ଫେରିଲେ ପପୁ

Ordigital Desk
  • Published: Tuesday, 10 July 2018
  • , Updated: 10 July 2018, 11:21 AM IST
<p>ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସୁସ୍ଥ ହୋଇ ଘରକୁ ଫେରିଲେ ଓଲିଉଡର କମେଡି କିଙ୍ଗ୍ ପପୁ ପମ୍&zwnj;ପମ୍&zwnj;। ଅସୁସ୍ଥତା ପାଇଁ ସେ ଦିଲ୍ଲୀ ଏମ୍&zwnj;ସରେ ଚିକିତ୍ସାଧୀନ ଥିଲେ। ପପୁ (ଅଗ୍ନାଶୟ) ପାନ୍&zwnj;କ୍ରିୟାସ ଜନିତ ରୋଗରେ ଆକ୍ରାନ୍ତ ହୋଇଥିଲେ।&lt;a href=&quot;&quot;&gt;(image) &lt;/a&gt;</p> <p>ସୂଚନାଯୋଗ୍ୟ, ଗତ ମେ&rsquo; ୧୫ରେ &nbsp;ତାଙ୍କୁ ଚିକିତ୍ସା ପାଇଁ&nbsp;ନୂଆଦିଲ୍ଲୀ ସ୍ଥିତ ଏମ୍&zwnj;ସକୁ &nbsp;ନିଆଯାଇଥିଲା। ପପୁ ସୁଟିଂ ସେଟ୍&zwnj;ରୁ ଫେରିବା ସମୟରେ ସେ ହଠାତ୍&zwnj; ଅସୁସ୍ଥ ଅନୁଭବ କରିଥିଲେ। ସୁଟିଂ ବେଳେ ବ୍ୟସ୍ତତା ଯୋଗୁଁ ପପୁ ସେଦିନ ମଧ୍ୟାହ୍ନ ଭୋଜନ କରିପାରି ନ ଥିଲେ। ସୁଟିଂ ଶେଷ ପରେ ବିଳମ୍ବିତ ସଂଧ୍ୟାରେ ସେ କିଛି ଖାଦ୍ୟ ଖାଇ ଘରକୁ ଫେରୁଥିଲେ। ହଠାତ୍&zwnj; ରାସ୍ତାରେ ଅସୁସ୍ଥ ଅନୁଭବ କରିବାରୁ ତାଙ୍କ ବନ୍ଧୁମାନେ ତାଙ୍କୁ ଖଣ୍ଡଗିରି ନିକଟସ୍ଥ ଏକ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ପରେ ସେ &nbsp;(ଅଗ୍ନାଶୟ) ପାନ୍&zwnj;କ୍ରିୟାସ ଜନିତ ରୋଗରେ ଆକ୍ରାନ୍ତ ଥିବା ଜଣାପଡ଼ିଥିଲା। ତାଙ୍କୁ ପ୍ରଥମେ ରାଜଧାନୀ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ହେଲେ ତାଙ୍କ ଅବସ୍ଥା ଅଧିକ ଗମ୍ଭୀର ହେବାରୁ ଏୟାର ଆମ୍ୱୁଲାନ୍ସ ଦ୍ୱାରା ତାଙ୍କୁ ଚିକିତ୍ସା ପାଇଁ ଦିଲ୍ଲୀ ଏମ୍&zwnj;ସ ପଠାଯାଇଥିଲା। ସେଠାରେ ସେ ଗ୍ୟାଷ୍ଟ୍ରୋଲୋଜି ବିଭାଗ ଆଇସିୟୁରେ ଚିକିତ୍ସାଧୀନ ଥିଲେ।</p> <p>&lt;a href=&quot;http://odishareporter.in/odisha/papu-under-going-treatment-at-aiims-246222&quot;&gt;</p> <p>ଅଧିକ ପଢ଼ନ୍ତୁ-ସୁସ୍ଥ ହେଉଛନ୍ତି ପପୁ: ଜାଣନ୍ତୁ କେମିତି ଅଛି ଏବେ ତାଙ୍କ ସ୍ୱାସ୍ଥ୍ୟ&lt;/a&gt;</p>

Related story