୧୫ ଦିନ ମଧ୍ୟରେ ଓଡ଼ିଆରେ ନାମଫଳକ ଲେଖିବାକୁ ନିର୍ଦ୍ଦେଶ

Ordigital Desk
  • Published: Wednesday, 22 August 2018
  • , Updated: 22 August 2018, 04:27 AM IST
<p>ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ସମସ୍ତ ବ୍ୟବସାୟିକ ପ୍ରତିଷ୍ଠାନରେ ଓଡ଼ିଆରେ ନାମଫଳକ ଲାଗିବ। ସବୁ ସରକାରୀ ପ୍ରତିଷ୍ଠାନରେ ମଧ୍ୟ ଓଡ଼ିଆରେ ନାମଫଳକ ଲେଖିବା ବାଧ୍ୟତାମୂଳକ ହୋଇଛି। ଏନେଇ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି।</p> <p>ସଚିବାଳୟରେ ଉନ୍ନୟନ କମିଶନର ଆର୍. ବାଲକ୍ରିଷ୍ଣନ୍&zwnj;ଙ୍କ ଅଧ୍ୟକ୍ଷତାରେ ବସିଥିବା ଉଚ୍ଚସ୍ତରୀୟ ବୈଠକରେ ଏ ନିଷ୍ପତ୍ତି ନିଆଯାଇଛି। ନିର୍ଦ୍ଦେଶ ଅନୁପାଳନ ପାଇଁ ଶ୍ରମ ବିଭାଗକୁ କୁହାଯାଇଛି।</p> <p>ଆସନ୍ତା ୧୫ ଦିନ ମଧ୍ୟରେ ଓଡ଼ିଆରେ ନାମ ଫଳକ ଲଗାଇବାକୁ ନିର୍ଦ୍ଦେଶ ଦିଆଯାଇଛି।</p> <p>ଯେଉଁ ଦୋକାନ ବା ବାଣିଜ୍ୟିକ ପ୍ରତିଷ୍ଠାନ ଓଡ଼ିଆରେ ନାମଫଳକ ଲେଖିନଥିବେ ସେମାନଙ୍କ ନାଁରେ ସାଧାରଣ ଲୋକେ ଅଭିଯୋଗ ଆଣିପାରିବେ। ଏଥିପାଇଁ ଏକ ପୋର୍ଟାଲ୍&zwnj;ର ବ୍ୟବସ୍ଥା କରାଯାଉଛି।</p>

Related story