ବାଙ୍ଗାଲୋରରେ ଏବେ ପଢାଯିବ ଓଡ଼ିଆ ଭାଷା: ଗଡୱିନ ପବ୍ଲିକ ସ୍କୁଲରେ ହେବ ଇଚ୍ଛାଧୀନ ବିଷୟ

ବାଙ୍ଗାଲୋର(ଓଡ଼ିଶା ରିପୋର୍ଟର): ବାଙ୍ଗାଲୋର ସ୍କୁଲରେ ପଢାଯିବ ଓଡିଆ। ବାଙ୍ଗାଲୋରର ଗଡୱିନ ପବ୍ଲିକ ସ୍କୁଲରେ ପିଲା ପଢିବେ ଓଡ଼ିଆ ଭାଷା। ଆସନ୍ତା ଶିକ୍ଷାବର୍ଷଠୁ ଓଡ଼ିଆ ଭାଷା ଏକ ଇଚ୍ଛାଧୀନ ବିଷୟ ଭାବରେ ପ୍ରଥମ ଶ୍ରେଣୀଠାରୁ ପାଠ୍ୟକ୍ରମରେ ସାମିଲ ହେବାକୁ ଯାଉଛି। ଏହାକୁ ନେଇ ବାଙ୍ଗାଲୋର ସହରରେ ରହୁଥିବା ପ୍ରବାସୀ ଓଡ଼ିଆ ମାନଙ୍କ ମଧ୍ୟରେ ଖେଳିଯାଇଛି ଖୁସିର ଲହରୀ। ପାଠ୍ୟକ୍ରମରେ ଓଡ଼ିଆ ଭାଷା ସାମିଲ କରିବାରେ ଗଡୱିନ ହେଉଛି ଦକ୍ଷିଣ ଭାରତର ପ୍ରଥମ ଇଂଲିଶ ମିଡିୟମ୍ ସ୍କୁଲ। ବାଙ୍ଗାଲୋରର ଏହି […]

Rakesh Mallick
  • Published: Wednesday, 25 October 2017
  • , Updated: 25 October 2017, 06:55 PM IST

ବାଙ୍ଗାଲୋର(ଓଡ଼ିଶା ରିପୋର୍ଟର): ବାଙ୍ଗାଲୋର ସ୍କୁଲରେ ପଢାଯିବ ଓଡିଆ। ବାଙ୍ଗାଲୋରର ଗଡୱିନ ପବ୍ଲିକ ସ୍କୁଲରେ ପିଲା ପଢିବେ ଓଡ଼ିଆ ଭାଷା। ଆସନ୍ତା ଶିକ୍ଷାବର୍ଷଠୁ ଓଡ଼ିଆ ଭାଷା ଏକ ଇଚ୍ଛାଧୀନ ବିଷୟ ଭାବରେ ପ୍ରଥମ ଶ୍ରେଣୀଠାରୁ ପାଠ୍ୟକ୍ରମରେ ସାମିଲ ହେବାକୁ ଯାଉଛି। ଏହାକୁ ନେଇ ବାଙ୍ଗାଲୋର ସହରରେ ରହୁଥିବା ପ୍ରବାସୀ ଓଡ଼ିଆ ମାନଙ୍କ ମଧ୍ୟରେ ଖେଳିଯାଇଛି ଖୁସିର ଲହରୀ। ପାଠ୍ୟକ୍ରମରେ ଓଡ଼ିଆ ଭାଷା ସାମିଲ କରିବାରେ ଗଡୱିନ ହେଉଛି ଦକ୍ଷିଣ ଭାରତର ପ୍ରଥମ ଇଂଲିଶ ମିଡିୟମ୍ ସ୍କୁଲ।

ବାଙ୍ଗାଲୋରର ଏହି ସ୍କୁଲରେ ୨୦୦ରୁ ଅଧିକ ଓଡ଼ିଆ ପିଲା ପାଠ ପଢନ୍ତି। ଫଳରେ ଓଡ଼ିଶାର ଭାଷା, ସଂସ୍କୃତି ପ୍ରତି ଆକୃଷ୍ଟ ହୋଇ ଓଡ଼ିଆ ଭାଷାକୁ ପାଠ୍ୟକ୍ରମରେ ସାମିଲ କରିବା ଲାଗି ନିଷ୍ପତ୍ତି ନେଇଥିବା କହିଛନ୍ତି ସ୍କୁଲ ଚେୟାରମ୍ୟାନ। ଆସନ୍ତା ୩୦ ତାରିଖରେ ସ୍କୁଲର ଚେୟାରମ୍ୟାନ ଜଗଦୀଶ କୁମାର ଓଡ଼ିଶା ଆସି ଗଣଶିକ୍ଷା ମନ୍ତ୍ରୀ ବଦ୍ରି ପାତ୍ର ଓ ମନ୍ତ୍ରୀ ଉଷା ଦେବୀଙ୍କୁ ସାକ୍ଷାତ କରିବାର କାର୍ଯ୍ୟକ୍ରମ ରହିଛି।

Related story