ଭୁବନେଶ୍ୱର: ନିଲାମୀ ପାଇଁ ଓଡ଼ିଶାରେ ୧୬ଟି ଖଣି ଚିହ୍ନଟ କରାଯାଇଛି। ଅକ୍ଟୋବର ଶେଷ ସୁଦ୍ଧା ଏଠାରେ ଖଣି ନିଲାମୀ ପ୍ରକ୍ରିୟା ଆରମ୍ଭ ହେବ। ଏ ସୂଚନା ଦେଇଛନ୍ତି କେନ୍ଦ୍ର ଖଣି ସଚିବ ବଲବିନ୍ଦର କୁମାର। ଆଜି ଭୁବନେଶ୍ୱରଠାରେ ସଚିବାଳୟଠାରେ ମୁଖ୍ୟ ଶାସନ ସଚିବଙ୍କ ସହିତ ବୈଠକ ପରେ ସେ ଏହି ସୂଚନା ଦେଇଥିଲେ।
ସେହିପରି ବୈଠକ ପରେ ମୁଖ୍ୟ ଶାସନ ସଚିବ ଗୋକୁଳଚନ୍ଦ୍ର ପତି କହିଥିଲେ ନିଲାମୀ ନେଇ ଖୁବ୍ ଶୀଘ୍ର ସରକାର ବିଜ୍ଞପ୍ତି ଜାରି କରାଯିବ। ବୈଠକରେ ଡିଷ୍ଟ୍ରିକ୍ଟ ମିନେରାଲ ଫାଉଣ୍ଡେସନ୍ ବାବଦରେ ମଧ୍ୟ ଆଲୋଚନା ହୋଇଥିଲା। ଖଣି ଅଞ୍ଚଳର ଜିଲ୍ଲାଗୁଡ଼ିକ ୨ଶହରୁ ୪ଶହ କୋଟି ଟଙ୍କା ପର୍ଯ୍ୟନ୍ତ ପାଇବେ।