ଶ୍ରୀମନ୍ଦିର ଭିତରକୁ ସ୍ମାର୍ଟ୍‌ ଫୋନ ମନା: ଛତିଶାନିଯୋଗ ବୈଠକରେ ନିଷ୍ପତ୍ତି

ପୁରୀ (ଓଡ଼ିଶା ରିପୋର୍ଟର): ଶ୍ରୀମନ୍ଦିର ସେବାୟତ ଓ କର୍ମଚାରୀମାନେ ଶ୍ରୀମନ୍ଦିର ଭିତରକୁ ସ୍ମାର୍ଟ ଫୋନ୍‌ ନେଇ ଯାଇପାରିବେ ନାହିଁ। ଆବଶ୍ୟକ ହେଲେ ସାଧାରଣ ଫୋନ୍‌ ନେଇ ପାରିବେ। ଯେଉଁଥିରେ ଇଣ୍ଟରନେଟ୍‌ ଓ କ୍ୟାମେରା ନଥିବ। ଏହାଛଡ଼ା ସେବାୟତଙ୍କୁ ସିୟୁଜି (କ୍ଲୋଜ୍‌ ୟୁଜର ଗ୍ରୁପ୍‌) ମୋବାଇଲ ଯୋଗାଇ ଦିଆଯାଇ ପାରେ। ଏନେଇ ବିଭିନ୍ନ ମୋବାଇଲ କମ୍ପାନୀ ସହିତ ଆଲୋଚନା କରାଯିବ। ତେବେ ଏନେଇ ଜିଲ୍ଲାପାଳ ଓ ଏସ୍‌ପିଙ୍କ ସହିତ ଆଲୋଚନା ପରେ ନିଷ୍ପତ୍ତି ନିଆଯିବ।  ଆଜି ବସିଥିବା ଛତିଶାନିଯୋଗ […]

Rakesh Mallick
  • Published: Wednesday, 20 September 2017
  • , Updated: 20 September 2017, 10:50 PM IST

ପୁରୀ (ଓଡ଼ିଶା ରିପୋର୍ଟର): ଶ୍ରୀମନ୍ଦିର ସେବାୟତ ଓ କର୍ମଚାରୀମାନେ ଶ୍ରୀମନ୍ଦିର ଭିତରକୁ ସ୍ମାର୍ଟ ଫୋନ୍‌ ନେଇ ଯାଇପାରିବେ ନାହିଁ। ଆବଶ୍ୟକ ହେଲେ ସାଧାରଣ ଫୋନ୍‌ ନେଇ ପାରିବେ। ଯେଉଁଥିରେ ଇଣ୍ଟରନେଟ୍‌ ଓ କ୍ୟାମେରା ନଥିବ। ଏହାଛଡ଼ା ସେବାୟତଙ୍କୁ ସିୟୁଜି (କ୍ଲୋଜ୍‌ ୟୁଜର ଗ୍ରୁପ୍‌) ମୋବାଇଲ ଯୋଗାଇ ଦିଆଯାଇ ପାରେ। ଏନେଇ ବିଭିନ୍ନ ମୋବାଇଲ କମ୍ପାନୀ ସହିତ ଆଲୋଚନା କରାଯିବ। ତେବେ ଏନେଇ ଜିଲ୍ଲାପାଳ ଓ ଏସ୍‌ପିଙ୍କ ସହିତ ଆଲୋଚନା ପରେ ନିଷ୍ପତ୍ତି ନିଆଯିବ।  ଆଜି ବସିଥିବା ଛତିଶାନିଯୋଗ ବୈଠକରେ ଏନେଇ ସ୍ଥିର ହୋଇଛି।

ବୈଠକ ପରେ ଶ୍ରୀମନ୍ଦିର ପ୍ରଶାସକ ପ୍ରଦୀପ ଜେନା କହିଛନ୍ତି-“ସେବାୟତ ଚିହ୍ନଟ ପାଇଁ ମୋବାଇଲରେ ଲାଗିବ ସ୍ୱତନ୍ତ୍ର ଲୋଗୋ ଯୋଗାଇ ଦିଆଯିବ। ଶ୍ରୀମନ୍ଦିର ପ୍ରଶାସନ ସେବାୟତଙ୍କୁ ଲୋଗୋ ଯୋଗାଇ ଦେବେ। କେବେ ଲୋଗୋ ଯୋଗାଇବ, ପରବର୍ତ୍ତୀ ବୈଠକରେ ନିଷ୍ପତ୍ତି।”

ସେ କହିଛନ୍ତି-“କାର୍ତ୍ତିକ ମାସ ହେଉଛି ଧର୍ମର ମାସ। ଏହି ମାସରେ ପୁରୀକୁ ବହୁ ଭକ୍ତ ଆସିଥାନ୍ତି। ଭିଡ଼କୁ ଦେଖି ୧ ଅକ୍ଟୋବର ୨୦୧୭ରୁ ୪ ନଭେମ୍ୱର (୩୫) ଦିନର କାର୍ଯ୍ୟ ନିର୍ଘଣ୍ଟକୁ ମଞ୍ଜୁରୀ ମିଳିଛି। ଏଥିରେ ନିର୍ଦ୍ଧାରିତ ସମୟରେ ନୀତିକାନ୍ତି ଉପରେ ଆଲୋଚନା ହୋଇଥିଲା।”

Related story