ସକ୍ରିୟ କରୋନା ରୋଗୀ: ଗଞ୍ଜାମକୁ ଟପିଲା ଖୋର୍ଦ୍ଧା, ସୁସ୍ଥ ହାର ବି ଚିନ୍ତାଜନକ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ଆଜିସୁଦ୍ଧା କରୋନା ସଂକ୍ରମିତ ରୋଗୀଙ୍କ ସଂଖ୍ୟା ୪୭୪୫୫ରେ ପହଂଚିଥିବାବେଳେ ଏବେ ସର୍ବାଧିକ ସକ୍ରିୟ କରୋନା ରୋଗୀ ଖୋର୍ଦ୍ଧା ଜିଲ୍ଲାରେ ରହିଛନ୍ତି। ରାଜ୍ୟ ସରକାରଙ୍କ ନାକ ତଳେ ଖୋର୍ଦ୍ଧା ଜିଲ୍ଲାରେ ସଂକ୍ରମିତଙ୍କ ସୁସ୍ଥ ହାର ବେଶ୍ ଚିନ୍ତାଜନକ ରହିଛି। ଗଞ୍ଜାମ ଜିଲ୍ଲା ତୁଳନାରେ ଖୋର୍ଦ୍ଧା ଜିଲ୍ଲାରେ ଏବେ ସକ୍ରିୟ ସଂକ୍ରମିତ ରୋଗୀ ଅଧିକ ରହିଥିବା ରାଜ୍ୟ ସରକାରଙ୍କ ୱେବସାଇଟରୁ ଜଳଜଳ ହୋଇ ଜଣାପଡ଼ୁଛି। ରାଜ୍ୟ ଅନ୍ୟାନ୍ୟ ଜିଲ୍ଲା ତୁଳନାରେ ଖୋର୍ଦ୍ଧା ଜିଲ୍ଲାରେ ଏଭଳି ସକ୍ରିୟ […]

corona

corona

Manoranjan Sial
  • Published: Monday, 10 August 2020
  • Updated: 10 August 2020, 06:47 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ଆଜିସୁଦ୍ଧା କରୋନା ସଂକ୍ରମିତ ରୋଗୀଙ୍କ ସଂଖ୍ୟା ୪୭୪୫୫ରେ ପହଂଚିଥିବାବେଳେ ଏବେ ସର୍ବାଧିକ ସକ୍ରିୟ କରୋନା ରୋଗୀ ଖୋର୍ଦ୍ଧା ଜିଲ୍ଲାରେ ରହିଛନ୍ତି। ରାଜ୍ୟ ସରକାରଙ୍କ ନାକ ତଳେ ଖୋର୍ଦ୍ଧା ଜିଲ୍ଲାରେ ସଂକ୍ରମିତଙ୍କ ସୁସ୍ଥ ହାର ବେଶ୍ ଚିନ୍ତାଜନକ ରହିଛି। ଗଞ୍ଜାମ ଜିଲ୍ଲା ତୁଳନାରେ ଖୋର୍ଦ୍ଧା ଜିଲ୍ଲାରେ ଏବେ ସକ୍ରିୟ ସଂକ୍ରମିତ ରୋଗୀ ଅଧିକ ରହିଥିବା ରାଜ୍ୟ ସରକାରଙ୍କ ୱେବସାଇଟରୁ ଜଳଜଳ ହୋଇ ଜଣାପଡ଼ୁଛି। ରାଜ୍ୟ ଅନ୍ୟାନ୍ୟ ଜିଲ୍ଲା ତୁଳନାରେ ଖୋର୍ଦ୍ଧା ଜିଲ୍ଲାରେ ଏଭଳି ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ସରକାରଙ୍କ କୋଭିଡ୍ ପରିଚାଳନା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।

ରାଜ୍ୟ ସରକାରଙ୍କ କୋଭିଡ୍ ଡ୍ୟାସବୋର୍ଡ ଓ ଭୁବନେଶ୍ୱର ମହାନଗର ନିଗମ(ବିଏମସି)ର କୋଭିଡ-ସଚେତକ ୱେବସାଇଟରୁ ମିଳିଥିବା ତଥ୍ୟ ଅନୁସାରେ ଆଜିସୁଦ୍ଧା ଗଞ୍ଜାମ ଜିଲ୍ଲାରେ ସର୍ବାଧିକ ୧୩୦୮୮ଜଣ କରୋନା ରୋଗୀ ଚିହ୍ନଟ ହୋଇଥିବାବେଳେ ସେମାନଙ୍କ ମଧ୍ୟରୁ ୧୦,୫୭୫ଜଣ ସୁସ୍ଥ ହୋଇଛନ୍ତି ଓ ଏବେ ୨୩୭୦ଜଣ ସକ୍ରିୟ ସଂକ୍ରମିତ ଅଛନ୍ତି। ଅନ୍ୟପକ୍ଷରେ ଗଞ୍ଜାମ ତୁଳନାରେ ଏପର୍ଯ୍ୟନ୍ତ ଖୋର୍ଦ୍ଧାରେ ଅଧା ଅର୍ଥାତ୍ ୬୬୬୩ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି।

