ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ମହାମାରୀ କରୋନାକୁ ମାତ ଦେବା ପାଇଁ ଚାଲିଛି ଟିକାକରଣ। ପ୍ରଥମ ଦିନରେ ଭୁବନେଶ୍ୱରରେ ଦିଆଯାଇଥିବା ଟିକା ଦ୍ୱାରା କୌଣସ ଲୋକଙ୍କଠାରେ ପାର୍ଶ୍ୱ ପ୍ରତିକ୍ରିୟା ଦେଖାଯାଇନାହିଁ। ଏନେଇ ସୂଚନା ଦେଇଛନ୍ତି କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକ ଡାକ୍ତର ଲକ୍ଷ୍ମୀଧର ସାହୁ। ଲୋକଙ୍କୁ ଟିକା ଦିଆଯିବା ପରେ ପାର୍ଶ୍ୱ ପ୍ରତିକ୍ରିୟା ନେଇ କୌଣସି ଖବର ଆସିନାହିଁ ବୋଲି ସେ କହିଛନ୍ତି।
ଆଜିଠୁ ୨୫ ତାରିଖ ପର୍ଯ୍ୟନ୍ତ ୧ ଲକ୍ଷ ୭୮ ହଜାର ସ୍ୱାସ୍ଥ୍ୟ କର୍ମୀଙ୍କୁ ଟିକାକରଣ କରାଯିବ। ପୂର୍ବରୁ ୧୩ ହଜାର ୮୯୦ ଲୋକଙ୍କୁ ଟିକାକରଣ କରାଯାଇଥିଲା। କେଉଁ ଦିନ କେତେ ସେସନରେ ଟିକାକରଣ ହେବ, ତାହା ମଧ୍ୟ ନିର୍ଦ୍ଧାରଣ ହୋଇ ସାରିଛି।
୧୯ ତାରିଖରେ ୧୯୨ଟି ସେସନ ହେବ ଟିକାକରଣ। ସେହିଭଳି ୨୦ ତାରିଖରେ ୯୨ଟି ସେସନ ହେବ, ୨୧ରେ ୪୩୬, ୨୨ରେ ୧୪୧ ଟି ସେସନ ହେବ ୨୩ରେ ତାରିଖରେ ୧୭୮ ଟି ଓ ୨୫ ତାରିଖରେ ୨୭୯ ଟି ସେସନରେ ହେବ ଟିକାକରଣ। ଯେଉଁମାନେ ଯେଉଁ ଦିନ ଟିକା ନେଇଛନ୍ତି, ତାହାର ୨୮ ଦିନ ପରେ ସେକେଣ୍ଡ ଡୋଜ ନେବେ। ସେଥିପାଇଁ ପର୍ଯ୍ୟପ୍ତ ଟିକା ରହିଛି। ସେହି ସମୟର ଦୁଇ ଦିନ ପୂର୍ବରୁ SMS ଦ୍ୱାରା ଜଣାଇ ଦିଆଯିବ।