ନଭେମ୍ବର ୧ରୁ ଖୋଲିବ ବିଶ୍ୱ ପ୍ରସିଦ୍ଧ ଶିମିଳିପାଳ

ବାରିପଦା: ଆସନ୍ତା ନଭେମ୍ୱର ୧ ତାରିଖରୁ ଖୋଲିବ ବିଶ୍ୱ ପ୍ରସିଦ୍ଧ ଶିମିଳିପାଳ ଅଭୟାରଣ୍ୟ। ବର୍ଷାଋତୁ ପାଇଁ ଅଭୟାରଣ୍ୟରେ ସର୍ବସାଧାରଣଙ୍କ ପ୍ରବେଶ ଉପରେ କଟକଣା ଲଗାଯାଇଥିଲା। ପର୍ଯ୍ୟଟକମାନେ ପ୍ରତିବର୍ଷ ଭଳି ଏଥର ବି ବାରିପଦା ଦେଇ ପିଠାବଟା ଗେଟ ଓ ଯଶୀପୁରରୁ ଜାମୁଆଣି ଗେଟରେ ପ୍ରବେଶ କରିବେ। ସକାଳ ୭ଟାରୁ ୯ଟା ମଧ୍ୟରେ ବାରିପଦା ଦେଇ ସର୍ବାଧିକ ୨୫ଟି ଗାଡ଼ି ଓ ଯଶିପୁର ଦେଇ ସର୍ବାଧିକ ୩୫ଟି ଗାଡ଼ିକୁ ଅଭୟାରଣ୍ୟକୁ ଛଡ଼ାଯିବ। ପ୍ରତେକ୍ ଗାଡ଼ି ସହ ଜଣେ ଲେଖାଏଁ […]

similipala

Rakesh Mallick
  • Published: Sunday, 25 October 2015
  • , Updated: 25 October 2015, 12:24 PM IST

ବାରିପଦା: ଆସନ୍ତା ନଭେମ୍ୱର ୧ ତାରିଖରୁ ଖୋଲିବ ବିଶ୍ୱ ପ୍ରସିଦ୍ଧ ଶିମିଳିପାଳ ଅଭୟାରଣ୍ୟ। ବର୍ଷାଋତୁ ପାଇଁ ଅଭୟାରଣ୍ୟରେ ସର୍ବସାଧାରଣଙ୍କ ପ୍ରବେଶ ଉପରେ କଟକଣା ଲଗାଯାଇଥିଲା। ପର୍ଯ୍ୟଟକମାନେ ପ୍ରତିବର୍ଷ ଭଳି ଏଥର ବି ବାରିପଦା ଦେଇ ପିଠାବଟା ଗେଟ ଓ ଯଶୀପୁରରୁ ଜାମୁଆଣି ଗେଟରେ ପ୍ରବେଶ କରିବେ। ସକାଳ ୭ଟାରୁ ୯ଟା ମଧ୍ୟରେ ବାରିପଦା ଦେଇ ସର୍ବାଧିକ ୨୫ଟି ଗାଡ଼ି ଓ ଯଶିପୁର ଦେଇ ସର୍ବାଧିକ ୩୫ଟି ଗାଡ଼ିକୁ ଅଭୟାରଣ୍ୟକୁ ଛଡ଼ାଯିବ। ପ୍ରତେକ୍ ଗାଡ଼ି ସହ ଜଣେ ଲେଖାଏଁ ଗାଇଡ୍ ଯିବେ ଓ ଅପରାହ୍ନ ୫ଟା ସୁଦ୍ଧା ଫେରିବାକୁ ଅଭୟାରଣ୍ୟ କର୍ତ୍ତୃପକ୍ଷ ଅଜିତ କୁମାର ଶତପଥୀ କହିଛନ୍ତି ।

ସେହିପରି ଅଭୟାରଣ୍ୟ ଭିତରକୁ ପ୍ଲାଷ୍ଟିକ୍ ବ୍ୟାଗ୍ ନେବା ଉପରେ କଟକଣା ଜାରି କରାଯାଇଛି। ରାତିରେ ରହଣୀ ପାଇଁ ପର୍ଯ୍ୟଟକମାନେ ଶିମିଳିପାଳ କାର୍ଯ୍ୟାଳୟର ୱେବସାଇଡ ଡବ୍ଲ୍ୟୁଡବ୍ଲ୍ୟୁଡବ୍ଲ୍ୟୁ ଡଟ ଶିମିଳିପାଳ ଡଟ ଓଆରଜିରେ ଆଗୁଆ ବୁକିଂ କରିପାରିବେ।

Related story