୨୧ରୁ ନୃସିଂହଙ୍କ କିଲିମାଞ୍ଜୋର ଅଭିଯାନ

ଭୁବନେଶ୍ୱର: ଓଡ଼ିଆ ପୁଅ ନୃସିଂହ ଚରଣ ସାହୁ ଚଢ଼ିବେ ଦକ୍ଷିଣ ଆଫ୍ରିକାର ସର୍ବୋଚ୍ଚ ଶୃଙ୍ଗ କିଲିମାଞ୍ଜୋର। ୫୮୯୫ ମିଟର ଉଚ୍ଚତା ବିଶିଷ୍ଟ କିଲିମାଞ୍ଜୋର ପର୍ବତ ଚଢ଼ିବାକୁ ଚୟନ ହୋଇଥିବା ୧୨ ଜଣ ପ୍ରତିଯୋଗୀଙ୍କ ମଧ୍ୟରୁ ସେ ଜଣେ। ୨୧ ତାରିଖରୁ ଆରମ୍ଭ ହେବାକୁ ଥିବା ତାଙ୍କର ଏହି ଅଭିଯାନ ୧୦ ଦିନ ଧରି ଚାଲିବ। ନୃସିଂହଙ୍କ ଘର ଖୋର୍ଦ୍ଧା ଜିଲ୍ଲା ନିଶ୍ଚିତପୁରରେ। ଜମ୍ମୁ ଓ କାଶ୍ମୀରର ତେହେରାନର ଜବାହାର ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍ ମାଉଣ୍ଟେନିଂରୁ ୱିଣ୍ଟର୍ କୋର୍ସ କରିଛନ୍ତି। […]

nrusingh

Rakesh Mallick
  • Published: Sunday, 19 February 2017
  • , Updated: 19 February 2017, 08:17 AM IST

ଭୁବନେଶ୍ୱର: ଓଡ଼ିଆ ପୁଅ ନୃସିଂହ ଚରଣ ସାହୁ ଚଢ଼ିବେ ଦକ୍ଷିଣ ଆଫ୍ରିକାର ସର୍ବୋଚ୍ଚ ଶୃଙ୍ଗ କିଲିମାଞ୍ଜୋର। ୫୮୯୫ ମିଟର ଉଚ୍ଚତା ବିଶିଷ୍ଟ କିଲିମାଞ୍ଜୋର ପର୍ବତ ଚଢ଼ିବାକୁ ଚୟନ ହୋଇଥିବା ୧୨ ଜଣ ପ୍ରତିଯୋଗୀଙ୍କ ମଧ୍ୟରୁ ସେ ଜଣେ। ୨୧ ତାରିଖରୁ ଆରମ୍ଭ ହେବାକୁ ଥିବା ତାଙ୍କର ଏହି ଅଭିଯାନ ୧୦ ଦିନ ଧରି ଚାଲିବ।

ନୃସିଂହଙ୍କ ଘର ଖୋର୍ଦ୍ଧା ଜିଲ୍ଲା ନିଶ୍ଚିତପୁରରେ। ଜମ୍ମୁ ଓ କାଶ୍ମୀରର ତେହେରାନର ଜବାହାର ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍ ମାଉଣ୍ଟେନିଂରୁ ୱିଣ୍ଟର୍ କୋର୍ସ କରିଛନ୍ତି। ପୂର୍ବରୁ ସେ ୬୧୩୫ ମିଟର ଉଚ୍ଚତା ବିଶିଷ୍ଟ ଷ୍ଟକ୍ କାଙ୍ଗଡ଼ି ପର୍ବତ ଆରୋହଣ କରିଛନ୍ତି।

କ୍ରୀଡ଼ା ଓ ଯୁବ ସେବା ବିଭାଗ ସଚିବ ବିଶାଲ ଦେବ ଏହି ଅଭିଯାନ ପାଇଁ ନୃସିଂହଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

Related story