‘ଜୁନ୍ ସୁଦ୍ଧା ଓଡ଼ିଶାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୦ ହଜାର ଟପିବ’

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଶାରେ ଆସନ୍ତା ମାସ (ଜୁନ୍) ଶେଷ ସୁଦ୍ଧା କରୋନା ସଂକ୍ରମିତଙ୍କ ସଂଖ୍ୟା ୧୦ହଜାର ଟପିବ ବୋଲି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ବୈଷୟିକ ମୁଖପାତ୍ର ଡାକ୍ତର ଜୟନ୍ତ ପଣ୍ଡା ସୂଚନା ଦେଇଛନ୍ତି। ଗଣମାଧ୍ୟମକୁ ସୂଚନା ଦେଇ ଡାକ୍ତର ପଣ୍ଡା କହିଛନ୍ତି ଯେ, ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାର ଦୁଇଟି ମୁଖ୍ୟ କାରଣ ରହିଛି। ପ୍ରଥମତଃ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ୁବା ପାଇଁ ଆମେ ଚାହୁଁଛୁ ଓ ସେଥିପାଇଁ ଅଧିକ ପରିମାଣରେ ପରୀକ୍ଷା କରୁଛୁ । […]

Prof. (Dr.) Jayanta Kumar Panda

Manoranjan Sial
  • Published: Thursday, 21 May 2020
  • , Updated: 21 May 2020, 09:06 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଶାରେ ଆସନ୍ତା ମାସ (ଜୁନ୍) ଶେଷ ସୁଦ୍ଧା କରୋନା ସଂକ୍ରମିତଙ୍କ ସଂଖ୍ୟା ୧୦ହଜାର ଟପିବ ବୋଲି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ବୈଷୟିକ ମୁଖପାତ୍ର ଡାକ୍ତର ଜୟନ୍ତ ପଣ୍ଡା ସୂଚନା ଦେଇଛନ୍ତି।

ଗଣମାଧ୍ୟମକୁ ସୂଚନା ଦେଇ ଡାକ୍ତର ପଣ୍ଡା କହିଛନ୍ତି ଯେ, ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାର ଦୁଇଟି ମୁଖ୍ୟ କାରଣ ରହିଛି। ପ୍ରଥମତଃ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ୁବା ପାଇଁ ଆମେ ଚାହୁଁଛୁ ଓ ସେଥିପାଇଁ ଅଧିକ ପରିମାଣରେ ପରୀକ୍ଷା କରୁଛୁ । ସଂକ୍ରମଣ ନହେଲେ ଆମ ଭିତରେ ଗୋଷ୍ଠୀ ସଂକ୍ରମଣ ପ୍ରତିରୋଧକ ଶକ୍ତି ରହିବ ନାହିଁ। ପ୍ରତିରୋଧ ଶକ୍ତି ଆସିବାକୁ ଦୁଇ ତୃତୀୟାଂଶ ଲୋକଙ୍କୁ ସଂକ୍ରମଣ ହେବା ଆବଶ୍ୟକ। ଯଦି କରୋନାରେ ମୃତକଙ୍କ ସଂଖ୍ୟା ବଢ଼ୁଥାନ୍ତା ତା’ହେଲେ ଏହା ଆମର ଚିନ୍ତାର କାରଣ ହେଉଥାନ୍ତା।

https://www.facebook.com/OdishaReporter/videos/698220884274166/
ରାଜ୍ୟରେ ଏପର୍ଯ୍ୟନ୍ତ ୭ଜଣ ଲୋକଙ୍କ ମୃତ୍ୟୁ ଘଟିଛି। ଆଉ ଏହି ସମସ୍ତ ମୃତକଙ୍କ ଦେହରେ ଦୂରାରୋଗ୍ୟ ରହିଥିଲା। ତେଣୁ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ହିଁ ଆମର ସଫଳତା ଓ ଏଥିରେ ଭୟଭୀତ ହେବା ଅନୁଚିତ୍। ଆମକୁ ଅଧିକ ସଂଖ୍ୟା ଦରକାର ଓ ଆମେ ଗୋଷ୍ଠୀ ପ୍ରତିରୋଧକ ଶକ୍ତି ଚାହୁଁଛୁ। ଦିନ ଆସିବ ଆମ ପ୍ରତିରୋଧକ ଶକ୍ତି ବଢ଼ିଯିବ ଓ କରୋନା ଆଉ ଆମମାନଙ୍କର କିଛି କ୍ଷତି କରିପାରିବାନି ବୋଲି ଡାକ୍ତର ପଣ୍ଡା କହିଛନ୍ତି। ତେଣୁ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ିଲେ ବି ଭୟ ନକରିବାକୁ ସେ ପରାମର୍ଶ ଦେଇଛନ୍ତି।

Related story