ଧାମନଗର ଉପନିର୍ବାଚନ: ନାମାଙ୍କନ ଦାଖଲ ପ୍ରକ୍ରିୟା ଆରମ୍ଭ, ଭୋଟର ତାଲିକାରେ ଯୋଡ଼ି ହେବ ନାଁ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଧାମନଗର ଉପନିର୍ବାଚନ ପାଇଁ ଆଜି ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇବା ସହ ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଛି । ଆସନ୍ତା ୧୪ତାରିଖ ପର୍ଯ୍ୟନ୍ତ ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଜାରି ରହିବ । ଏହାସହିତ ଯେଉଁମାନଙ୍କର ଭୋଟର ତାଲିକାରେ ନାଁ ନାହିଁ ସେମାନେ ଚାହିଁଲେ ୧୪ତାରିଖ ସୁଦ୍ଧା ଆବେଦନ କରି ଭୋଟର ତାଲିକାରେ ନିଜ ନାମକୁ ସାମିଲ କରି ଭୋଟ ଦେଇପାରିବେ । ଆଜି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ […]

vote

vote

Ordigital Desk
  • Published: Friday, 07 October 2022
  • Updated: 07 October 2022, 10:25 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଧାମନଗର ଉପନିର୍ବାଚନ ପାଇଁ ଆଜି ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇବା ସହ ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଛି । ଆସନ୍ତା ୧୪ତାରିଖ ପର୍ଯ୍ୟନ୍ତ ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଜାରି ରହିବ । ଏହାସହିତ ଯେଉଁମାନଙ୍କର ଭୋଟର ତାଲିକାରେ ନାଁ ନାହିଁ ସେମାନେ ଚାହିଁଲେ ୧୪ତାରିଖ ସୁଦ୍ଧା ଆବେଦନ କରି ଭୋଟର ତାଲିକାରେ ନିଜ ନାମକୁ ସାମିଲ କରି ଭୋଟ ଦେଇପାରିବେ ।

ଆଜି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହାନୀ ଏକ ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି ଯେ, ବିଧାୟକ ବିଷ୍ଣୁ ସେଠୀଙ୍କ ମୃତ୍ୟୁ ଯୋଗୁ ଖାଲି ପଡ଼ିଥିବା ଧାମନଗର ବିଧାନସଭା ଆସନ ପାଇଁ ନଭେମ୍ବର ୩ତାରିଖରେ ଭୋଟ ଗ୍ରହଣ ହେବ । ଆଜି ଏନେଇ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇବା ସହ ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଛି । ୧୭ତାରିଖରେ ନାମାଙ୍କନ ପତ୍ର ପ୍ରତ୍ୟାହାରର ଶେଷ ତାରିଖ ରହିଛି । ନଭେମ୍ବର ୩ ତାରିଖରେ ଭୋଟଗ୍ରହଣ ହୋଇ ନଭେମ୍ବର ୬ ତାରିଖରେ ଭୋଟଗଣତି କରାଯିବ । ନିର୍ବାଚନ ତାରିଖ ଘୋଷଣା ସହ ସମଗ୍ର ଭଦ୍ରକ ଜିଲ୍ଲାରେ ଆଦର୍ଶ ଆଚରଣ ବିଧି ଲାଗୁ ହୋଇସାରିଛି ।

ଧାମନଗର ବିଧାନସଭା ନିର୍ବାଚନ ମଣ୍ଡଳୀର ଅକ୍ଟୋବର ୧ ତାରିଖ ସୁଦ୍ଧା ମୋଟ ୨,୩୮,୩୬୦ ଭୋଟର ଅଛନ୍ତି । ସେଥିରୁ ୧,୨୩,୦୧୩ ଜଣ ପୁରୁଷ ଓ ୧,୧୫,୩୧୪ ଜଣ ମହିଳା ଭୋଟର ଏବଂ ୩୩ ଜଣ ତୃତୀୟ ଲିଙ୍ଗ ଭୋଟର ଅଛନ୍ତି । ସେହିପରି ନିର୍ବାଚନ ମଣ୍ଡଳୀରେ ୪୯୫୬ ଜଣ ଦିବ୍ୟାଙ୍ଗ ଭୋଟର ଓ ୭୨୦୬ ଜଣ ୮୦ ବର୍ଷରୁ ଊର୍ଦ୍ଧ୍ୱ ଭୋଟର ଅଛନ୍ତି । ନିର୍ବାଚନ ମଣ୍ଡଳୀରେ ସର୍ଭିସ୍ ଭୋଟରଙ୍କ ସଂଖ୍ୟା ହେଉଛି ୪୫୬ । ୮୦ବର୍ଷ ବୟସରୁ ଊର୍ଦ୍ଧ୍ୱ ବ୍ୟକ୍ତି ଓ ଦିବ୍ୟାଙ୍ଗ ଭୋଟର ଘରେ ରହି ପୋଷ୍ଟାଲ ବାଲାଟ୍ ମାଧ୍ୟମରେ ଉପନିର୍ବାଚନରେ ମତଦାନ କରିପାରିବେ ।

