ମୌସୁମୀ ଆସିବାରେ ଆହୁରି ବିଳମ୍ବ ହେବ, ତଥାପି ତାତିରୁ ମିଳିବ ତ୍ରାହି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ତାତିରୁ ମିଳିବ ତ୍ରାହି। ଗତ ୪-୫ ଦିନ ଧରି ରାଜ୍ୟର ବହୁ ସ୍ଥାନରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହୁଥିବା ବେଳେ ଗତକାଲିର କାଳବୈଶାଖୀ ବର୍ଷା ଯୋଗୁଁ ସ୍ଥିତିରେ ସାମାନ୍ୟ ସୁଧାର ଆସିଛି। ଆଜି ରାଜ୍ୟର ୬ଟି ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଥିଲା।  ତେବେ କାଳବୈଶାଖୀ ଯୋଗୁଁ କିଛି ସ୍ଥାନରେ ତାତି ସାମାନ୍ୟ କମିଥିଲେ ବି ଲୋକେ ଗୁଳୁଗୁଳିରେ ବେହାଲ୍ । ସେପଟେ ସାମୁଦ୍ରିକ ଝଡ଼ ବାୟୁ ଯୋଗୁଁ ମୌସୁମୀ ଆସିବାରେ ଆହୁରି […]

b-90

Tapas Behera
  • Published: Thursday, 13 June 2019
  • , Updated: 13 June 2019, 08:08 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ତାତିରୁ ମିଳିବ ତ୍ରାହି। ଗତ ୪-୫ ଦିନ ଧରି ରାଜ୍ୟର ବହୁ ସ୍ଥାନରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହୁଥିବା ବେଳେ ଗତକାଲିର କାଳବୈଶାଖୀ ବର୍ଷା ଯୋଗୁଁ ସ୍ଥିତିରେ ସାମାନ୍ୟ ସୁଧାର ଆସିଛି। ଆଜି ରାଜ୍ୟର ୬ଟି ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଥିଲା।  ତେବେ କାଳବୈଶାଖୀ ଯୋଗୁଁ କିଛି ସ୍ଥାନରେ ତାତି ସାମାନ୍ୟ କମିଥିଲେ ବି ଲୋକେ ଗୁଳୁଗୁଳିରେ ବେହାଲ୍ । ସେପଟେ ସାମୁଦ୍ରିକ ଝଡ଼ ବାୟୁ ଯୋଗୁଁ ମୌସୁମୀ ଆସିବାରେ ଆହୁରି ବିଳମ୍ବ ହୋଇପାରେ ବୋଲି  ଆଶଙ୍କା କରାଯାଉଛି।

ଗତକାଲି ରାଜ୍ୟର ୧୫ଟି ସ୍ଥାନରେ ପାରଦ ୪୦ ଡିଗ୍ରୀ ଟପିଥିବା ବେଳେ ୬ଟି ସହରରେ ୪୫ ଡିଗ୍ରୀ ଛୁଇଁଥିଲା ।  କେବଳ କାଲି ନୁହେଁ ଗତ ୪-୫ ଦିନ ହେଲା ବେଲଗାମ୍ ବଢ଼ିଚାଲିଥିଲା ତାତି। ଯେଉଁଥିରେ ବ୍ରେକ୍ ଲଗାଇଛି କାଳ ବୈଶାଖୀ ବର୍ଷା । କାଲି ରାତିରେ ରାଜ୍ୟର ଅଧିକାଂଶ ସ୍ଥାନରେ କାଳବୈଶାଖୀ ବର୍ଷା ହେବା ଫଳରେ ସ୍ଥିତିରେ ସାମାନ୍ୟ ସୁଧାର ଆସିଛି।  ତାପମାତ୍ରା କମିବାରୁ ହିଟ୍ ୱେଭ୍ ଓ୍ୱାର୍ଣ୍ଣିଂ ପ୍ରତ୍ୟାହାର କରିଛି ପାଣିପାଗ ବିଭାଗ।  ଆସନ୍ତା ୩-୪ ଦିନ ଯାଏଁ ରାଜ୍ୟର ଉତ୍ତର, ଦକ୍ଷିଣ ଓ ଉପକୂଳ ଓଡ଼ିଶାରେ ଘଡ଼ଘଡ଼ି ସହ ବର୍ଷା ହେବ ଏବଂ ପଶ୍ଚିମ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ଘଡ଼ଘଡ଼ି ସହ ଜୋର ପବନ ବହିବାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ କହିଛି।

ଏପଟେ ତତଲା କଡ଼େଇରେ ସିଝୁଥିବା ପଶ୍ଚିମ ଓଡ଼ିଶାବାସୀଙ୍କ ପାଇଁ କୌଣସି ଆଶ୍ୱସ୍ତି ଆଣିନି କାଳବୈଶାଖୀ । କାଲି ସର୍ବାଧିକ ତାପମାତ୍ରା ରେକର୍ଡ ହୋଇଥିବା ସମ୍ବଲପୁରରେ ଆଜି ତାତି ସାମାନ୍ୟ କମିଥିଲେ ବି ଅଳ୍ପ ବର୍ଷା ଓ ମେଘୁଆ ପାଗ ଯୋଗୁଁ ଗୁଳୁଗୁଳି ବହୁମାତ୍ରାରେ ବଢ଼ିଛି। ବଲାଙ୍ଗିର, ସୋନପୁର, ଟିଟିଲାଗଡ଼ ଏବଂ ଝାରସୁଗୁଡ଼ାରେ ସବୁଠି ସମାନ ଅବସ୍ଥା।

 ସେପଟେ ଗତକାଲି ବରଗଡ଼ର ୨ଜଣ ଓ ଭଦ୍ରକରେ ଜଣଙ୍କର ଅଂଶୁଘାତରେ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଥିଲା।  ଆଜି ସୁବର୍ଣ୍ଣପୁର ବିନିକାରେ ଅଂଶୁଘାତରେ ଜଣେ ଗୁରୁତର ଅସୁସ୍ଥ ହୋଇପଡ଼ିଛନ୍ତି । ଚଳିତ ବର୍ଷ ଏଯାଏଁ ୪୧ଟି ଅଂଶୁଘାତଜନିତ ମୃତ୍ୟୁ ଅଭିଯୋଗ ଆସିଥିବା ବେଳେ ସେମାନଙ୍କ ମଧ୍ୟରୁ ୪ଟିର ତଦନ୍ତ ସରିଛି।  ସେଥିମଧ୍ୟରୁ ଜଣଙ୍କର ମୃତ୍ୟୁ ଅଂଶୁଘାତ ଯୋଗୁଁ ହୋଇଥିବା ଡେପୁଟି ରିଲିଫ୍ କମିଶନର କହିଛନ୍ତି ।

ଗରମ ଓ ଗୁଳୁଗୁଳିରୁ ମୁକ୍ତି ପାଇଁ ଲୋକେ ମୌସୁମୀର ବାଟ ଚାହିଁଥିବା ବେଳେ, ସାମୁଦ୍ରିକ ଝଡ଼ ବାୟୁ ଯୋଗୁଁ ଏହାର ସ୍ୱାଭାବିକ୍‌ ଗତିରେ ବ୍ୟାଘାତ ସୃଷ୍ଟି ହୋଇଥିବା ପାଣିପାଗ ବିଶେଷଜ୍ଞ କହିଛନ୍ତି 

 

 

Related story