ଆଜି ଭୁବନେଶ୍ୱରରେ ପହଞ୍ଚିବ ଦୁଇ ଓଡ଼ିଆ ଯବାନଙ୍କ ପାର୍ଥିବ ଶରୀର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜି ସକାଳେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବ ଜମ୍ମୁ ଓ କଶ୍ମୀର ପୁଲଓ୍ୱାମାରେ ସହିଦ ହୋଇଥିବା ଦୁଇ ଓଡ଼ିଆ ଯବାନଙ୍କ ପାର୍ଥିବ ଶରୀର। ପରେ ସ୍ୱତନ୍ତ୍ର ଗାଡ଼ିରେ ସେମାନଙ୍କ ପାର୍ଥିବ ଶରୀରକୁ ସେମାନଙ୍କ ଜନ୍ମମାଟିକୁ ନିଆଯିବ। ସହିଦ ପ୍ରସନ୍ନ କୁମାର ସାହୁଙ୍କ ପାର୍ଥିବ ଶରୀରକୁ ଜଗତସିଂହପୁର ଜିଲ୍ଲାର ନାଉଗାଁକୁ ନିଆଯିବ। ସହିଦ ମନୋଜ କୁମାର ବେହେରାଙ୍କ ପାର୍ଥିବ ଶରୀରକୁ ତାଙ୍କ ଜନ୍ମମାଟି କଟକ ଜିଲ୍ଲାର ନିଆଳି ନିକଟସ୍ଥ ରତନପୁରକୁ ନିଆଯିବ। ସହିଦ ହୋଇଥିବା ଯବାନଙ୍କୁ ସମ୍ମାନ ଜଣାଇ […]

Untitled-1-12

Tapaswini Nayak
  • Published: Saturday, 16 February 2019
  • , Updated: 16 February 2019, 08:29 AM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜି ସକାଳେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବ ଜମ୍ମୁ ଓ କଶ୍ମୀର ପୁଲଓ୍ୱାମାରେ ସହିଦ ହୋଇଥିବା ଦୁଇ ଓଡ଼ିଆ ଯବାନଙ୍କ ପାର୍ଥିବ ଶରୀର। ପରେ ସ୍ୱତନ୍ତ୍ର ଗାଡ଼ିରେ ସେମାନଙ୍କ ପାର୍ଥିବ ଶରୀରକୁ ସେମାନଙ୍କ ଜନ୍ମମାଟିକୁ ନିଆଯିବ।

ସହିଦ ପ୍ରସନ୍ନ କୁମାର ସାହୁଙ୍କ ପାର୍ଥିବ ଶରୀରକୁ ଜଗତସିଂହପୁର ଜିଲ୍ଲାର ନାଉଗାଁକୁ ନିଆଯିବ। ସହିଦ ମନୋଜ କୁମାର ବେହେରାଙ୍କ ପାର୍ଥିବ ଶରୀରକୁ ତାଙ୍କ ଜନ୍ମମାଟି କଟକ ଜିଲ୍ଲାର ନିଆଳି ନିକଟସ୍ଥ ରତନପୁରକୁ ନିଆଯିବ।

ସହିଦ ହୋଇଥିବା ଯବାନଙ୍କୁ ସମ୍ମାନ ଜଣାଇ ସେମାନଙ୍କ ଶେଷକୃତ୍ୟରେ ଦେଶସାରା କେନ୍ଦ୍ର ମନ୍ତ୍ରିମଣ୍ଡଳର ସଦସ୍ୟମାନେ ସାମିଲ ହେବେ। ସହିଦ ପ୍ରସନ୍ନ କୁମାର ସାହୁଙ୍କ ଘରକୁ ଯିବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସେହିପରି କଟକ ନିଆଳିର ସହିଦ ମନୋଜ କୁମାର ବେହେରାଙ୍କ ଘରକୁ ଯାଇ ଶେଷକୃତ୍ୟରେ ସାମିଲ ହେବେ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ।

ସୂଚନାଯୋଗ୍ୟ, ଗୁରୁବାର ଜମ୍ମୁ-କାଶ୍ମୀରରେ ପୁଲଓ୍ୱାମାରେ ଆତଙ୍କବାଦୀଙ୍କ ଆତ୍ମଘାତୀ ଆକ୍ରମଣରେ ୪୦ ଯବାନ ସହିଦ ହୋଇଥିଲେ। ଜମ୍ମୁ-ଶ୍ରୀନଗର ଜାତୀୟ ରାଜପଥର ଅବନ୍ତୀପୋରା ନିକଟରେ ଏହି ଆକ୍ରମଣ ହୋଇଥିଲା। ୨୫୦୦ରୁ ଅଧିକ ଯବାନ ୭୦ଟି ବସ୍‌ରେ ଜମ୍ମୁରୁ ଶ୍ରୀନଗର ଫେରୁଥିବା ବେଳେ ଏହି ଆକ୍ରମଣ ହୋଇଥିଲା।

Related story