ବିଶିଷ୍ଟ ଚିତ୍ରଶିଳ୍ପୀ ଶିବ ପାଣିଗ୍ରାହୀଙ୍କ ବିୟୋଗ

କଟକ (ଓଡ଼ିଶା ରିପୋର୍ଟର): ବିଶିଷ୍ଟ ଚିତ୍ରଶିଳ୍ପୀ ଶିବ ପାଣିଗ୍ରାହୀଙ୍କ ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୮ ବର୍ଷ ହୋଇଥିଲା। ଶିବ ପାଣିଗ୍ରାହୀଙ୍କ ପରଲୋକ ନେଇ ତାଙ୍କ ପୁଅ ରାଜ ପାଣିଗ୍ରାହୀ ସୂଚନା ଦେଇଛନ୍ତି। ତାଙ୍କ ବିୟୋଗରେ ଓଡ଼ିଶାରେ ଶୋକର ଛାୟା ଖେଳି ଯାଇଛି। ବିଶିଷ୍ଟ ଚିତ୍ରଶିଳ୍ପୀ ଶିବ ପାଣିଗ୍ରାହୀ ଆଜି ଅପରାହ୍ନରେ କଟକ ସିଡିଏ ସେକ୍ଟର-୬ ସ୍ଥିତ ଘରେ ଖାଉଥିଲେ। ହଠାତ୍‌ ଅସୁସ୍ଥ ହୋଇ ପଡ଼ିଥିଲେ। ତାଙ୍କୁ ସଙ୍ଗେ ସଙ୍ଗେ ଏସ୍‌ସିବି ମେଡିକାଲ୍‌ରେ ଭର୍ତ୍ତି କରାଯାଇଥିଲା। […]

70

Manoranjan Sial
  • Published: Monday, 09 November 2020
  • , Updated: 09 November 2020, 04:33 PM IST

କଟକ (ଓଡ଼ିଶା ରିପୋର୍ଟର): ବିଶିଷ୍ଟ ଚିତ୍ରଶିଳ୍ପୀ ଶିବ ପାଣିଗ୍ରାହୀଙ୍କ ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୮ ବର୍ଷ ହୋଇଥିଲା। ଶିବ ପାଣିଗ୍ରାହୀଙ୍କ ପରଲୋକ ନେଇ ତାଙ୍କ ପୁଅ ରାଜ ପାଣିଗ୍ରାହୀ ସୂଚନା ଦେଇଛନ୍ତି। ତାଙ୍କ ବିୟୋଗରେ ଓଡ଼ିଶାରେ ଶୋକର ଛାୟା ଖେଳି ଯାଇଛି।

ବିଶିଷ୍ଟ ଚିତ୍ରଶିଳ୍ପୀ ଶିବ ପାଣିଗ୍ରାହୀ ଆଜି ଅପରାହ୍ନରେ କଟକ ସିଡିଏ ସେକ୍ଟର-୬ ସ୍ଥିତ ଘରେ ଖାଉଥିଲେ। ହଠାତ୍‌ ଅସୁସ୍ଥ ହୋଇ ପଡ଼ିଥିଲେ। ତାଙ୍କୁ ସଙ୍ଗେ ସଙ୍ଗେ ଏସ୍‌ସିବି ମେଡିକାଲ୍‌ରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ହୃଦଘାତରେ ତାଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି।

ଜୁନ ୨ ତାରିଖରେ ଶିବ ପାଣିଗ୍ରାହୀଙ୍କ ପତ୍ନୀଙ୍କ ପରଲୋକ ଘଟିଥିଲା। ପତ୍ନୀଙ୍କ ବିୟୋଗରେ ପରେ ଶିବ ପାଣିଗ୍ରାହୀ ସମ୍ପୂର୍ଣ୍ଣ ଭାଙ୍ଗି ପଡ଼ିଥିଲେ।

Related story