ସରକାରଙ୍କ ବିରୁଦ୍ଧରେ ହାଇକୋର୍ଟ ଗଲା ଓସିଏ ସମ୍ପାଦକଙ୍କ କମ୍ପାନୀ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପୁଞ୍ଜିନିବେଶଙ୍କୁ ଆକୃଷ୍ଟ କରିବା ପାଇଁ ରାଜ୍ୟ ସରକାର ‘ମେକ୍ ଇନ୍ ଓଡ଼ିଶା’ କାର୍ଯ୍ୟକ୍ରମ ମାଧ୍ୟମରେ  ପ୍ରତିଶ୍ରୁତି ଦେବା ସହ ଦେଶବ୍ୟାପୀ ରୋଡ୍ ଶୋ’ ଓ ନିବେଶକ ସମ୍ମିଳନୀ କରି ଓଡ଼ିଶା ପୁଞ୍ଜିନିବେଶକଙ୍କ ପାଇଁ ପ୍ରକୃଷ୍ଟ ସ୍ଥାନ ବୋଲି ପ୍ରଚାର କରୁଛନ୍ତି । ମାତ୍ର ‘ମେକ୍ ଇନ୍ ଓଡ଼ିଶା’ କାର୍ଯ୍ୟକ୍ରମରେ ପୁଞ୍ଜିନିବେଶ ପାଇଁ ଆଗ୍ରହ ଦେଖାଇଥିବା ଓଡ଼ିଆ ପୁଞ୍ଜିନିବେଶକଙ୍କୁ ସରକାରୀ କଳର ହତାଦାରର ଏକ ନୂଆ ତଥ୍ୟ ପଦାକୁ ଆସିଛି । ଏପରିକି ରାଜ୍ୟ ସରକାରଙ୍କ […]

high-court

high-court

Ordigital Desk
  • Published: Saturday, 17 September 2022
  • Updated: 17 September 2022, 09:23 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପୁଞ୍ଜିନିବେଶଙ୍କୁ ଆକୃଷ୍ଟ କରିବା ପାଇଁ ରାଜ୍ୟ ସରକାର ‘ମେକ୍ ଇନ୍ ଓଡ଼ିଶା’ କାର୍ଯ୍ୟକ୍ରମ ମାଧ୍ୟମରେ  ପ୍ରତିଶ୍ରୁତି ଦେବା ସହ ଦେଶବ୍ୟାପୀ ରୋଡ୍ ଶୋ’ ଓ ନିବେଶକ ସମ୍ମିଳନୀ କରି ଓଡ଼ିଶା ପୁଞ୍ଜିନିବେଶକଙ୍କ ପାଇଁ ପ୍ରକୃଷ୍ଟ ସ୍ଥାନ ବୋଲି ପ୍ରଚାର କରୁଛନ୍ତି । ମାତ୍ର ‘ମେକ୍ ଇନ୍ ଓଡ଼ିଶା’ କାର୍ଯ୍ୟକ୍ରମରେ ପୁଞ୍ଜିନିବେଶ ପାଇଁ ଆଗ୍ରହ ଦେଖାଇଥିବା ଓଡ଼ିଆ ପୁଞ୍ଜିନିବେଶକଙ୍କୁ ସରକାରୀ କଳର ହତାଦାରର ଏକ ନୂଆ ତଥ୍ୟ ପଦାକୁ ଆସିଛି । ଏପରିକି ରାଜ୍ୟ ସରକାରଙ୍କ ସହ ଏମଓୟୁ ସ୍ୱାକ୍ଷର