ପପୁଙ୍କ ପାଇଁ ୫ ଲକ୍ଷ

Ordigital Desk
  • Published: Tuesday, 15 May 2018
  • , Updated: 15 May 2018, 09:38 PM IST
<p>ଭୁବନେଶ୍ୱର: ଦିଲ୍ଲୀ ଏମ୍ସରେ ଭର୍ତ୍ତି ହୋଇଛନ୍ତି ଅଭିନେତା ପପୁ ପମ୍&zwnj;ପମ୍&zwnj;।&nbsp; ଭୁବନେଶ୍ୱରର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସାଧୀନ ଥିବା ପପୁଙ୍କୁ ଏୟାର ଆମ୍ବୁଲାନ୍ସ ଯୋଗେ ଦିଲ୍ଲୀ ଏମସ୍ ସ୍ଥାନାନ୍ତର କରାଯାଇଛି।</p> <p>ଅଗ୍ନାଶୟ ବା ପାନ୍&zwnj;କ୍ରିୟାସ୍&zwnj;ରେ ଯନ୍ତ୍ରଣା ଯୋଗୁଁ ପପୁ ଗତ ତିନି ଦିନ ଧରି ଚିକିତ୍ସାଧୀନ ଥିଲେ। କିନ୍ତୁ ସ୍ୱାସ୍ଥ୍ୟବସ୍ଥା ଗୁରୁତର ହେବାରୁ ତାଙ୍କୁ ଦିଲ୍ଲୀ ପଠାଯାଇଛି। ସେଠାରେ ପୁପୁଙ୍କ ଉତ୍ତମ ଚିକିତ୍ସା ଯୋଗାଇ ଦିଆଯିବା ପାଇଁ ଡାକ୍ତରଖାନା କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିଥିବା ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି।</p> <p>ପପୁଙ୍କ ଚିକିତ୍ସା ଲାଗି ରାଜ୍ୟ ସିନେ କଳାକାର ସଙ୍ଘ ପକ୍ଷରୁ ଆଦାୟ ହୋଇଥିବା ୫ ଲକ୍ଷ ଟଙ୍କା ତାଙ୍କ ଉଦ୍ଦେଶ୍ୟରେ ପଠାଯାଇଥିବା ସଙ୍ଘ ପକ୍ଷରୁ ସୂଚନା ଦିଆଯାଇଛି।</p>

Related story