ରାଜଧାନୀରେ ଡେଙ୍ଗୁ ଅଣାୟତ୍ତ, ରୋଗୀ ସଂଖ୍ୟା ୮୭୭ ଛୁଇଁଲା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) : ରାଜଧାନୀ ଭୁବନେଶ୍ୱରରେ ଆଜି ୨୮୦୬ଜଣ ସକ୍ରିୟ କରୋନା ସଂକ୍ରମିତ ରୋଗୀ ରହିଥିବାବେଳେ ଡେଙ୍ଗୁ ସ୍ଥିତି ଅଣାୟତ୍ତ ହେବାରେ ଲାଗିଛି । ଆଜି ଆଉ ୪୬ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହେବା ପରେ ରାଜଧାନୀ ଭୁବନେଶ୍ୱରରେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ୮୭୭କୁ ବୃଦ୍ଧି ପାଇଛି। ପ୍ରତିଦିନ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଉଥିବାବେଳେ ବିଏମସିର ସଫେଇ ଅଭିଯାନ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଡେଙ୍ଗୁକୁ ନିୟନ୍ତ୍ରଣ କରିବାରେ ବିଏମସି ବିଫଳ ହୋଇଛି ବୋଲି ବିଜେପି […]

Dengue

Ordigital Desk
  • Published: Saturday, 07 August 2021
  • , Updated: 07 August 2021, 10:52 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) : ରାଜଧାନୀ ଭୁବନେଶ୍ୱରରେ ଆଜି ୨୮୦୬ଜଣ ସକ୍ରିୟ କରୋନା ସଂକ୍ରମିତ ରୋଗୀ ରହିଥିବାବେଳେ ଡେଙ୍ଗୁ ସ୍ଥିତି ଅଣାୟତ୍ତ ହେବାରେ ଲାଗିଛି । ଆଜି ଆଉ ୪୬ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହେବା ପରେ ରାଜଧାନୀ ଭୁବନେଶ୍ୱରରେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ୮୭୭କୁ ବୃଦ୍ଧି ପାଇଛି। ପ୍ରତିଦିନ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଉଥିବାବେଳେ ବିଏମସିର ସଫେଇ ଅଭିଯାନ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଡେଙ୍ଗୁକୁ ନିୟନ୍ତ୍ରଣ କରିବାରେ ବିଏମସି ବିଫଳ ହୋଇଛି ବୋଲି ବିଜେପି ମଧ୍ୟ କ୍ରମାଗତ ଭାବେ ସରକାରଙ୍କୁ ଟାର୍ଗେଟ୍ କରିବାରେ ଲାଗିଛି।

ଭୁବନେଶ୍ୱର ମହାନଗର ନିଗମ(ବିଏମସି) ପକ୍ଷରୁ ଆଜି ମିଳିଥିବା ସୂଚନା ଅନୁସାରେ, ଗତ ୨୪ଘଣ୍ଟା ମଧ୍ୟରେ ଭୁବନେଶ୍ୱରରେ ୪୬ଜଣ ନୂଆ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି। ଏହାସହିତ ରାଜଧାନୀରେ ମୋଟ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ୮୭୭କୁ ବୃଦ୍ଧି ପାଇଛି। ବିଏମସି ଅଂଚଳରେ ସଚେତନତା ଓ ସଫେଇ କାର୍ଯ୍ୟକ୍ରମକୁ ବ୍ୟାପକ କରାଯାଉଛି। ୭୫୮୧ଟି ଘରୁ ୩୧୪୯୬ଜଣ ଲୋକଙ୍କଠୁ ତଥ୍ୟ ସଂଗ୍ରହ କରାଯାଇଛି । ସମ୍ଭାବ୍ୟ ମଶା ବୃଦ୍ଧି ଆଶଙ୍କା ଥିବା ୨୫୮୬୭ଟି ସ୍ଥାନରେ ସଫେଇ କରାଯାଇ ସେସବୁକୁ ପରିଷ୍କାର କରାଯାଇଛି। ୨୫୭୭୧ଟି ସ୍ଥାନରେ ମଶାର ଲାର୍ଭା ଚିହ୍ନଟ କରି ନଷ୍ଟ କରାଯାଇଛି।

ରାଜଧାନୀ ଭୁବନେଶ୍ୱରରେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ କ୍ୟାପିଟାଲ ହସ୍ପିଟାଲରେ ୨ଟି ଡେଙ୍ଗୁ ୱାର୍ଡ ଖୋଲାଯାଇଛି । ଏହାସହିତ ଡେଙ୍ଗୁ ଲକ୍ଷଣ ଥିବା ରୋଗୀଙ୍କ ପାଇଁ ମାଗଣା ଟେଷ୍ଟିଂ ସୁବିଧା ମଧ୍ୟ କରାଯାଇଛି ବୋଲି ବିଏମସି ପକ୍ଷରୁ ସୂଚନା ଦିଆଯାଇଛି।

Related story