ସରକାରୀ ୱେବସାଇଟ୍‌ରେ ତାମିଲ ଛୁଙ୍କ, ନୂଆପଡ଼ାର ନିକଟସ୍ଥ ବିମାନବନ୍ଦର ତ୍ରିଚି ଏବଂ କୋଏମ୍ବାଟୁର୍‌!

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ନୂଆପଡ଼ାର ନିକଟସ୍ଥ ବିମାନବନ୍ଦର ତ୍ରିଚି ଏବଂ କୋଏମ୍ବାଟୁର୍‌। ଆମେ କହୁନୁ, https://nuapada.nic.in/how-to-reach/ ରେ କ୍ଲିକ୍‌ କଲେ ଆପଣ ମଧ୍ୟ କହିବେ ନୂଆପଡ଼ା ଏବେ ତାମିଲନାଡ଼ୁକୁ ଘୁଞ୍ଚିଯାଇଛି। ଆଜ୍ଞା ହଁ ୱେବସାଇଟ୍‌ ଉପରେ ବଡ଼ ବଡ଼ ଅକ୍ଷରରେ ଲେଖାଯାଇଛି ନୂଆପଡ଼ା। କିନ୍ତୁ ଭିତରେ ତଥ୍ୟ ରହିଛି ଖାଣ୍ଟି ତାମିଲନାଡ଼ୁ ସମ୍ପର୍କିତ। ଏପରି ଲାଗୁଛି ଯେ ଏହି କାମ କୌଣସି ତାମିଲ ଫାର୍ମକୁ ଦିଆଯାଇଥିଲା । ନହେଲେ ତାମିଲନାଡୁର ସହର ତ୍ରିଚି, କୋଇମ୍ବାଟର, ସାଲେମ ଆଦିର […]

nuapada

Subrat Kumar Nayak
  • Published: Thursday, 17 October 2019
  • , Updated: 17 October 2019, 06:59 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ନୂଆପଡ଼ାର ନିକଟସ୍ଥ ବିମାନବନ୍ଦର ତ୍ରିଚି ଏବଂ କୋଏମ୍ବାଟୁର୍‌। ଆମେ କହୁନୁ, https://nuapada.nic.in/how-to-reach/ ରେ କ୍ଲିକ୍‌ କଲେ ଆପଣ ମଧ୍ୟ କହିବେ ନୂଆପଡ଼ା ଏବେ ତାମିଲନାଡ଼ୁକୁ ଘୁଞ୍ଚିଯାଇଛି। ଆଜ୍ଞା ହଁ ୱେବସାଇଟ୍‌ ଉପରେ ବଡ଼ ବଡ଼ ଅକ୍ଷରରେ ଲେଖାଯାଇଛି ନୂଆପଡ଼ା। କିନ୍ତୁ ଭିତରେ ତଥ୍ୟ ରହିଛି ଖାଣ୍ଟି ତାମିଲନାଡ଼ୁ ସମ୍ପର୍କିତ।
https://twitter.com/SamanwayaNanda/status/1184810616478818306?s=20

ସୋଶାଲ ମିଡିଆରେ ଏବେ ଏହି ୱେବସାଇଟ୍‌ର ତଥ୍ୟ ଚର୍ଚ୍ଚାରେ ରହିଛି। ବିଶେଷ କରି ‘ହାଓ ଟୁ ରିଚ୍‌’ ଟ୍ୟାବ୍‌ରେ ଏଭଳି ତଥ୍ୟ ସବୁ ମିଳୁଛି। ସୂଚନାଯୋଗ୍ୟ ଯେ, ଟେକ୍ନୋଲୋଜି ୫-ଟି ଅନ୍ୟତମ ଅଙ୍ଗ। ଏବେ ୫-ଟିର ସଫଳତାକୁ ନେଇ ଡିଣ୍ଡିମ ପିଟାଯାଉଥିବାରୁ ଏହି ଘଟଣା ଏହା ବାସ୍ତବତାକୁ ନେଇ ପ୍ରଶ୍ନ ଉଠାଇଛି। ଆଉ ଏବେ ନୂଆପଡ଼ାର ଏହି ୱେବସାଇଟ୍‌ର ଅଜବ ତଥ୍ୟକୁ ଲୋକେ ୫-ଟି ସଚିବ ଭିକେ ପାଣ୍ଡିଆନ୍‌ଙ୍କ ରାଜ୍ୟ ତାମିଲନାଡ଼ୁ ସହିତ ଯୋଡ଼ି ଚର୍ଚ୍ଚା କରିବା ଆରମ୍ଭ କରିଛନ୍ତି। କିଛି ଜଣ କହିଛନ୍ତି ଏ ୱେବସାଇଟ୍‌ଟି ତାମିଲ ସଂସ୍ଥା ପରିଚାଳନା କରୁଥିବାରୁ ଏପରି ହୋଇଥାଇପାରେ।
https://twitter.com/nirajkmishra/status/1184796922214641664?s=20
ୱେବସାଇଟ୍‌ଟି ଦେଖିଲେ ଯେକେହି ମଧ୍ୟ ସମାନ ଅଭିଯୋଗ ଆଣିବ। କାରଣ ଏଥିରେ ତାମିଲନାଡ଼ୁର ସାଲେମ୍‌ ଜିଲ୍ଲାର ତଥ୍ୟ ରହିଛି। ଏଥିରେ କୁହାଯାଇଛି ନୂଆପଡ଼ାର ନିକଟସ୍ଥ ବିମାନବନ୍ଦର ତ୍ରିଚି ଏବଂ କୋଏମ୍ବାଟୁର୍‌। ସେହିଭଳି ଟ୍ରେନ୍‌ ଓ ବସ୍‌ ଯୋଗାଯୋଗ ମଧ୍ୟ ତାମିଲନାଡ଼ୁର ଠିକଣା ସହ ଖାପ୍‌ ଖାଉଛି। ଏଭଳି ବିଭ୍ରାନ୍ତିକର ତଥ୍ୟ ତୁରନ୍ତ ହଟାଇବାକୁ ସାଧାରଣରେ ଦାବି ହୋଇଛି।

Related story