ମ୍ୟାଟ୍ରିକ୍‌ରେ ଶୂନ ରେଜଲ୍ଟ କରିଥିବା ୮୨ଟି ସ୍କୁଲକୁ ନୋଟିସ

କଟକ (ଓଡ଼ିଶା ରିପୋର୍ଟର): ମ୍ୟାଟ୍ରିକ ପରୀକ୍ଷାରେ ଶୂନ ରେଜଲ୍ଟ ହୋଇଥିବା ସ୍କୁଲକୁ ନୋଟିସ୍ କରାଯାଇଛି। ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ସଂପୃକ୍ତ ୮୨ଟି ସ୍କୁଲକୁ ନୋଟିସ ଜାରି କରାଯାଇଛି। ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ ଆଜି ମାଧ୍ୟମିକ ଶିକ୍ଷା ପରିଷଦ କାର୍ଯ୍ୟାଳୟକୁ ଗସ୍ତ କରିଥିଲେ। ଏହି ଅବସରରେ ସେ କହିଛନ୍ତି,“ ମୁଁ ମନ୍ତ୍ରୀ ହେବା ପରେ ବୋର୍ଡ ଅଫିସକୁ ସୌଜନ୍ୟ ମୂଳକ ଭାବେ ବୁଲିବାକୁ ଆସିଥିଲି। ବୋର୍ଡ ସଭାପତି ଜାହାନ ଆରା ବେଗମଙ୍କ […]

matric

Tapaswini Nayak
  • Published: Thursday, 06 June 2019
  • , Updated: 06 June 2019, 01:08 PM IST

କଟକ (ଓଡ଼ିଶା ରିପୋର୍ଟର): ମ୍ୟାଟ୍ରିକ ପରୀକ୍ଷାରେ ଶୂନ ରେଜଲ୍ଟ ହୋଇଥିବା ସ୍କୁଲକୁ ନୋଟିସ୍ କରାଯାଇଛି। ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ସଂପୃକ୍ତ ୮୨ଟି ସ୍କୁଲକୁ ନୋଟିସ ଜାରି କରାଯାଇଛି।

ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ ଆଜି ମାଧ୍ୟମିକ ଶିକ୍ଷା ପରିଷଦ କାର୍ଯ୍ୟାଳୟକୁ ଗସ୍ତ କରିଥିଲେ। ଏହି ଅବସରରେ ସେ କହିଛନ୍ତି,“ ମୁଁ ମନ୍ତ୍ରୀ ହେବା ପରେ ବୋର୍ଡ ଅଫିସକୁ ସୌଜନ୍ୟ ମୂଳକ ଭାବେ ବୁଲିବାକୁ ଆସିଥିଲି। ବୋର୍ଡ ସଭାପତି ଜାହାନ ଆରା ବେଗମଙ୍କ ସହ ଆଲୋଚନା କଲି। ଶୂନ ରେଜଲ୍ଟ କରିଥିବା ସ୍କୁଲକୁ ମୁଁ ନିଜେ ଗସ୍ତ କରିବି। କ’ଣ ଅସୁବିଧା ରହିଛି ସେ ନେଇ ସମୀକ୍ଷା କରାଯିବ ଓ ଆବଶ୍ୟକ ପଦକ୍ଷେପ ନିଆଯିବ।”

ସେ ଆହୁରି କହିଛନ୍ତି,“ ପରୀକ୍ଷାରେ ସଂସ୍କାର ପାଇଁ ତର୍ଜମା ଆରମ୍ଭ ହୋଇଛି। ଅବସରପ୍ରାପ୍ତ ଶିକ୍ଷକ ଓ ଶିକ୍ଷାବିତ୍ ମାନଙ୍କୁ ନେଇ ଆଲୋଚନା ଜାରି ରହିଛି । ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ରୁଚିକୁ ନଜରରେ ରଖି ସ୍ପୋକନ ଇଂରାଜୀ ପାଠ୍ୟକ୍ରମ ସାମିଲ କାରିଯବା ନେଇ ଯୋଜନା ଚାଲିଛି।” ’

Related story