ବର୍ଷୀୟାନ୍ କଣ୍ଠଶିଳ୍ପୀ ଚିତ୍ତ ଜେନାଙ୍କ ପରଲୋକ

କଟକ(ଓଡ଼ିଶା ରିପୋର୍ଟର): ବର୍ଷୀୟାନ୍ କଣ୍ଠଶିଳ୍ପୀ ଚିତ୍ତ ଜେନାଙ୍କ ପରଲୋକ ହୋଇଛି। କଟକର ଏକ ଘରୋଇ ହସ୍ପିଟାଲରେ ସେ ତାଙ୍କର ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। କିଛିଦିନ ହେଲା ସେ ଅସୁସ୍ଥ ଥିଲେ। ଆଜି ସକାଳୁ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୭୬ ବର୍ଷ ହୋଇଥିଲା। ଓଡ଼ିଆ ସିନେମା ପାଇଁ ଅନେକ ଗୁଡ଼ିଏ ଗୀତରେ କଣ୍ଠଦାନ କରିଛନ୍ତି। ‘ରୂପ ହୋଇଥିବ ଲାବଣ୍ୟବତୀ’, ‘ଉଡ଼ିଗଲା ଗେଣ୍ଡାଳିଆ’ ଓ ‘ମୋ ପ୍ରିୟା ଠାରୁ କିଏ ଅଧିକ ସୁନ୍ଦର’ […]

tyy8999

Tapaswini Nayak
  • Published: Tuesday, 13 November 2018
  • , Updated: 13 November 2018, 01:34 PM IST

କଟକ(ଓଡ଼ିଶା ରିପୋର୍ଟର): ବର୍ଷୀୟାନ୍ କଣ୍ଠଶିଳ୍ପୀ ଚିତ୍ତ ଜେନାଙ୍କ ପରଲୋକ ହୋଇଛି। କଟକର ଏକ ଘରୋଇ ହସ୍ପିଟାଲରେ ସେ ତାଙ୍କର ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି।

କିଛିଦିନ ହେଲା ସେ ଅସୁସ୍ଥ ଥିଲେ। ଆଜି ସକାଳୁ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୭୬ ବର୍ଷ ହୋଇଥିଲା।

ଓଡ଼ିଆ ସିନେମା ପାଇଁ ଅନେକ ଗୁଡ଼ିଏ ଗୀତରେ କଣ୍ଠଦାନ କରିଛନ୍ତି। ‘ରୂପ ହୋଇଥିବ ଲାବଣ୍ୟବତୀ’, ‘ଉଡ଼ିଗଲା ଗେଣ୍ଡାଳିଆ’ ଓ ‘ମୋ ପ୍ରିୟା ଠାରୁ କିଏ ଅଧିକ ସୁନ୍ଦର’ ହେଉଛି ଚିତ୍ତଙ୍କ ଚର୍ଚ୍ଚିତ ଗୀତ।

ସେହିପରି ତାଙ୍କ କଣ୍ଠରେ ‘ଏ ପର୍ବତ କୁଞ୍ଚି କୁଞ୍ଚିକା’ ଓ ‘ଟୋପାଏ ଲୁହ’ ଗୀତ ଲୋକଙ୍କ ମାନସପଟରେ ଲିପିବଦ୍ଧ ହୋଇ ରହିଛି।

https://youtu.be/bhGrV-Vwibc

Related story