ନୂଆଖାଇ ପାଇଁ ଲଗ୍ନ ନିର୍ଦ୍ଧାରଣ

ସମ୍ବଲପୁର (ଓଡ଼ିଶା ରିପୋର୍ଟର) ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ୱରୀଙ୍କଠାରେ ନୂଆଖାଇ ପାଇଁ ଲଗ୍ନ  ନିର୍ଦ୍ଧାରଣ ହୋଇଛି। ସମ୍ବଲପୁର ସହରର ଝାଡୁଆପଡ଼ା ବ୍ରହ୍ମପୁରା ମନ୍ଦିରରେ ପଣ୍ଡିତ ମହାସଭାରେ  ସେପ୍ଟେମ୍ବର ୩ ତାରିଖ ସକାଳ ୧୦ଟା ୫ରୁ ୧୦ଟା ୨୦ ମଧ୍ୟରେ ନବାନ୍ନ ଲାଗି ହେବ ବୋଲି ନଷ୍ପତ୍ତି ନେଇଛନ୍ତି । ପାରମ୍ପରିକ ପୂଜାର୍ଚ୍ଚନା ପରେ ପଣ୍ଡିତମାନେ ପାଞ୍ଜି ଦେଖି ନୂଆଖାଇ ଲଗ୍ନ ସ୍ଥିର କରିଛନ୍ତି । ସବୁବର୍ଷ ବ୍ରହ୍ମପୁରା ମନ୍ଦିର ଟ୍ରଷ୍ଟ ପକ୍ଷରୁ  ଜନ୍ମାଷ୍ଟମୀ ପରେ ନନ୍ଦ […]

temple-1

Tapas Behera
  • Published: Saturday, 24 August 2019
  • , Updated: 24 August 2019, 10:04 PM IST

ସମ୍ବଲପୁର (ଓଡ଼ିଶା ରିପୋର୍ଟର) ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ୱରୀଙ୍କଠାରେ ନୂଆଖାଇ ପାଇଁ ଲଗ୍ନ  ନିର୍ଦ୍ଧାରଣ ହୋଇଛି। ସମ୍ବଲପୁର ସହରର ଝାଡୁଆପଡ଼ା ବ୍ରହ୍ମପୁରା ମନ୍ଦିରରେ ପଣ୍ଡିତ ମହାସଭାରେ  ସେପ୍ଟେମ୍ବର ୩ ତାରିଖ ସକାଳ ୧୦ଟା ୫ରୁ ୧୦ଟା ୨୦ ମଧ୍ୟରେ ନବାନ୍ନ ଲାଗି ହେବ ବୋଲି ନଷ୍ପତ୍ତି ନେଇଛନ୍ତି ।

ପାରମ୍ପରିକ ପୂଜାର୍ଚ୍ଚନା ପରେ ପଣ୍ଡିତମାନେ ପାଞ୍ଜି ଦେଖି ନୂଆଖାଇ ଲଗ୍ନ ସ୍ଥିର କରିଛନ୍ତି । ସବୁବର୍ଷ ବ୍ରହ୍ମପୁରା ମନ୍ଦିର ଟ୍ରଷ୍ଟ ପକ୍ଷରୁ  ଜନ୍ମାଷ୍ଟମୀ ପରେ ନନ୍ଦ ଉତ୍ସବ ଦିନ ନୂଆ ଖାଇ ଲଗ୍ନ ଧାର୍ଯ୍ୟ କରାଯାଇଥାଏ   ବିଦ୍ୟାଦାତା । ମହାପ୍ରଭୁ ଗଣେଶଙ୍କ ପୂଜା ପରଦିନ ଭାଦ୍ରବ ମାସ ପଞ୍ଚମୀ ତିଥିରେ ନୂଆଖାଇ ପାଳନ  ହେବାର ପରମ୍ପରା ରହିଛି ।

ଚାଷୀ ଅମଳକ୍ଷମ ଧାନକୁ ଆରାଧ୍ୟ ଦେବୀଙ୍କ ପାଖରେ ସମର୍ପଣ କରିବା ସହ ନବାନ୍ନ ଲାଗି କରାଯାଏ । ଏହାପରେ ସପରିବାର ଏକତ୍ର ବସି ଖାଇବା ସହ ନୂଆଖାଇ ପାଳନ କରିଥାନ୍ତି।

Related story