୭ ଦିନ ଭିତରେ ଏକାମ୍ର ହାଟ ଖାଲି କରିବାକୁ ବ୍ୟବସାୟୀଙ୍କୁ ନୋଟିସ୍‌

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭୁବନେଶ୍ୱର ସହର ମଝିରେ ଥିବା ଏକାମ୍ର ହାଟ ଖାଲି କରିବାକୁ ବ୍ୟବସାୟୀଙ୍କୁ ଇଡ୍‌କୋ ନୋଟିସ୍‌ କରିଛି। ସାତ ଦିନ ଭିତରେ ହାଟ ପୂରା ଖାଲି କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏପରିକି ସେପ୍ଟେମ୍ବର ୧ ତାରିଖରୁ ବିଜୁଳି ଓ ପାଣି ବନ୍ଦ କରି ଦିଆଯାଇଛି। ଏକାମ୍ର ହାଟରେ ରହିଛି ୬୨ଟି ଷ୍ଟଲ। ହାଟ ବନ୍ଦ ହୋଇଗଲେ ୧୦୦ରୁ ଅଧିକ ବ୍ୟବସାୟୀଙ୍କ ପରିବାର ଅସୁବିଧାରେ ପଡ଼ିବେ। ଏଠାରେ ରାଜ୍ୟ ତଥା ରାଜ୍ୟ ବାହାରର ବହୁ ବ୍ୟବସାୟୀ ଓ […]

aakrma

Manoranjan Sial
  • Published: Thursday, 03 September 2020
  • , Updated: 03 September 2020, 05:30 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭୁବନେଶ୍ୱର ସହର ମଝିରେ ଥିବା ଏକାମ୍ର ହାଟ ଖାଲି କରିବାକୁ ବ୍ୟବସାୟୀଙ୍କୁ ଇଡ୍‌କୋ ନୋଟିସ୍‌ କରିଛି। ସାତ ଦିନ ଭିତରେ ହାଟ ପୂରା ଖାଲି କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏପରିକି ସେପ୍ଟେମ୍ବର ୧ ତାରିଖରୁ ବିଜୁଳି ଓ ପାଣି ବନ୍ଦ କରି ଦିଆଯାଇଛି।

ଏକାମ୍ର ହାଟରେ ରହିଛି ୬୨ଟି ଷ୍ଟଲ। ହାଟ ବନ୍ଦ ହୋଇଗଲେ ୧୦୦ରୁ ଅଧିକ ବ୍ୟବସାୟୀଙ୍କ ପରିବାର ଅସୁବିଧାରେ ପଡ଼ିବେ। ଏଠାରେ ରାଜ୍ୟ ତଥା ରାଜ୍ୟ ବାହାରର ବହୁ ବ୍ୟବସାୟୀ ଓ କାରିଗର ନିଜ ବ୍ୟବସାୟ କରୁଛନ୍ତି। କରୋନା ପାଇଁ ପ୍ରାୟ ୬ ମାସ ହେଲାଣି ବେପାର ବନ୍ଦ। ଏବେ ଲକ୍‌ଡାଉନ୍‌ ଖୋଲି ସବୁ ସ୍ୱାଭାବିକ ହେବାକୁ ଯାଉଥିବା ବେଳେ ହାଟ ଖାଲି କରିବାକୁ ଇଡ୍‌କୋର ନିର୍ଦ୍ଦେଶ ବ୍ୟବସାୟୀଙ୍କୁ ଚିନ୍ତାରେ ପକାଇ ଦେଇଛି। ଅନ୍ୟ ଜାଗାରେ ଥଇଥାନ କରିବା ପରେ ହାଟରୁ ହଟାଇବାକୁ ଓ ଏହାର ନବୀକରଣ କରିବାକୁ ଦାବି କରିଛି ଏକାମ୍ର ହାଟ ବ୍ୟବସାୟୀ ସଂଘ।

Related story