'ଓଡ଼ିଶାକୁ ଆସି ନାହିଁ ପଞ୍ଜାବ ଷ୍ଟ୍ରେନ୍'

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ସାରା ଦେଶରେ କରୋନାର ଦ୍ୱିତୀୟ ଲହର ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି। ଓଡ଼ିଶାରେ ମଧ୍ୟ ଗତ କିଛି ଦିନ ହେବ ପଜିଟିଭ୍ କେସ୍ ଲଗାତର ବୃଦ୍ଧି ପାଉଛି। ଆସନ୍ତା ଏପ୍ରିଲ୍ ଶେଷ ମାସ ବେଳକୁ କରୋନା ସଂକ୍ରମଣ ଅଧିକ ଭୟାବହ ହେବ ବୋଲି ଏସବିଆଇର ଏକ ରିସର୍ଚ୍ଚରେ ଜଣାପଡ଼ିଛି। ତେବେ ଓଡ଼ିଶାରେ ଏହାର ପ୍ରଭାବ କେତେ ପଡ଼ିବ, ଏହାକୁ ନେଇ ଆଇଏସଏଲ୍ ନିର୍ଦ୍ଦେଶକ ଅଜୟ ପରିଡା ମନ୍ତବ୍ୟ ରଖିଛନ୍ତି। ଶ୍ରୀ ପରିଡ଼ା କହିଛନ୍ତି, […]

ajay-parida

ajay-parida

Ranjit Kumar Jena
  • Published: Friday, 26 March 2021
  • Updated: 26 March 2021, 03:46 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ସାରା ଦେଶରେ କରୋନାର ଦ୍ୱିତୀୟ ଲହର ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି। ଓଡ଼ିଶାରେ ମଧ୍ୟ ଗତ କିଛି ଦିନ ହେବ ପଜିଟିଭ୍ କେସ୍ ଲଗାତର ବୃଦ୍ଧି ପାଉଛି। ଆସନ୍ତା ଏପ୍ରିଲ୍ ଶେଷ ମାସ ବେଳକୁ କରୋନା ସଂକ୍ରମଣ ଅଧିକ ଭୟାବହ ହେବ ବୋଲି ଏସବିଆଇର ଏକ ରିସର୍ଚ୍ଚରେ ଜଣାପଡ଼ିଛି। ତେବେ ଓଡ଼ିଶାରେ ଏହାର ପ୍ରଭାବ କେତେ ପଡ଼ିବ, ଏହାକୁ ନେଇ ଆଇଏସଏଲ୍ ନିର୍ଦ୍ଦେଶକ ଅଜୟ ପରିଡା ମନ୍ତବ୍ୟ ରଖିଛନ୍ତି।

ଶ୍ରୀ ପରିଡ଼ା କହିଛନ୍ତି, ବର୍ତ୍ତମାନ ମହାରାଷ୍ଟ୍ର, ପଞ୍ଜାବ କିମ୍ବା ଅନ୍ୟ ରାଜ୍ୟରେ ଯେଉଁ ଷ୍ଟ୍ରେନ୍ ଦେଖା ଦେଇଛି। ଓଡ଼ିଶାକୁ ଏପର୍ଯ୍ୟନ୍ତ ସେହି ଷ୍ଟ୍ରେନ୍ ଆସିନାହିଁ। ଯେପର୍ଯ୍ୟନ୍ତ ଜିମନ୍ ସିକ୍ୟୁଏନ୍ସ ନହୋଇଛି, ସେ ଯାଏ କିଛି କହିହେବ ନାହିଁ। ଓଡ଼ିଶାରେ ତ ପଜିଟିଭ୍ ରେଟ୍ ବଢ଼ୁଛି। କିନ୍ତୁ ରାଜ୍ୟରେ କେଉଁ ଷ୍ଟ୍ରେନ୍ ପାଇଁ ସଂକ୍ରମଣ ସଂଖ୍ୟା ବଢ଼ୁଛି, ତାହା ଜିନମ୍ ସିକ୍ୟୁଏନ୍ସି ପରେ ହିଁ ଜଣାପଡ଼ିବ। ଏହାସହିତ ପଞ୍ଜାବ ଷ୍ଟ୍ରେନ୍ ଓଡ଼ିଶାକୁ ଆସିନଥିବା ଶ୍ରୀ ପରିଡା କହିଛନ୍ତି।

ସେ ଆହୁରି କହିଛନ୍ତି, ଡିସେମ୍ବରରେ ସାମ୍ପୁଲ ପରୀକ୍ଷା ପୁଣେରେ ହୋଇଥିଲା। ଏହାପରେ ସବୁ ଟେଷ୍ଟ ଆଇଏଲଏସରେ ହେଉଛି। ବର୍ତ୍ତମାନ ଜାନୁଆରୀରୁ ମାର୍ଚ୍ଚ ପର୍ଯ୍ୟନ୍ତ ୨୨୨ ସାମ୍ପଲର ଜିନମ୍ ସିକୁଏନ୍ସ ଚାଲିଛି। ଆଉ ୨ ଦିନ ମଧ୍ୟରେ ସବୁ ରିପୋର୍ଟ ଆସିଯିବ ଏବଂ ଏହା ପରେ ରାଜ୍ୟରେ କେଉଁ ଷ୍ଟ୍ରେନ୍ ଅଛି, ତାହା ସ୍ପଷ୍ଟ ହୋଇଯିବ ବୋଲି ସେ କହିଛନ୍ତି।

ପ୍ରବାସୀ ଓ ଡିସେମ୍ବର ପଜିଟିଭର ମୋଟ୍ ୫ ପ୍ରତିଶତ ସାମ୍ପଲର ଟେଷ୍ଟ ଚାଲିଛି। ୨/୩ ଦିନ ପରେ ସ୍ଥିତି ସ୍ପଷ୍ଟ ହେବ ବୋଲି କହିଛନ୍ତି ଅଜୟ ପରିଡା। ଏହାସହିତ ଟେଷ୍ଟିଂ, ଟ୍ରେସିଂ ଓ ଟ୍ରିଟ୍କୁ ଗୁରୁତ୍ୱ ଦେଲେ ସଂକ୍ରମଣ ହ୍ରାସ କରିହେବ ବୋଲି ସେ ସୂଚନା ଦେଇଛନ୍ତି। ବର୍ତ୍ତମାନ ଟେଷ୍ଟିଂକୁ ଗୁରୁତ୍ୱ ଦିଆଯିବା ସହ ଦୈନିକ ୧୧ ହଜାର ଆରଟିପିସିଆର ଟେଷ୍ଟ ଧାର୍ଯ୍ୟ କରାଯାଇଛି। ଯେଉଁଠି ଟେଷ୍ଟ କାମୁଥିଲା ସେଠି ତ୍ୱରାନ୍ୱିତ କରିବାକୁ କୁହାଯାଇଥିବା ଅଜୟ ପରିଡା ସୂଚନା ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos