‘ଅମିତ ଶାହ ଓ ବିଜେପିର ଯାତ୍ରା’ ପୁସ୍ତକର ଓଡ଼ିଆ ସଂସ୍କରଣ ଉନ୍ମୋଚିତ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହଙ୍କ ଉପରେ ଲିଖିତ ପୁସ୍ତକର ‘ଅମିତ ଶାହ ଓ ବିଜେପିର ଯାତ୍ରା’ ଉନ୍ମୋଚିତ ହୋଇଯାଇଛି। ଗତକାଲି ଭୁବନେଶ୍ୱରର ଏକ ଘରୋଇ ହୋଟେଲରେ ଆୟୋଜିତ କାର୍ଯ୍ୟକ୍ରମରେ ପୁସ୍ତକର ଓଡ଼ିଆ ସଂସ୍କରଣ ଉନ୍ମୋଚନ କରାଯାଇଛି। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଏହି ଅବସରରେ ଶ୍ରୀ ପ୍ରଧାନ କହିଥିଲେ, ପୁସ୍ତକଟି କେବଳ ଜଣେ ବ୍ୟକ୍ତିର ପ୍ରଶଂସା ପାଇଁ ନୁହେଁ ବରଂ ଗୋଟିଏ ବିଚାରଧାରା […]

BJP

Tapaswini Nayak
  • Published: Tuesday, 12 July 2022
  • , Updated: 12 July 2022, 11:26 AM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହଙ୍କ ଉପରେ ଲିଖିତ ପୁସ୍ତକର ‘ଅମିତ ଶାହ ଓ ବିଜେପିର ଯାତ୍ରା’ ଉନ୍ମୋଚିତ ହୋଇଯାଇଛି। ଗତକାଲି ଭୁବନେଶ୍ୱରର ଏକ ଘରୋଇ ହୋଟେଲରେ ଆୟୋଜିତ କାର୍ଯ୍ୟକ୍ରମରେ ପୁସ୍ତକର ଓଡ଼ିଆ ସଂସ୍କରଣ ଉନ୍ମୋଚନ କରାଯାଇଛି। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଏହି ଅବସରରେ ଶ୍ରୀ ପ୍ରଧାନ କହିଥିଲେ, ପୁସ୍ତକଟି କେବଳ ଜଣେ ବ୍ୟକ୍ତିର ପ୍ରଶଂସା ପାଇଁ ନୁହେଁ ବରଂ ଗୋଟିଏ ବିଚାରଧାରା ଓ ଜଣେ କାର୍ଯ୍ୟକର୍ତ୍ତାର କାହାଣୀ।

ସେ ଆହୁରି କହିଥିଲେ, ପୁସ୍ତକରେ ଶାହଙ୍କ ଜୀବନର ବିଭିନ୍ନ ଦିଗ ଓ ବିଜେପି ଯାତ୍ରାରେ ତାଙ୍କ ଅକଳ୍ପନୀୟ ଭୂମିକା ଉପରେ ଉଲ୍ଲେଖ କରାଯାଇଛି। ପୁସ୍ତକର ଓଡ଼ିଆ ସଂସ୍କରଣ ଓଡ଼ିଆ ଜୀବନ ଯାତ୍ରାର ଏକ ପ୍ରବକ୍ତା ହେବ ଓ ଜନମାନସରେ ଆଦୃତ ହେବ। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପ୍ରତି ପ୍ରଧାନମନ୍ତ୍ରୀ ଓ ଅମିତ ଶାହଙ୍କ ବିଶେଷ ସମର୍ପଣ ଭାବ ଅଛି। ୧୯୮୪ ମସିହାରେ ଗୁଜୁରାଟର ଅହମ୍ମଦବାଦରେ ଏକ ଅଭାବନୀୟ ଘଟଣା ପରେ ମହାପ୍ରଭୁଙ୍କ ପ୍ରତି ଲୋକମାନଙ୍କ ଆସ୍ଥା କିପରି ଅତୁଟ ରହିବ, ତାହାର ମୁଖ୍ୟ ବିନ୍ଧାଣୀ ସାଜିଥିଲେ ମୋଦି ଓ ଶାହ। ସେହି ଘଟଣା ପରେ ଜନଆସ୍ଥା ପାଇଁ ଆଜି ପୃଥିବୀରେ ବିଜେପି ଏକ ସଶକ୍ତ ରାଜନୈତିକ ସଂଗଠନ ପାର୍ଟି ଭାବେ ଉଭା ହୋଇଛି।

ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ବକ୍ସି ଜଗବନ୍ଧୁଙ୍କ ନେତୃତ୍ୱରେ ପାଇକ ବିଦ୍ରୋହର ଗାଥା ଉଜ୍ଜିବୀତ କରିବା, ଓଡ଼ିଶା ଇତିହାସ ହିନ୍ଦୀରେ ଅନୁବାଦ କରିବା, ଇତିହାସ ପୃଷ୍ଠାରେ ଅନାଲୋଚିତ ଓଡ଼ିଆ ସଂଗ୍ରାମୀଙ୍କ ଇତିହାସକୁ ବଟ୍ଟବୃକ୍ଷର ରୂପ ଦେବା ପାଇଁ ଅମିତ ଶାହ ମୋତେ ବିଗତ ଦିନରେ ପରାମର୍ଶ ଦେଇଛନ୍ତି ବୋଲି ଧର୍ମେନ୍ଦ୍ର କହିଥିଲେ।

ଶ୍ରୀ ପ୍ରଧାନ କହିଥିଲେ,  ଅମିତ ଶାହ ଦେଶର ଜଣେ ବଳିଷ୍ଠ ରାଜନୈତିକ ବ୍ୟକ୍ତିତ୍ଵ। ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଦାୟିତ୍ୱରେ ଥିବା ବେଳେ ଓଡ଼ିଶାର ସଂଗଠନକୁ ସୁଦୃଢ଼ କରିବା ପାଇଁ ଓଡ଼ିଶାର ପ୍ରତି ବ୍ଲକର କାର୍ଯ୍ୟକର୍ତ୍ତାଙ୍କ ସହ ଶାହ କଥା ହୋଇ ରଣନୀତି ପ୍ରସ୍ତୁତ କରୁଥିଲେ। ଓଡ଼ିଶାର ସଙ୍ଗଠନାତ୍ମକ ଶକ୍ତି ବୃଦ୍ଧି ସେହି ସମୟରେ ହୋଇଥିଲା। ରାଜ୍ୟରେ ବିଜେପି ତିନି ନମ୍ବରରୁ ଦୁଇ ନମ୍ବର ଦଳ ହୋଇଛି  ଓ ବିରୋଧୀ ଦଳ ଭାବେ ସ୍ଵୀକୃତି ପ୍ରାପ୍ତ ନେତୃତ୍ଵ ମଧ୍ୟ ବିଜେପିକୁ ମିଳିଛି । ଏଥିରୁ ଶାହଙ୍କ ଓଡ଼ିଆ ଜନଜୀବନ ପ୍ରତି ଭଲ ପାଇବାର ପ୍ରମାଣ ଓ ଦୃଢ଼ ସଂଗଠକର କୃତିତ୍ୱକୁ ଦର୍ଶାଉଛି।

ଧର୍ମେନ୍ଦ୍ର ଆହୁରି କହିଥିଲେ, ଦେଶର ସାର୍ବଭୌମତ୍ୱ ଓ ଅଖଣ୍ଡତା ବଜାୟ ରଖିବାରେ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ପରେ ଶାହ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିଛନ୍ତି। ଜାମ୍ମୁ କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ କରି ଦେଶକୁ ଏକୀକୃତ କରିବା ଓ ତିନି ତଲାକକୁ ବେଆଇନ ଘୋଷଣା କରିବା ଶାହଙ୍କ ନିର୍ଭୀକ ନେତୃତ୍ୱର ପରିଚୟ ଦିଏ । ଶାହଙ୍କ ସ୍ପଷ୍ଟତା, ଦୃଢ ନିଷ୍ପତ୍ତି, ରାଜନୈତିକ ଇଚ୍ଛାଶକ୍ତି କାରଣରୁ ଦେଶର ଅନ୍ତରୀଣ ସୁରକ୍ଷା ସୁଦୃଢ଼ ହୋଇଛି। ଏସବୁ ବିଷୟରେ ଓଡ଼ିଶାରେ ଅଧିକ ଚର୍ଚ୍ଚା ହେବା ସହ ବିଜେପିର କାର୍ଯ୍ୟକର୍ତ୍ତା ଓ ଓଡ଼ିଆ ସମାଜ ‘ଅମିତ ଶାହ ଓ ବିଜେପିର ଯାତ୍ରା’ ପୁସ୍ତକକୁ ଅଧିକ ଅଧ୍ୟୟନ କରିବାକୁ କେନ୍ଦ୍ରମନ୍ତ୍ରୀ ପରାମର୍ଶ ଦେଇଥିଲେ ।

ଶ୍ରୀ ପ୍ରଧାନ କହିଥିଲେ, ପ୍ରଧାନମନ୍ତ୍ରୀ ଓ ଶାହଙ୍କ ନେତୃତ୍ୱରେ ଆଜି ଗରିବ କଲ୍ୟାଣ ହିଁ ଶାସନର ମୂଳ କେନ୍ଦ୍ରବିନ୍ଦୁ ହୋଇଛି। ଶକ୍ତିଶାଳୀ ସଂଗଠନ ବା ଶାସନ ବ୍ୟବସ୍ଥା କେବଳ କ୍ଷମତାକୁ ଉପଭୋଗ କରିବା ନୁହେଁ ବରଂ ଶାସନକୁ ଲୋକସେବା ଆଧାରରେ ନୂଆ ବେଞ୍ଚମାର୍କ ସ୍ଥାପନ ହେବା ଦରକାର। ଯାହା ଲୋକାର୍ପିତ ପୁସ୍ତକରେ ବର୍ଣ୍ଣନା କରାଯାଇଥିବା ଶ୍ରୀ ପ୍ରଧାନ ଆଲୋକପାତ କରିଥିଲେ ।

ରାଜନୈତିକ ଦୃଶ୍ୟପଟ୍ଟରେ ଭାରତୀୟ ଜନତା ପାର୍ଟିକୁ ନୂଆ ଶିଖରକୁ ନେଇଥିବା ଦୃଢ଼ ସଂଗଠକ ତଥା ଅନେକ ଐତିହାସିକ ନିଷ୍ପତିର ମୁଖ୍ୟ ବିନ୍ଧାଣୀ ଅମିତ ଶାହଙ୍କ ଉପରେ ଲିଖିତ ପୁସ୍ତକର ଓଡ଼ିଆ ସଂସ୍କରଣ ପ୍ରକାଶିତ ହୋଇଥିବାରୁ  ଶ୍ରୀ ପ୍ରଧାନ ଖୁସିବ୍ୟକ୍ତ କରିଥିଲେ। ପୁସ୍ତକର ମୂଳ ଇଂରାଜୀ ଲେଖକ ଅନିର୍ବାଣ ଗାଙ୍ଗୁଲିଓ  ଶିବାନନ୍ଦ ଦ୍ୱିବେଦୀଙ୍କୁ ମଧ୍ୟ  ଧର୍ମେନ୍ଦ୍ର ଧନ୍ୟବାଦ ଜଣାଇଥିଲେ।

ଏହାସହ ସହ ପ୍ରକାଶନ ସଂସ୍ଥା ବ୍ଲୁମ୍ସବରି ଓ ପୁସ୍ତକକୁ ଓଡ଼ିଆରେ ଅନୁବାଦ କରିଥିବା ଟାଇମ୍ସ ପାସ ପ୍ରକାଶନ ସଂସ୍ଥାର ମୁଖ୍ୟ ସାହିତ୍ୟିକ ସରୋଜ ବଳଙ୍କୁ ଆନ୍ତରିକ କୃତଜ୍ଞତା ଜଣାଇଥିଲେ ।

ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସମେତ ସମ୍ବାଦ ଖବର କାଗଜର ସମ୍ପାଦକ ଶ୍ରୀ ସୌମ୍ୟ ରଞ୍ଜନ ପଟ୍ଟନାୟକ, ପୂର୍ବତନ ରାଜ୍ୟସଭା ସାଂସଦ ତଥା ବିଶିଷ୍ଟ ସାମ୍ବାଦିକ ଶ୍ରୀ ସ୍ୱପନ ଦାସଗୁପ୍ତା, ରାଜ୍ୟ ବିଜେପି ସଭାପତି ଶ୍ରୀ ସମୀର ମହାନ୍ତି, ପୁସ୍ତକର ଲେଖକ ଅନିର୍ବାଣ ଗାଙ୍ଗୁଲି  ଓ ଶିବାନନ୍ଦ ଦ୍ୱିବେଦୀଙ୍କ ସମେତ ବିଶିଷ୍ଟ ବ୍ୟକ୍ତି ବିଶେଷ, ବୁଦ୍ଧିଜୀବୀ, ସ୍ତମ୍ଭକାର ଓ ସାମ୍ବାଦିକମାନେ ଯୋଗଦେଇ ଅଭିଭାଷଣ ପ୍ରଦାନ କରିଥିଲେ।

 

Related story