ନିର୍ଦ୍ଦେଶକୁ ମାନିଲେନି ସ୍କୁଲ କର୍ତ୍ତୃପକ୍ଷ, ସରକାର ପଠାଇଲେ ନୋଟିସ୍‌

Ordigital Desk
  • Published: Thursday, 21 June 2018
  • , Updated: 21 June 2018, 10:57 PM IST
<p>ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଡହ ଡହ ତାତିରେ ସିଝୁଛି ସାରା ରାଜ୍ୟ। ଦିନ ୯ଟାରେ ରାସ୍ତା ଚାଲି ହେଉନି। ଜୀବନ ଯାତ୍ରା ଅସ୍ତବ୍ୟସ୍ତ ହୋଇପଡୁଛି। ଏପରି ସ୍ଥିତିରେ ଜଣେ ପିଲା ଚାଲି ଚାଲି ସ୍କୁଲ ଯିବା କଷ୍ଟକର। ଆଉ ଖାସ ଏଇଥିପାଇଁ ରାଜ୍ୟ ସରକାର ବଢ଼ାଇ ଦେଇଥିଲେ ଖରା ଛୁଟି। କିନ୍ତୁ ରାଜ୍ୟ ସରକାରଙ୍କ ଏହି ତାଗିଦକୁ ମାନିଲେନି କେନ୍ଦ୍ରୀୟ ବିଦ୍ୟାଳୟ କର୍ତ୍ତୃପକ୍ଷ। ସେଥିପାଇଁ ଏବେ ରାଜ୍ୟ ସରକାର ଭୁବନେଶ୍ୱର ସ୍ଥିତ କେନ୍ଦ୍ରୀୟ ବିଦ୍ୟାଳୟ-୧କୁ କାରଣ ଦର୍ଶାଅ ନୋଟିସ୍ ପଠାଇଛନ୍ତି।</p> <p>ସ୍କୁଲ କର୍ତ୍ତୃପକ୍ଷ ରାଜ୍ୟ ସରକାରଙ୍କ କଟକଣା ମାନି ନଥିବା ଅଭିଯୋଗରେ ରାଜ୍ୟ ରାଜସ୍ୱ ବିପର୍ଯ୍ୟୟ ପ୍ରଶମନ ବିଭାଗ ପକ୍ଷରୁ ଏହି ନୋଟିସ୍ କରାଯାଇଛି। ପ୍ରବଳ ଗ୍ରୀଷ୍ମ ପ୍ରବାହ ଯୋଗୁଁ ଖରା ଛୁଟି ବଢାଇବାକୁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ଭୁବନେଶ୍ୱରର କେନ୍ଦ୍ରୀୟ ବିଦ୍ୟାଳୟ-୧ କର୍ତ୍ତୃପକ୍ଷ ସରକାରୀ ନିର୍ଦ୍ଦେଶକୁ ନମାନି ସ୍କୁଲ ଖୋଲିଥିଲେ। ୩ ଦିନ ଭିତରେ ନୋଟିସ୍&zwnj;ର ଉତ୍ତର ଦେବାକୁ ନିର୍ଦ୍ଦେଶ ଦିଆଯାଇଛି।</p>

Related story