ନୂଆଁଖାଇ ନବାନ୍ନ ଲାଗି ଲଗ୍ନ ନିର୍ଦ୍ଧାରଣ

ସମ୍ୱଲପୁର(ଓଡ଼ିଶା ରିପୋର୍ଟର): ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ ପାଇଁ ଧାର୍ଯ୍ୟ ହୋଇଛି ଲଗ୍ନ। ଆସନ୍ତା ଅଗଷ୍ଟ ୨୩ ତାରିଖ ଭାଦ୍ରବ ମାସ ପଞ୍ଚମୀ ତିଥିରେ ନବାନ୍ନ ଭକ୍ଷଣ ହେବ। ୨୩ ତାରିଖ ସକାଳ ୯ଟା ୩୫ରୁ ୯ଟା ୫୦ ମଧ୍ୟରେ ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଇଙ୍କ ନିକଟରେ ପ୍ରଥମ ନୂଆ ଅନ୍ନ ଲାଗି ହେବ।  ତା’ପରେ ସାଧାରଣ ଲୋକେ ନୂଆଁ ଖାଇବେ। ନୂଆଁଖାଇ ଲଗ୍ନ ସ୍ଥିର କରିବାକୁ ଆଜି ସମ୍ବଲପୁର ଝାଡୁଆ ପଡ଼ା ଆରଣ୍ୟକ କଲ୍ୟାଣ […]

nuakhai-tomorrow

Manoranjan Sial
  • Published: Wednesday, 12 August 2020
  • , Updated: 12 August 2020, 09:50 PM IST

ସମ୍ୱଲପୁର(ଓଡ଼ିଶା ରିପୋର୍ଟର): ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ ପାଇଁ ଧାର୍ଯ୍ୟ ହୋଇଛି ଲଗ୍ନ। ଆସନ୍ତା ଅଗଷ୍ଟ ୨୩ ତାରିଖ ଭାଦ୍ରବ ମାସ ପଞ୍ଚମୀ ତିଥିରେ ନବାନ୍ନ ଭକ୍ଷଣ ହେବ। ୨୩ ତାରିଖ ସକାଳ ୯ଟା ୩୫ରୁ ୯ଟା ୫୦ ମଧ୍ୟରେ ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଇଙ୍କ ନିକଟରେ ପ୍ରଥମ ନୂଆ ଅନ୍ନ ଲାଗି ହେବ।  ତା’ପରେ ସାଧାରଣ ଲୋକେ ନୂଆଁ ଖାଇବେ।

ନୂଆଁଖାଇ ଲଗ୍ନ ସ୍ଥିର କରିବାକୁ ଆଜି ସମ୍ବଲପୁର ଝାଡୁଆ ପଡ଼ା ଆରଣ୍ୟକ କଲ୍ୟାଣ ମଣ୍ଡପରେ ବସିଥିଲା ବ୍ରହ୍ମ ମଣ୍ଡପ ପଣ୍ଡିତ ମହାସଭା। ପାରମ୍ପରିକ ପୂଜା ପରେ ପାଞ୍ଜି ଦେଖି ବ୍ରହ୍ମପୁରା ମନ୍ଦିର ଟ୍ରଷ୍ଟ ପକ୍ଷରୁ ନୂଆଁଖାଇ ଲଗ୍ନ ଘୋଷଣା ହୋଇଛି। କରୋନା ପାଇଁ ସମସ୍ତ ସଦସ୍ୟ ଆସିନଥିଲେ ଏବଂ ସାମାଜିକ ଦୂରତ୍ୱ ମଧ୍ୟରେ ଆଲୋଚନା କରାଯାଇ ନୂଆଁଖାଇର ଲଗ୍ନ ବାହାର କରାଯାଇଛି।

କରୋନା ପାଇଁ ଏ ବର୍ଷ କଟକଣା ଭିତରେ ନୂଆଁଖାଇ ହେବ। ମାତ୍ର ଭେଟଘାଟକୁ ଅନୁମତି ଦିଆଯିବ ନାହିଁ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି।

Related story