ହତ୍ୟା ନୁହେଁ, ଆତ୍ମହତ୍ୟା!

ଜଗତସିଂହପୁର (ଶଶାଙ୍କ ଶେଖର ପଣ୍ଡା): ହତ୍ୟା ନୁହେଁ ଆତ୍ମହତ୍ୟା! ବାଲିକୁଦା ଦାଆଗାଁରେ ଯୁବକ ଜୀଅନ୍ତା ଜଳିବା ଘଟଣାରେ ଜଗତସିଂହପୁର ଏସ୍‌ପି ଆର. ପ୍ରକାଶ ଏମିତି ଇସାରା ଦେଇଛନ୍ତି। ତଥାପି ଘଟଣାର ତଦନ୍ତ ଚାଲିଛି। ଭିସେରା ରିପୋର୍ଟକୁ ଅପେକ୍ଷା କରାଯାଇଛି ବୋଲି ଏସ୍‌ପି ଆର୍‌ ପ୍ରକାଶ କହିଛନ୍ତି। ସେ କହିଛନ୍ତି-“ପ୍ରାଥମିକ ତଦନ୍ତରୁ ଯୁବକ ଆତ୍ମହତ୍ୟା କରିଥାଇ ପାରନ୍ତି। ପୋଷ୍ଟମର୍ଟମ ରିପୋର୍ଟରୁ ମଧ୍ୟ ଏପରି ସୂଚନା ଆସୁଛି। ମୃତ ଯୁବକଙ୍କ ଫେସବୁକ ପୋଷ୍ଟରୁ ଆତ୍ମହତ୍ୟା ପ୍ରବଣତା ତଥ୍ୟ ମିଳିଛି। କଲ୍‌ […]

murder

Manoranjan Sial
  • Published: Saturday, 12 October 2019
  • , Updated: 12 October 2019, 05:37 PM IST

ଜଗତସିଂହପୁର (ଶଶାଙ୍କ ଶେଖର ପଣ୍ଡା): ହତ୍ୟା ନୁହେଁ ଆତ୍ମହତ୍ୟା! ବାଲିକୁଦା ଦାଆଗାଁରେ ଯୁବକ ଜୀଅନ୍ତା ଜଳିବା ଘଟଣାରେ ଜଗତସିଂହପୁର ଏସ୍‌ପି ଆର. ପ୍ରକାଶ ଏମିତି ଇସାରା ଦେଇଛନ୍ତି। ତଥାପି ଘଟଣାର ତଦନ୍ତ ଚାଲିଛି। ଭିସେରା ରିପୋର୍ଟକୁ ଅପେକ୍ଷା କରାଯାଇଛି ବୋଲି ଏସ୍‌ପି ଆର୍‌ ପ୍ରକାଶ କହିଛନ୍ତି।

ସେ କହିଛନ୍ତି-“ପ୍ରାଥମିକ ତଦନ୍ତରୁ ଯୁବକ ଆତ୍ମହତ୍ୟା କରିଥାଇ ପାରନ୍ତି। ପୋଷ୍ଟମର୍ଟମ ରିପୋର୍ଟରୁ ମଧ୍ୟ ଏପରି ସୂଚନା ଆସୁଛି। ମୃତ ଯୁବକଙ୍କ ଫେସବୁକ ପୋଷ୍ଟରୁ ଆତ୍ମହତ୍ୟା ପ୍ରବଣତା ତଥ୍ୟ ମିଳିଛି। କଲ୍‌ ରେକର୍ଡ ଯାଞ୍ଚ ଚାଲିଛି। ଭିସେରା ରିପୋର୍ଟକୁ ଅପେକ୍ଷା କରାଯାଇଛି। ମୃତ୍ୟୁ ପୂର୍ବରୁ ଯୁବକ ଜଣକ ମଦ ପିଇଥିବାର ମଧ୍ୟ ପ୍ରମାଣ ମିଳିଛି। ସବୁ ରିପୋର୍ଟ ହସ୍ତଗତ ହେଲା ପରେ ତଦନ୍ତ ଆଗକୁ ବଢ଼ିବ।”

ନୟାଗଡ଼ ଜିଲ୍ଲା ଚାନ୍ଦପୁର ଥାନା କାଞ୍ଚନପୁର ବୋକାଖାଇ ଗାଁର କୃଷ୍ଣଚନ୍ଦ୍ର ଚମ୍ପତିରାୟ ଅହମ୍ମଦାବାଦ ଯାଉଥିବା କହି ଘରୁ ବାହାରି ଆସିଥିଲେ। ହେଲେ ସେ ଅହମ୍ମଦାବାଦ ନଯାଇ ଦାଆଗାଁକୁ ଯାଇଥିଲେ। ସେଠାରେ ସେ ଏକ ସ୍କୁଲ ପରିସରରେ ନିଜ ଦେହରେ ନିଆଁ ଲଗାଇ ଦେଇଥିବା ଅଭିଯୋଗ ହୋଇଥିଲା। ମୃତ୍ୟୁ ପୂର୍ବରୁ ସେ ରକ୍ତରେ ‘ମଧୁ’ ଲେଖିଥିଲେ। ଏନେଇ ଖବର ପ୍ରସାରିତ ହେବା ପରେ କୃଷ୍ଣଚନ୍ଦ୍ରଙ୍କ ପତ୍ନୀ ଥାନାର ଦ୍ୱାରସ୍ଥ ହୋଇଥିଲେ। ‘ମଧୁ’ ମୁଖ୍ୟ ଷଡ଼ଯନ୍ତ୍ର କାରୀ ବୋଲି ଅଭିଯୋଗ କରିଥିଲେ। ପୁଲିସ ତାଙ୍କ ଏତଲା ଆଧାରରେ ମଧୁ, ତାଙ୍କ ବାପା ଓ ଦୁଇ ଭଉଣୀଙ୍କୁ ପଚରାଉଚରା କରିଥିଲା।

ତେବେ ମଧୁଙ୍କ ବିରୋଧରେ ସେପରି କିଛି ଠୋସ୍‌ ପ୍ରମାଣ ମିଳିପାରି ନାହିଁ। ପ୍ରାଥମିକ ତଦନ୍ତରୁ କୃଷ୍ଣ ନିଜ ଶରୀରରେ କିଛି ତରଳ ପଦାର୍ଥ ଢାଳି ନିଆଁ ଲଗାଇ ଆତ୍ମହତ୍ୟା କରିଥାଇ ପାରନ୍ତି ବୋଲି ସଦର ଏସ୍‌ଡିପିଓ ପ୍ରକାଶ ଚନ୍ଦ୍ର ପାଲ ପୂର୍ବରୁ କହିଥିଲେ।

Related story