ଆମ ନେତାଙ୍କ ଓଡ଼ିଆ ଜ୍ଞାନ ଏମିତି ? ଶୁଣନ୍ତୁ କିଏ ଅ, ଆକୁ କେମିତି ଜାଣିଛନ୍ତି

Ordigital Desk
  • Published: Sunday, 01 April 2018
  • , Updated: 01 April 2018, 08:08 PM IST
<p>ଭୁବନେଶ୍ୱର,(ଓଡ଼ିଶା ରିପୋର୍ଟର): ଆଜି ଉତ୍କଳ ଦିବସ। &nbsp;୧୯୩୬ ମସିହାରେ ଆଜିର ଦିନରେ ବ୍ରିଟିଶ ସରକାର ଭାଷା ଭିତ୍ତିରେ ସ୍ୱତନ୍ତ୍ର ଉତ୍କଳ&nbsp;ପ୍ରଦେଶ ଗଠନ କରିଥିଲେ। &nbsp;ଆଜି ଓଡ଼ିଶାକୁ ୮୨ ବର୍ଷ ପୂରି ୮୩ ଛୁଇଁଛି। ବହୁ ସଂଗ୍ରାମ ପରେ ୧୯୩୬ ଏପ୍ରିଲ ୧ ତାରିଖରେ ଗଠନ ହୋଇଥିଲା ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ। ଭାଷା ଭିତ୍ତିରେ ଦେଶରେ ପ୍ରଥମ କରି ଏହି ରାଜ୍ୟ ଗଠନ ହୋଇଥିଲା। &nbsp;ଉତ୍କଳ ମଣି ଗୋପବନ୍ଧୁ ଦାସ, ଉତ୍କଳ ଗୌରବ ମଧୁସୂଦନ ଦାସ, ମହାରାଜା କୃଷ୍ଣଚନ୍ଦ୍ର ଗଜପତି, ବ୍ୟାସ କବି ଫକୀର ମୋହନ ସେନାପତି, ରାଧାନାଥ ରାୟ, ସ୍ୱଭାବ କବି ଗଙ୍ଗାଧର ମେହେର, ଗୌରୀ ଶଙ୍କର ରାୟଙ୍କ ପରି କେତେକ ବରପୁତ୍ରଙ୍କ ସଂଘର୍ଷରେ ହିଁ ଏହା ସଫଳ ହୋପାରିଥିଲା।</p> <p>ଏଥିପାଇଁ ଏହି ବରପୁତ୍ରମାନଙ୍କୁ କେତେ କ&rsquo;ଣ ତ୍ୟାଗ କରିବାକୁ ପଡ଼ିଛି। &nbsp;ଇତି ମଧ୍ୟରେ ଓଡ଼ିଆ ଭାଷା ଶାସ୍ତ୍ରୀୟ ମାନ୍ୟତା ପାଇଛି। ତେବେ ଯେଉଁମାନଙ୍କ ଉଦ୍ୟମରେ ଏ ଓଡ଼ିଶା ରାଜ୍ୟ ରାଜ୍ୟ ଗଠନ ହୋଇଥିଲା ସେମାନଙ୍କୁ ଆମେ କେତେ ଚିହ୍ନିଛୁ। କେମିତି ପୂଜା ପାଉଛନ୍ତି ସେହି ମହାପୁରୁଷଙ୍କ ପ୍ରତିମୂର୍ତ୍ତି। ଆଉ ସେମାନଙ୍କ ପାଇଁ ଆମର କେତେ ସମ୍ମାନ ଅଛି? ଆପଣ ସେ ସବୁ ଦୃଶ୍ୟ ଦେଖିଲେ ହିଁ ଜାଣିପାରିବେ।</p> <p>ଖାଲି ସେତିକି ନୁହଁ ଯେଉଁ ଓଡ଼ିଆ ଭାଷା ପାଇଁ ଆମେ ଛାତି ପିଟି ଗର୍ବ କରୁଛେ ସେହି ଭାଷାକୁ ଆମ ନେତା କେତେ କେମିତି ଶିଖିଛନ୍ତି। ଅ, ଆ ବର୍ଣ୍ଣମାଳାକୁ କେତେ ଜାଣିଛନ୍ତି ଆମ ନେତା ଏ ସବୁ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ। କିଏ ଓଡ଼ିଆରେ ବର୍ଣ୍ଣମାଳା କେତୋଟି ଜାଣିନାହାନ୍ତି ତ&rsquo; ଆଉ କିଏ ଓଡ଼ିଆ ବର୍ଣ୍ଣମାଳା ୪୯ଟି ବୋଲି ଜାଣିନାହାନ୍ତି। ପୁଣି କିଏ ଅ, ଆ ମଧ୍ୟ ଠିକ୍ କରି କହିପାରୁନାହାନ୍ତି । ତେବେ ଦେଖନ୍ତୁ ଭିଡିଓ।</p>

Related story