କରି ମଧ୍ୟ ଓଡ଼ିଆ ଉଦ୍ୟୋଗୀଙ୍କୁ ବ୍ୟବସାୟର ସୁଯୋଗ ମିଳୁନାହିଁ । ଓଲଟା ଆଇନଗତ ପ୍ରତିବନ୍ଧକର ଆଳ ଦେଖାଇ ଲିଜ୍ ଲାଇସେନ୍ସ ବାତିଲ କରିବା ସହ ତୁରନ୍ତ ଲିଜ୍ ସ୍ଥାନ ଛାଡ଼ିବାକୁ ରାଜ୍ୟ ସରକାର ନିର୍ଦ୍ଦେଶ ଦେବାପରେ ଓଡ଼ିଶା କ୍ରିକେଟ୍ ଆସୋସିଏସନ୍ ସମ୍ପାଦକ ସଞ୍ଜୟ ବେହେରାଙ୍କ ମାଲିକାନାରେ ଥିବା କମ୍ପାନୀ ‘ଓଡ଼ିଶା ଆକ୍ୱା ଟ୍ରେଡର୍ସ ଆଣ୍ଡ ମେରାଇନ୍ ଏକ୍ସପୋର୍ଟ ପ୍ରାଃ ଲିଃ ଗତ ଅଗଷ୍ଟ ୨୬ତାରିଖରେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛି । ତେବେ ଯେଉଁ ପ୍ରକଳ୍ପ ପାଇଁ ରାଜ୍ୟ ସରକାର ଏମଓୟୁ ସ୍ୱାକ୍ଷର କରୁଛନ୍ତି ତା’ର ଆଇନଗତ ବୈଧତା ସମ୍ପର୍କରେ ସରକାର ସଚେତନ ନାହାନ୍ତି ନା ପ୍ରଚାର ନିଶାରେ ସେସବୁ ପ୍ରତି ଆଖିବୁଜି ଦେଇଥିଲେ ତାହା ଏବେ ସାଧାରଣରେ ଚର୍ଚ୍ଚାର ବିଷୟ ପାଲଟିଛି ।

ମିଳିଥିବା ସୂଚନା ଅନୁସାରେ, ଭିତରକନିକାର ଜାତୀୟ ଉଦ୍ୟାନ, ଭିତରକନିକା ବନ୍ୟଜନ୍ତୁ ଅଭୟାରଣ୍ୟ ଓ ଗହିରମଥା ସାମୁଦ୍ରିକ ବନ୍ୟପ୍ରାଣୀ ଅଭୟାରଣ୍ୟର ୨କିମି ବ୍ୟାସାର୍ଦ୍ଧରେ ଥିବା ଅଂଚଳକୁ ‘ଇକୋ ସେନ୍ସେସେଟିଭ୍ ଜୋନ(ଇସିଜେଡ୍‌)’ ଘୋଷଣା କରି କେନ୍ଦ୍ର ପରିବେଶ ଓ ଜଙ୍ଗଲ ମନ୍ତ୍ରଣାଳୟ ୨୦୧୪ ଅକ୍ଟୋବର ୨୧ତାରିଖରେ ଏକ ଚିଠା ବିଜ୍ଞପ୍ତି ଜାରି କରିଥିଲେ । ଯେଉଁଥିରେ ଭିତରକନିକା ଇକୋ ସେନ୍ସସେଟିଭ ଜୋନ୍ ପରିସରରେ ମୋଟ ୧୯୨ଟି ରାଜସ୍ୱ ଗାଁ ସାମିଲ ଥିଲା । ଏହାର ଚୂଡ଼ାନ୍ତ ବିଜ୍ଞପ୍ତି ପ୍ରାୟ ୮ମାସ ପରେ ଅର୍ଥାତ ୨୦୧୫ ଜୁନ୍ ୧୬ତାରିଖରେ କେନ୍ଦ୍ର ପରିବେଶ ଓ ଜଙ୍ଗଲ ମନ୍ତ୍ରଣାଳୟ ଜାରି କରିଥିଲା । ଏହି ଇସିଜେଡ୍ ପରିସରରେ କୌଣସି ପ୍ରକାରର ବ୍ୟବସାୟିକ କାର୍ଯ୍ୟ ନକରିବା ସମେତ ବିଭିନ୍ନ ପ୍ରକାରର କଟକଣା ଜାରି ହୋଇଥିଲା । ଏସବୁ ଜାଣି ମଧ୍ୟ ରାଜ୍ୟ ସରକାର ନିଜସ୍ୱ ପ୍ରଚାର ନାଁରେ କେନ୍ଦ୍ରାପଡ଼ାର ଏହି ସଂରକ୍ଷିତ ଅଂଚଳରେ ଜଗତିଯୋର ଓ ବନପଡ଼ା ଚିଙ୍ଗୁଡ଼ି କ୍ଲଷ୍ଟରର ବିକାଶ ପାଇଁ ଏମଓୟୁ ସ୍ୱାକ୍ଷର କରିବାକୁ ପଛାଇ ନଥିଲେ ।

ତେବେ ରାଜ୍ୟ ସରକାର ଏସବୁ ପ୍ରତି ଅବଗତ ଥାଇ ମଧ୍ୟ ୨୦୧୬ ସେପ୍ଟେମ୍ବର ୩ ତାରିଖରେ ଓଡ଼ିଆ ଉଦ୍ୟୋଗୀଙ୍କ କମ୍ପାନୀ ଫାଲକନ୍ ମେରାଇନ୍  ଏକ୍ସପୋର୍ଟ ଲିଃ ସହ ଏକ ଏମଓୟୁ ସ୍ୱାକ୍ଷର କଲେ । କେନ୍ଦ୍ରାପଡ଼ା ଜିଲ୍ଲାର ମହାକାଳପଡ଼ା ଅଂଚଳର ଜଗତିଯୋର ଚିଙ୍ଗୁଡ଼ି କ୍ଲଷ୍ଟରରେ କମ୍ପାନୀକୁ ପ୍ରାୟ ଏକ ହଜାର ଏକର ଜମି ୧୫ବର୍ଷ ପାଇଁ ଲିଜ୍ ଦେବାକୁ ନିଷ୍ପତ୍ତି ହୋଇଥିଲା । ଫାଲକନ୍ କମ୍ପାନୀ ମଧ୍ୟ ୨୦୧୬ ଡିସେମ୍ବରରେ ମେକ୍ ଇନ୍ ଓଡ଼ିଶା କାର୍ଯ୍ୟକ୍ରମରେ ସାମିଲ ହୋଇ ଏହି ନିବେଶ କରିବ ବୋଲି ସମ୍ମତି ଦେଲା ତଥା ୪୦୦କୋଟି ଟଙ୍କା ବ୍ୟୟ କରିବ ଓ ସରକାରଙ୍କୁ ରାଜସ୍ୱ ବାବଦରେ ୧୩କୋଟି ଟଙ୍କା ମିଳିବ ବୋଲି ସେତେବେଳେ ପ୍ରଚାର କରାଗଲା । ମାତ୍ର କମ୍ପାନୀ ଏହି ପ୍ରକଳ୍ପ କାର୍ଯ୍ୟକାରୀ କରିବା ତ ଦୂରର କଥା, ସରକାରଙ୍କ ଅସହଯୋଗ ଓ ଆଇନଗତ ପ୍ରତିବନ୍ଧକକୁ ଦେଖି ନିଜଆଡ଼ୁ ପ୍ରକଳ୍ପରୁ ଓହରିଯିବାକୁ ଦୀର୍ଘ ୫ବର୍ଷ ପରେ ଅନୁରୋଧ କଲା । ଏପରିକି କମ୍ପାନୀ ନିଜର ଆଗ୍ରହ ଦେଖାଇ ମଝିରେ ଏହି ପ୍ରକଳ୍ପକୁ ୧୫ବର୍ଷ ନୁହେଁ ବରଂ ୩୦ବର୍ଷ ଲିଜରେ ନେବାକୁ ଲିଖିତ ପ୍ରସ୍ତାବ ଦେଇଥିଲା । କିନ୍ତୁ ଜିଲ୍ଲାସ୍ତରୀୟ କମିଟି ଓ ରାଜ୍ୟସ୍ତରୀୟ କମିଟିରେ ଏହି ପ୍ରକଳ୍ପ ପାଇଁ ଅନୁମତି ପ୍ରସ୍ତାବ ୪ରୁ ୫ବର୍ଷ ଧରି ବିଚାର ପାଇଁ ପଡ଼ି ରହିଲା । ଆଉ ଚଳିତବର୍ଷ ଅଗଷ୍ଟ ମାସରେ ସରକାର ଏହି ପ୍ରକଳ୍ପ ନିମନ୍ତେ ଏମଓୟୁ ଓ ଲିଜକୁ ବାତିଲ କରିଥିବା ଜଣାପଡ଼ିଛି । ଯଦିଓ ୨୦୧୪ ମସିହାରୁ କେନ୍ଦ୍ର ସରକାର ଏହି ଜଗତିଯୋର କ୍ଲଷ୍ଟର ଥିବା ଅଂଚଳକୁ ‘ଇସିଜେଡ୍‌’ ପରିସରଭୁକ୍ତ କରିସାରିଥିଲେ । ମାତ୍ର ଓଡ଼ିଶା ସରକାର ସମସ୍ତଙ୍କୁ ଅନ୍ଧକାରରେ ରଖି ଏହି କ୍ଲଷ୍ଟରର ବିକାଶ ପାଇଁ ଏମଓୟୁ ସ୍ୱାକ୍ଷର କଲେ ଓ ମେକ୍ ଇନ୍ ଓଡ଼ିଶାରେ ଏହି ପ୍ରକଳ୍ପକୁ ଶୋ’ ମଧ୍ୟ କରାଇଲେ ।

ସମାନ ଅବସ୍ଥା, ଓସିଏ ସମ୍ପାଦକ ଶ୍ରୀ ବେହେରାଙ୍କ ମାଲିକାନାରେ ଥିବା ଓଡ଼ିଶା ଆକ୍ୱା ଟ୍ରେଡର୍ସ କମ୍ପାନୀର । କମ୍ପାନୀକୁ ସେହି ମହାକାଳପଡ଼ା ଅଂଚଳର ବନପଡ଼ା କ୍ଲଷ୍ଟରରେ ୧୫୦ଏକର ଜମିରେ ଚିଙ୍ଗୁଡ଼ି ଉତ୍ପାଦନ ନିମନ୍ତେ ସରକାରଙ୍କ ସହ ଏମଓୟୁ ସ୍ୱାକ୍ଷର କଲା । କମ୍ପାନୀ ସେଠାରେ ନିଜର ପୁଞ୍ଜିନିବେଶ କରିବା ସହ ୪ବର୍ଷ ଧରି ଉତ୍ପାଦନ ମଧ୍ୟ କଲା । କମ୍ପାନୀ ସେଠାରେ ବ୍ୟବସାୟ ନିମନ୍ତେ ଲାଇସେନ୍ସ ପାଇଁ ଆବେଦନ କରି ମଧ୍ୟ ତାହା ହାତେଇବାରେ ସକ୍ଷମ ହୋଇନଥିଲା । ଯଦିଓ ୨୦୧୯ ମସିହାରୁ ଏଠାରେ ଆଇନଗତ ସମସ୍ୟାର ସମ୍ମୁଖୀନ ହୋଇଥିଲେ ମଧ୍ୟ ଲିଜ୍ ପାଇଥିବା ଜମିରେ କମ୍ପାନୀ ନିଜର ଉତ୍ପାଦନ କରିଥିଲା । କମ୍ପାନୀ ଏବେବି ୩ବର୍ଷର ଲିଜ୍ ଅର୍ଥ ସରକାରଙ୍କୁ ନଦେଇ ବକେୟା ରଖିଛି । ଆଉ ଲୋକାୟୁକ୍ତରେ ମାମଲା ହେବାପରେ ରାଜ୍ୟ ସରକାର ତରବରିଆ ଭାବେ ଫାଲକନ୍ ଓ ଓଡ଼ିଶା ଆକ୍ୱାର ଲିଜ୍ ବାତିଲ କରି ଦେଇଥିଲେ । ଯାହାକୁ ହାଇକୋର୍ଟରେ ଓଡ଼ିଶା ଆକ୍ୱା ଚ୍ୟାଲେଞ୍ଜ କରିଛି ।

