୨୦୧୯ରେ ସଡ଼କ ନେଇଛି ୨୩୯୭ ଜୀବନ!

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ହେଲମେଟ୍‌ ପିନ୍ଧିନଥିବାରୁ ୨୦୧୯ରେ ଯାଇଛି ୨୩୯୭ ଜୀବନ। ଆଜି ମୁଖ୍ୟ ସଚିବ ସୁରେଶ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ବସିଥିବା ସଡ଼କ ନିରାପତ୍ତା ବୈଠକରୁ ଏହି ସୂଚନା ମିଳିଛି। ୨୦୧୯ରେ ମୋଟ ୫୩୩୩ ସଡ଼କ ଦୁର୍ଘଟଣାରେ ୨୩୯୭ ପ୍ରାଣ ହରାଇଛନ୍ତି। ପ୍ରାଣ ହରାଇଥିବା ଲୋକଙ୍କ ମଧ୍ୟରୁ ୧୮ରୁ ୪୫ ବର୍ଷ ଭିତରେ ୬୭% ରହିଛି। ସେହିପରି ୪୧% ଦୁର୍ଘଟଣା ହେଲମେଟ୍‌ ନ ପିନ୍ଧିବା ଓ ୬୯% ଦ୍ରୁତ ଗାଡ଼ିଚାଳନାରୁ ହୋଇଛି। ୨୦୧୯ରେ ଚିହ୍ନଟ ବ୍ଲାକ ସ୍ପଟ୍‌ ମରାମତି […]

bike-accident

Manoranjan Sial
  • Published: Monday, 08 March 2021
  • , Updated: 08 March 2021, 08:42 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ହେଲମେଟ୍‌ ପିନ୍ଧିନଥିବାରୁ ୨୦୧୯ରେ ଯାଇଛି ୨୩୯୭ ଜୀବନ। ଆଜି ମୁଖ୍ୟ ସଚିବ ସୁରେଶ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ବସିଥିବା ସଡ଼କ ନିରାପତ୍ତା ବୈଠକରୁ ଏହି ସୂଚନା ମିଳିଛି। ୨୦୧୯ରେ ମୋଟ ୫୩୩୩ ସଡ଼କ ଦୁର୍ଘଟଣାରେ ୨୩୯୭ ପ୍ରାଣ ହରାଇଛନ୍ତି। ପ୍ରାଣ ହରାଇଥିବା ଲୋକଙ୍କ ମଧ୍ୟରୁ ୧୮ରୁ ୪୫ ବର୍ଷ ଭିତରେ ୬୭% ରହିଛି।

ସେହିପରି ୪୧% ଦୁର୍ଘଟଣା ହେଲମେଟ୍‌ ନ ପିନ୍ଧିବା ଓ ୬୯% ଦ୍ରୁତ ଗାଡ଼ିଚାଳନାରୁ ହୋଇଛି। ୨୦୧୯ରେ ଚିହ୍ନଟ ବ୍ଲାକ ସ୍ପଟ୍‌ ମରାମତି ତୁରନ୍ତ ସାରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଲଗାତର ଭାବେ ବ୍ଲାକ ସ୍ପଟ ଚିହ୍ନଟ; ଜିଲ୍ଲାସ୍ତରରେ ମରାମତି ପରାମର୍ଶ ଦିଆଯାଇଛି। ସଚେତନତା କାର୍ଯ୍ୟକ୍ରମ ଜରିଆରେ ଦୁର୍ଘଟଣା କମାଇବାକୁ ପରାମର୍ଶ ଦିଆଯାଇଛି।

ସୂଚନାରୁ ପ୍ରକାଶ, ସଡ଼କ ଦୁର୍ଘଟଣା ରୋକିବା ପାଇଁ ପ୍ରତିବର୍ଷ ସଚେତନତା କରାଯାଉଛି। ଏହା ସତ୍ତ୍ୱେ ଲୋକଙ୍କ ମାନସିକତାର କୌଣସି ପରିବର୍ତ୍ତନ ହେଉନି। ସେମାନେ ବିନା ହେଲ୍‌ମେଟ୍‌ରେ ଗାଡ଼ି ଚଲାଉଛି। ଯାହାଫଳରେ ଦୁର୍ଘଟଣା ଘଟି ଲୋକଙ୍କ ଜୀବନ ଯାଉଛି।

Related story