ଋତୁସ୍ରାବ ସମସ୍ୟା ଉପରେ ଯୁକ୍ତି ଉପସ୍ଥାପନ କରି ଅକ୍ଷୟଙ୍କୁ ଚକିତ କରିଦେଲେ ଓଡ଼ିଆ ଝିଅ ଗୀତାଞ୍ଜଳି

Ordigital Desk
  • Published: Wednesday, 30 May 2018
  • , Updated: 30 May 2018, 09:07 PM IST
<p>ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ସ୍କୁଲ ଯାଉଥିବା ଛାତ୍ରୀଙ୍କ ଋତୁସ୍ରାବ ସମସ୍ୟା ଓ ଏହାକୁ ନେଇ ଥିବା ଅନ୍ଧବିଶ୍ୱାସ ଉପରେ ଦୃଢ଼ ଯୁକ୍ତି ଉପସ୍ଥାପନ କରି ଜାତୀୟ ସ୍ତରରେ କୃତିତ୍ୱ ହାସଲ କରିଛନ୍ତି ଓଡ଼ିଆ ଝିଅ ଗୀତାଞ୍ଜଳି ମାର୍ଣ୍ଡି । ନୂଆଦିଲ୍ଲୀରେ UNFPA ପକ୍ଷରୁ ଆୟୋଜିତ ଆବସେଣ୍ଟିଜିମ୍ ଅଫ୍ ଗାର୍ଲ ଚାଇଲଡ୍ ଇନ ସ୍କୁଲ, ଦ ଇମ୍ପା ଅଫ୍ ମେନଷ୍ଟ୍ରୁଆଲ ହାଇଜିନ୍ ଶୀର୍ଷକ ତର୍କ ପ୍ରତିଯୋଗିତାରେ ଭାଗ ନେବା ଲାଗି ସାରା ଦେଶରୁ ୨୧ ଜଣ ଛାତ୍ରୀ ଆସିଥିଲେ। ଏହି ପ୍ରତିଯୋଗିତାରେ ଗୀତାଞ୍ଜଳିଙ୍କ ଯୁକ୍ତି ଉଚ୍ଚ ପ୍ରଂଶସିତ ହୋଇଥିଲା। କାର୍ଯ୍ୟକ୍ରମରେ ଶେଷ ପଯର୍ୟାୟରେ ବଲିଉଡ୍ ଅଭିନେତା ଅକ୍ଷୟ କୁମାର ପ୍ରତିଯୋଗୀଙ୍କୁ ବିଭିନ୍ନ ପ୍ରଶ୍ନ ପଚାରିଥିଲେ।</p> <p>ତେବେ ଗୀତାଞ୍ଜଳି ଅନ୍ୟମାନଙ୍କୁ ପଛରେ ପକାଇବା ସହ ପ୍ରଥମ ସ୍ଥାନ ଅଧିକାର କରିବାରୁ ତାଙ୍କୁ ୫ ଲକ୍ଷ ଟଙ୍କାର ପୁରସ୍କାର ଓ ଟ୍ରଫି ପ୍ରଦାନ କରାଯାଇଥିଲା। ଗୀତାଞ୍ଜଳି ଏବେ ଢେଙ୍କାଳାଳ ଜିଲ୍ଲା ଗଁଦିଆ ବ୍ଲକ କପିଳାସ ସେବାଶ୍ରମ ସ୍କୁଲର ଦଶମ ଶ୍ରେଣୀରେ ପଢୁଛନ୍ତି । ଏଭଳି ସଫଳତା ପାଇଁ ଢେଙ୍କାନାଳ ଜିଲ୍ଲାପାଳ, ଜିଲ୍ଲା ମଙ୍ଗଳ ଅଧକାରୀ ପ୍ରମୁଖ ଗୀତାଞ୍ଜଳିଙ୍କୁ ଶୁଭେଚ୍ଛା ଜଣାଇବା ସହ ପୁରସ୍କୃତ କରିଛନ୍ତି।</p>

Related story