ଜୀବନ ହାରିଲେ ବର୍ଷା ପ୍ରିୟଦର୍ଶିନୀ, ସାନ ଭଉଣୀଙ୍କୁ ଥିଲା ଶେଷ ଫୋନ...

ବେଙ୍ଗାଲୁରୁ (ଓଡ଼ିଶା ରିପୋର୍ଟର) ବେଙ୍ଗାଲୁରୁ ମାଡିବାଲା ଅଂଚଳରେ ଓଡ଼ିଆ ମହିଳାଙ୍କ ଆତ୍ମହତ୍ୟା ଅଭିଯୋଗ। ଆତ୍ମହତ୍ୟା କରିଥିବା ମହିଳା ଜଣକ ହେଲେ ୩୦ ବର୍ଷୀୟା ବର୍ଷା ପ୍ରିୟଦର୍ଶିନୀ। ବେଙ୍ଗାଲୁରୁରେ ଏକ ଘରୋଇ କମ୍ପାନୀରେ ସେ କାର୍ଯ୍ୟ କରୁଥିଲେ। ତେବେ ପାରିବାରିକ କଳହକୁ ମହିଳା ଜଣକ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି । ଆତ୍ମହତ୍ୟା କରିବା ପୂର୍ବରୁ ତାଙ୍କ ସାନ ଭଉଣୀଙ୍କୁ ଫୋନ ଯୋଗେ କଥାବାର୍ତ୍ତା ହୋଇଥିଲେ ବର୍ଷା ପ୍ରିୟଦର୍ଶିନୀ।  କଳହ ପରେ ତାଙ୍କ ସ୍ୱାମୀ, ଶ୍ୱଶୁର ଓ ଶାଶୂ […]

b-908

Tapas Behera
  • Published: Tuesday, 24 December 2019
  • , Updated: 24 December 2019, 09:59 PM IST

ବେଙ୍ଗାଲୁରୁ (ଓଡ଼ିଶା ରିପୋର୍ଟର) ବେଙ୍ଗାଲୁରୁ ମାଡିବାଲା ଅଂଚଳରେ ଓଡ଼ିଆ ମହିଳାଙ୍କ ଆତ୍ମହତ୍ୟା ଅଭିଯୋଗ। ଆତ୍ମହତ୍ୟା କରିଥିବା ମହିଳା ଜଣକ ହେଲେ ୩୦ ବର୍ଷୀୟା ବର୍ଷା ପ୍ରିୟଦର୍ଶିନୀ। ବେଙ୍ଗାଲୁରୁରେ ଏକ ଘରୋଇ କମ୍ପାନୀରେ ସେ କାର୍ଯ୍ୟ କରୁଥିଲେ। ତେବେ ପାରିବାରିକ କଳହକୁ ମହିଳା ଜଣକ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି । ଆତ୍ମହତ୍ୟା କରିବା ପୂର୍ବରୁ ତାଙ୍କ ସାନ ଭଉଣୀଙ୍କୁ ଫୋନ ଯୋଗେ କଥାବାର୍ତ୍ତା ହୋଇଥିଲେ ବର୍ଷା ପ୍ରିୟଦର୍ଶିନୀ।  କଳହ ପରେ ତାଙ୍କ ସ୍ୱାମୀ, ଶ୍ୱଶୁର ଓ ଶାଶୂ ମାଡ଼ ମାରି ମୁଣ୍ଡ ଫଟାଇ ଦେଇଥିବା ସେ ଫୋନରେ କହୁଥିବା ଶୁଣିବାକୁ ମିଳୁଛି।

ଫୋନକଲ ରେକର୍ଡକୁ ନେଇ ବର୍ଷା ପ୍ରିୟଦର୍ଶିନୀଙ୍କ ସ୍ୱାମୀ ରତିକାନ୍ତ ରାଉତ,  ଶ୍ୱଶୁର ଲାଲମୋହନ ରାଉତ ଓ ଶାଶୂ ପୁଷ୍ପାଞ୍ଜଳି ରାଉତଙ୍କୁ ଅଟକ ରଖି ତଦନ୍ତ ଆରମ୍ଭ କରିଛି ବେଙ୍ଗାଲୁରୁ ପୁଲିସ।

Related story