କୋଭିଡ୍ ୱେବସାଇଟ୍ ଅନୁସାରେ ଖୋର୍ଦ୍ଧା ଜିଲ୍ଲାରେ ଆଜିସୁଦ୍ଧା ୬୬୬୩ଜଣ କରୋନା ଚିହ୍ନଟ ହୋଇଥିଲେ ମଧ୍ୟ ଏବେ ୩୩୮୬ଜଣ ସକ୍ରିୟ ରୋଗୀ ଚିକିତ୍ସାଧୀନ ଅଛନ୍ତି। ମାତ୍ର ୩୨୩୦ଜଣ ରୋଗୀ ସୁସ୍ଥ ହୋଇ ଫେରିଛନ୍ତି। ଖୋର୍ଦ୍ଧା ଜିଲ୍ଲାର ଏହି ୩୩୮୬ଜଣ ସକ୍ରିୟ ସଂକ୍ରମିତ ଥିବାବେଳେ ସେମାନଙ୍କ ମଧ୍ୟରୁ କେବଳ ବିଏମସି ଅଂଚଳରେ ୧୩୧୪ଜଣ ସକ୍ରିୟ ସଂକ୍ରମିତ ଅଛନ୍ତି। ଅର୍ଥାତ୍ ଖୋର୍ଦ୍ଧା ଜିଲ୍ଲାର ବାକି ଅଂଚଳରେ ଏବେ ୨୦୭୨ଜଣ ସକ୍ରିୟ ସଂକ୍ରମିତ ରହିଛନ୍ତି।

ବିଏମସିର ତଥ୍ୟ ଅନୁସାରେ, ଆଜିସୁଦ୍ଧା ମୋଟ ୪୦୫୨ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି ଓ ୨୭୨୨ଜଣ ସୁସ୍ଥ ହୋଇଛନ୍ତି।କିନ୍ତୁ ବିଏମସିକୁ ଛାଡ଼ି ଖୋର୍ଦ୍ଧା ଜିଲ୍ଲାର ବାକି ଅଂଚଳରେ ସୁସ୍ଥ ହେବା ରୋଗୀଙ୍କ ପରିମାଣ ବେଶ୍ ନଗଣ୍ୟ। କାରଣ ଖୋର୍ଦ୍ଧା ଜିଲ୍ଲାରେ ମୋଟ ୩୨୩୦ଜଣ ସୁସ୍ଥ ହୋଇଥିବାବେଳେ ସେଥିରୁ କେବଳ ବିଏମସି ଅଂଚଳର ୨୭୨୨ଜଣ ଅଛନ୍ତି। ଏହି ହିସାବରେ ଦେଖିଲେ ମାତ୍ର ୫୦୮ଜଣ ସୁସ୍ଥ ହୋଇଛନ୍ତି, ଯାହାକି ଅତ୍ୟନ୍ତ ଉଦବେଗର ବିଷୟ। ଖୋର୍ଦ୍ଧା ଜିଲ୍ଲାରେ(ବିଏମସି ବାଦ) ମୋଟ ୨୬୧୧ଜଣ କରୋନା ଚିହ୍ନଟ ହୋଇଥିବାବେଳେ ଏବେ ବି ୨୦୭୨ଜଣ ସକ୍ରିୟ ଅଛନ୍ତି ଓ ୩୧ଜଣଙ୍କ ମୃତ୍ୟୁ ଘଟିଛି।
ତେବେ ପ୍ରଶ୍ନ ଉଠୁଛି, ରାଜ୍ୟ ସରକାର କେବଳ ବିଏମସି ଉପରେ ଅଧିକ ଫୋକସ ଦେଉଥିବାରୁ ଖୋର୍ଦ୍ଧା ଜିଲ୍ଲାର ଅନ୍ୟ ଅଂଚଳରେ ସକ୍ରିୟ ସଂକ୍ରମିତ ରୋଗୀଙ୍କ ସୁସ୍ଥ ହାର ବେଶ୍ ଉଦବେଗଜନକ ରହିଛି। ଆଜି ସୁଦ୍ଧା ବିଏମସି ଅଂଚଳ ବ୍ୟତୀତ ଖୋର୍ଦ୍ଧା ଜିଲ୍ଲାର ବାକି ଅଂଚଳରେ ୨୬୧୧ କରୋନା ରୋଗୀ ଚିହ୍ନଟ ହୋଇଥିବାବେଳେ ଏବେବି ୨୦୭୨ଜଣ ସକ୍ରିୟ ରହିବା ଜିଲ୍ଲାରେ ସୁସ୍ଥତା ହାର ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।

ତେଣୁ ଏଥିରୁ ସ୍ପଷ୍ଟ ଜଣାପଡ଼ୁଛି ଯେ, ବିଏମସି ଅଂଚଳରେ କୋଭିଡ-୧୯ ନିୟନ୍ତ୍ରଣ ଦିଗରେ ସରକାର ଯେଭଳି କାର୍ଯ୍ୟ କରୁଛନ୍ତି ଖୋର୍ଦ୍ଧା ଜିଲ୍ଲାର ଅନ୍ୟ ଭାଗଗୁଡ଼ିକରେ ଏହାକୁ ନିୟନ୍ତ୍ରଣ କରିବାରେ ସେତେଟା ସଫଳ ହୋଇପାରିନାହାନ୍ତି। ଭୁବନେଶ୍ୱର ସହର ହେଉ ଅବା ଏହାର ଆଖପାଖ ଅଂଚଳରେ ସରକାରୀସ୍ତରରେ ସାନିଟାଇଜ୍ କରାନଯିବା ଓ କୋଭିଡ୍ ସମ୍ପର୍କରେ ଲୋକଙ୍କୁ ସଚେତନ କରାଇବା ଆଦି କାର୍ଯ୍ୟ ମଧ୍ୟ ହେଉନଥିବା ସାଧାରଣରେ ଚର୍ଚ୍ଚା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story