ଭଲ ମୁଡ୍‌ରେ ଆସିବ ମୌସୁମୀ: ବୈଶାଖରେ ଆସିଲା ବର୍ଷାର ଖବର

ନୂଆଦିଲ୍ଲୀ:ଚାଷୀଙ୍କ ପାଇଁ ଖୁସି ଖବର। ଏବର୍ଷ ମୌସୁମୀ ବାୟୁ ପ୍ରବାହ ସ୍ୱଭାବିକ ରହିବ । ତା’ସହିତ ଦେଶରେ ଅଧିକାଂଶ ଅଞ୍ଚଳରେ ସମାନ ପରିମାଣରେ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ। ତେବେ କେଉଁ ଅଞ୍ଚଳରେ କେତେ ବର୍ଷା ହେବ ଜୁନ୍‌ ପ୍ରଥମ ସପ୍ତାହରେ ସେନେଇ ବିସ୍ତୃତ ତଥ୍ୟ ଦେବ ପାଣିପାଗ ବିଭାଗ। ଦେଶରେ ଅଧିକାଂଶ ଅଞ୍ଚଳରେ ସମାନ ପରିମାଣରେ ବର୍ଷା ହେବା ଆଶା କରାଯାଉଛି । ୯୬ ପ୍ରତିଶତରୁ  ୫ ପ୍ରତିଶତ ଅଧିକ […]

An Indian farmer participates in a bull

Rakesh Mallick
  • Published: Tuesday, 18 April 2017
  • , Updated: 18 April 2017, 06:46 PM IST

ନୂଆଦିଲ୍ଲୀ:ଚାଷୀଙ୍କ ପାଇଁ ଖୁସି ଖବର। ଏବର୍ଷ ମୌସୁମୀ ବାୟୁ ପ୍ରବାହ ସ୍ୱଭାବିକ ରହିବ । ତା’ସହିତ ଦେଶରେ ଅଧିକାଂଶ ଅଞ୍ଚଳରେ ସମାନ ପରିମାଣରେ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ। ତେବେ କେଉଁ ଅଞ୍ଚଳରେ କେତେ ବର୍ଷା ହେବ ଜୁନ୍‌ ପ୍ରଥମ ସପ୍ତାହରେ ସେନେଇ ବିସ୍ତୃତ ତଥ୍ୟ ଦେବ ପାଣିପାଗ ବିଭାଗ। ଦେଶରେ ଅଧିକାଂଶ ଅଞ୍ଚଳରେ ସମାନ ପରିମାଣରେ ବର୍ଷା ହେବା ଆଶା କରାଯାଉଛି ।

୯୬ ପ୍ରତିଶତରୁ  ୫ ପ୍ରତିଶତ ଅଧିକ କିମ୍ବା ୫ ପ୍ରତିଶତ କମ୍ ବର୍ଷା ହେଲେ ଏହାକୁ ସ୍ୱଭାବିକ ମୌସୁମୀ ଭାବେ ବିବେଚନା କରାଯାଏ। ଏଥର ୯୬ରୁ  ୧୦୮ ପ୍ରତିଶତ ପର୍ଯ୍ୟନ୍ତ ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ ଆକଳନ କରିଛି। ସେହିପରି  ଏ ବର୍ଷ ଏଲନିନୋର ପ୍ରଭାବ ହ୍ରାସ ପାଇବାରେ ଲାଗିଛି। ଏହା ୫୦ ପ୍ରତିଶତରୁ କମି  ୩୦ ପ୍ରତିଶତରେ ପହଞ୍ଚିଛି। ତେବେ କେଉଁ ଅଞ୍ଚଳରେ କେତେ ବର୍ଷା  ହେବ ଜୁନ୍ ପ୍ରଥମ ସପ୍ତାହରେ  ତଥ୍ୟ ଦିଆଯିବ ବୋଲି ଆଇଏମଡି କହିଛି।

Related story