ତେବେ ପ୍ରଶ୍ନ ଉଠୁଛି, କେନ୍ଦ୍ର ସରକାର ଯେଉଁ ଅଂଚଳକୁ ଦୀର୍ଘ ୨୦୧୪ ଅକ୍ଟୋବର ମାସରୁ ନିଜର ଚିଠା ବିଜ୍ଞପ୍ତି ଓ ୨୦୧୫ ଜୁନ୍ ମାସରୁ ଚୂଡ଼ାନ୍ତ ବିଜ୍ଞପ୍ତି ମାଧ୍ୟମରେ ସଂରକ୍ଷିତ ଅଂଚଳ ବୋଲି ଘୋଷଣା କରିସାରିଛନ୍ତି, ସେଠାରେ ପ୍ରକଳ୍ପ କାର୍ଯ୍ୟ ନିମନ୍ତେ ଏମଓୟୁ କରିବା ପୂର୍ବରୁ କ’ଣ ସରକାରୀସ୍ତରରେ କିଛି ଖୋଳତାଡ଼ କରିପାରିଲେନି । ଯଦିଓ କରିଥିଲେ ତା’ହେଲେ ଏହି ଦୁଇ ଓଡ଼ିଆ କମ୍ପାନୀକୁ କାହିଁକି ଏବେ ସେଠାରୁ ହଟିବାକୁ ପଡ଼ିଲା । ଅବଶ୍ୟ ୨୦୨୨ ଫେବୃୟାରୀରେ କେନ୍ଦ୍ର ପରିବେଶ ଓ ଜଙ୍ଗଲ ମନ୍ତ୍ରଣାଳୟର ସଂଶୋଧିତ ବିଜ୍ଞପ୍ତିରେ ଏହି ଇସିଜେଡରୁ ୫୨ଟି ଗାଁକୁ ବାଦ୍ ଦିଆଯାଇଛି ଓ ଆଉ ୧୩ଟି ଗାଁକୁ ସାମିଲ କରାଯାଇ ଭିତରକନିକାର ୨କିମି ବ୍ୟାସାର୍ଦ୍ଧରେ ଥିବା ମୋଟ ୧୫୩ଟି ଗାଁକୁ ଇକୋ ସେନ୍ସେଟିଭ୍ ଜୋନ୍ ବୋଲି ଘୋଷଣା କରାଯାଇଛି ।

ସୂଚନାଯୋଗ୍ୟ, ଓଡ଼ିଶା ସରକାରଙ୍କ ୨୦୧୬ ଓ ୨୦୧୮ ମେକ୍ ଇନ ଓଡ଼ିଶା କନକ୍ଲେଭରେ ଯଥାକ୍ରମେ ୮୪ଟି ପ୍ରକଳ୍ପରେ ମୋଟ ୨.୦୩ଲକ୍ଷ କୋଟି ଓ ୨୦୨ଟି ପ୍ରକଳ୍ପରେ ୪.୨୩ଲକ୍ଷ କୋଟି ଟଙ୍କା ନିବେଶର ପ୍ରତିଶ୍ରୁତି ମିଳିଥିଲା । ମାତ୍ର ଚଳିତବର୍ଷ ଜୁଲାଇ ସୁଦ୍ଧା ଏଥିରୁ ମୋଟ ୨୮୬ଟି ପ୍ରକଳ୍ପରୁ ମାତ୍ର ୧୬ଟି(୨୦୧୬ର ୬ଟି ପ୍ରକଳ୍ପ) ପ୍ରକଳ୍ପ କାର୍ଯ୍ୟକ୍ଷମ ହୋଇ ମାତ୍ର ୫୬୭୪ କୋଟି ଟଙ୍କା ନିବେଶ ସମ୍ଭବପର ହୋଇପାରିଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story