ଉରୀରେ ଓଡ଼ିଆ ବିଏସ୍‌ଏଫ୍ ଯବାନ ପୀତବାସ ସହିଦ, ଆସନ୍ତାକାଲି ଆସିବ ମରଶରୀର

ନୂଆପଡ଼ା: ଜମ୍ମୁ ଓ କାଶ୍ମୀରର ଉରୀରେ ସହିଦ ହୋଇଛନ୍ତି ଓଡ଼ିଆ ବିଏସ୍‌ଏଫ୍ ଯବାନ ପୀତବାସ ମାଝି। ତାଙ୍କ ଘର ନୂଆପଡ଼ା ଜିଲ୍ଲା କୋମନା ଥାନା ଅନ୍ତର୍ଗତ ଦାନୋଝଲାରେ। ଆସନ୍ତାକାଲି ତାଙ୍କ ମରଶରୀର ଦାନୋଝଲାରେ ପହଞ୍ଚିବ ବୋଲି ଆଜି ନୂଆପଡ଼ା ଏସ୍‌ପି ସୂଚନା ଦେଇଛନ୍ତି। ଗତ ରବିବାର ଉରୀରେ ସେନା କ୍ୟାମ୍ପ୍‌ ଉପରେ ଆତଙ୍କବାଦୀ ହମ୍‌ଲା ପରେ ହୋଇଥିବା କମ୍ବିଂରେ ଆହତ ହୋଇଥିଲେ ପୀତବାସ। ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। ଉରୀ ଆକ୍ରମଣରେ ୧୮ ଜଣ ଯବାନ […]

uri

Rakesh Mallick
  • Published: Saturday, 24 September 2016
  • , Updated: 25 September 2016, 08:07 AM IST

ନୂଆପଡ଼ା: ଜମ୍ମୁ ଓ କାଶ୍ମୀରର ଉରୀରେ ସହିଦ ହୋଇଛନ୍ତି ଓଡ଼ିଆ ବିଏସ୍‌ଏଫ୍ ଯବାନ ପୀତବାସ ମାଝି। ତାଙ୍କ ଘର ନୂଆପଡ଼ା ଜିଲ୍ଲା କୋମନା ଥାନା ଅନ୍ତର୍ଗତ ଦାନୋଝଲାରେ। ଆସନ୍ତାକାଲି ତାଙ୍କ ମରଶରୀର ଦାନୋଝଲାରେ ପହଞ୍ଚିବ ବୋଲି ଆଜି ନୂଆପଡ଼ା ଏସ୍‌ପି ସୂଚନା ଦେଇଛନ୍ତି।

ଗତ ରବିବାର ଉରୀରେ ସେନା କ୍ୟାମ୍ପ୍‌ ଉପରେ ଆତଙ୍କବାଦୀ ହମ୍‌ଲା ପରେ ହୋଇଥିବା କମ୍ବିଂରେ ଆହତ ହୋଇଥିଲେ ପୀତବାସ। ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି।

ଉରୀ ଆକ୍ରମଣରେ ୧୮ ଜଣ ଯବାନ ସହିଦ ହୋଇଥିଲେ। ସେନାର ପାଲଟା ଆକ୍ରମଣରେ ୪ ଜଣ ଆତଙ୍କବାଦୀ ନିହତ ହୋଇଥିଲେ।

Related story