଧାନସଭା ପ୍ରଶ୍ନୋତ୍ତର କାଳରେ ଆଜି ଏହି ମର୍ମରେ ଗୃହକୁ ସୂଚନା ଦେଇଛନ୍ତି ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା । ଏସଂପର୍କିତ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ କହିଛନ୍ତି ଭୁବନେଶ୍ୱର ଓ କଟକରେ ମେଟ୍ରୋ ଟ୍ରେନ୍ ଚାଲିବା ପାଇଁ ରାଜ୍ୟ ସରକାରଙ୍କ କୌଣସି ପ୍ରସ୍ତାବ ନାହିଁ।  ଭୁବନେଶ୍ୱର-କଟକରେ ମେଟ୍ରୋ ଟ୍ରେନ ଚାଲିବା ପାଇଁ ଭାରତ ସରକାର […]

Metro Train

Niharika Rout
  • Published: Tuesday, 30 March 2021
  • , Updated: 30 March 2021, 01:27 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭୁବନେଶ୍ୱର-କଟକ ମେଟ୍ରୋ ସ୍ୱପ୍ନକୁ ଝଟକା। ୨୦୪୧ ଭିତରେ ଭୁବନେଶ୍ୱର-କଟକ ମଧ୍ୟରେ ମେଟ୍ରୋ ଟ୍ରେନ୍ ଗଡ଼ିବାର ସମ୍ଭାବନା କ୍ଷୀଣ । ବିଧାନସଭା ପ୍ରଶ୍ନୋତ୍ତର କାଳରେ ଆଜି ଏହି ମର୍ମରେ ଗୃହକୁ ସୂଚନା ଦେଇଛନ୍ତି ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ।

ଏସଂପର୍କିତ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ କହିଛନ୍ତି ଭୁବନେଶ୍ୱର ଓ କଟକରେ ମେଟ୍ରୋ ଟ୍ରେନ୍ ଚାଲିବା ପାଇଁ ରାଜ୍ୟ ସରକାରଙ୍କ କୌଣସି ପ୍ରସ୍ତାବ ନାହିଁ।  ଭୁବନେଶ୍ୱର-କଟକରେ ମେଟ୍ରୋ ଟ୍ରେନ ଚାଲିବା ପାଇଁ ଭାରତ ସରକାର ଓ ରାଜ୍ୟ ସରକାରଙ୍କ ମିଳିତ ଉଦ୍ୟମରେ ଏକ ସର୍ଭେ କରାଯାଇଥିଲା । ଯେଉଁଥିରେ କି ୨୦୪୧ ପର୍ଯ୍ୟନ୍ତ ଟୁଇନ ସିଟିରେ ମେଟ୍ରୋ ରେଳ ଗଡ଼ିପାରିବନି ବୋଲି ସର୍ଭେ ରିପୋର୍ଟରୁ ଜଣାପଡିଛି।

ଜନସଂଖ୍ୟା ଆଧାରରେ ସର୍ଭେ ଅନୁଯାୟୀ ଫିଜିବିଲିଟି ନଥିବାରୁ ଏହାକୁ ଆଗକୁ ବଢା ଯାଇ ପାରୁନି ବୋଲି ମନ୍ତ୍ରୀ କହିଛନ୍ତି । ତେବେ ସଦସ୍ୟଙ୍କ ଦାବି ପରେ ପୁଣିଥରେ ସର୍ଭେ ପାଇଁ କେନ୍ଦ୍ର ପାଖରେ ଦାବି ହେବ।  ଏଥିରେ କଟକରୁ ଚଣ୍ଡିଖୋଲ ଓ ଭୁବନେଶ୍ୱରରୁ ପୁରୀ ପର୍ଯ୍ୟନ୍ତ ଏହାକୁ ସମ୍ପ୍ରସାରଣ କରିବାର ପ୍ରସ୍ତାବ ରହିବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି।

Related story