ଗତ ଜାନୁଆରୀ-୨୦୨୨ରେ ପ୍ରକାଶ ହୋଇଥିବା ଚୂଡ଼ାନ୍ତ ଭୋଟର ତାଲିକା ଏବେ ମଧ୍ୟ ନବୀକରଣ ହେଉଛି । ଧାମନଗର ବିଧାନସଭା ନିର୍ବାଚନ ମଣ୍ଡଳୀରେ ଯେଉଁମାନଙ୍କର ନାମ ଭୋଟର ତାଲିକାରେ ନାହିଁ ସେମାନେ ନାମାଙ୍କନ ପତ୍ର ଦାଖଲର ଶେଷ ତାରିଖ ଅର୍ଥାତ୍ ଅକ୍ଟୋବର ୧୪ ତାରିଖ ସୁଦ୍ଧା ଭୋଟର ତାଲିକାରେ ନାମ ରୁଜୁ କରିବା ପାଇଁ ଆବେଦନ କରିବା ସହ ତଥ୍ୟ ସଂଶୋଧନ ପାଇଁ ଆବେଦନ କରିପାରିବେ ଓ ସେମାନଙ୍କ ନାମ ତାଲିକାଭୁକ୍ତ ହୋଇପାରିବ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ସୂଚନା ଦେଇଛନ୍ତି ।

ଧାମନଗର ବିଧାନସଭା ନିର୍ବାଚନ ମଣ୍ଡଳୀରେ ମୋଟ ୨୫୨ଟି ବୁଥ୍ ରହିଛି । ଉପନିର୍ବାଚନରେ ବ୍ୟବହୃତ ହେବାକୁ ଥିବା ପର୍ଯ୍ୟାପ୍ତ ସଂଖ୍ୟକ ଇଭିଏମ୍ ଓ ଭିଭିପ୍ୟାଟ୍ ମେସିନ୍‌ ମହଜୁଦ୍ ରହିଛି ଓ ପ୍ରଥମ ପର୍ଯ୍ୟାୟ ଯାଂଚ କାର୍ଯ୍ୟ ଆସନ୍ତାକାଲିଠାରୁ ହେବ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ଜଣାଇଛନ୍ତି । ଏବେ ୫୦୪ ଗୋଟି ବାଲାଟ୍ ୟୁନିଟ୍‌, ୫୦୪ଟି କଣ୍ଟ୍ରୋଲ ୟୁନିଟ୍ ଓ ୫୦୪ ଗୋଟି ଭିଭିପ୍ୟାଟ୍ ଜିଲ୍ଲା ପ୍ରଶାସନ ନିକଟରେ ମହଜୁଦ୍ ଅଛି, ଯାହାକି ଉପନିର୍ବାଚନରେ ବ୍ୟବହାର କରାଯିବ ।
ଉପନିର୍ବାଚନ ସମୟରେ ଯଦି କୋଭିଡ୍‌-୧୯ର ପ୍ରଭାବ ଥାଏ, ତାହାହେଲେ ରାଜ୍ୟ ସରକାରଙ୍କ ଦ୍ୱାରା ଜାରି କରାଯାଇଥିବା କୋଭିଡ୍ ନିର୍ଦ୍ଦେଶାବଳୀ ଅନୁସାରେ ନିର୍ବାଚନ କାର୍ଯ୍ୟ ପରିଚାଳନା କରାଯିବ । ସେହିପରି ଅପରାଧ ପୃଷ୍ଠଭୂମି ଥିବା ପ୍ରାର୍ଥୀମାନେ ସେମାନଙ୍କ ଅପରାଧପ୍ରବଣ ସଂପର୍କରେ ଅତିକମରେ ନିର୍ବାଚନ ପ୍ରକ୍ରିୟା ମଧ୍ୟରେ ତିନିଥର ଖବର କାଗଜ ଓ ଟିଭି ମାଧ୍ୟମରେ ପ୍ରଚାରପ୍ରସାର କରାଇବେ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ଲୋହାନୀ କହିଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story