ବେଙ୍ଗାଲୁରୁରେ ନିର୍ବାଚନ ଲଢ଼ୁଛନ୍ତି ଓଡ଼ିଆ ପୁଅ ଅନୀଲ; ପ୍ରତିଦ୍ୱନ୍ଦ୍ୱୀଙ୍କ ମଧ୍ୟରେ ଅଛନ୍ତି ପ୍ରକାଶ ରାଜ୍

ଜୟପୁର (ଟି.ଗୌରୀ ଶଙ୍କର ): କର୍ଣ୍ଣାଟକାର ବେଙ୍ଗାଲୁରୁରେ ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି ଜଣେ ଓଡ଼ିଆ ପୁଅ। କୌଣସି ଦଳୀୟ ଟିକେଟ୍‌ରେ ନୁହେଁ, ସ୍ୱାଧୀନ ପ୍ରାର୍ଥୀ ଭାବେ ସେ ନିର୍ବାଚନ ଲଢ଼ୁଛନ୍ତି। ବେଙ୍ଗାଲୁରୁ ସେଣ୍ଟ୍ରାଲ୍‌ ଲୋକସଭା ଆସନରୁ ସେ ପ୍ରାର୍ଥୀ ହୋଇଛନ୍ତି। ତାଙ୍କ ନାଁ ଅନୀଲ କୁମାର ରାପାର୍ତି। ତାଙ୍କ ଘର କୋରାପୁଟ ଜିଲ୍ଲାର ଜୟପୁରରେ। ଅନୀଲ ଚାରି ବର୍ଷ ହେଲା ତାଙ୍କ ପତ୍ନୀଙ୍କ ସହିତ ବେଙ୍ଗାଲୁରୁରେ ରହୁଛନ୍ତି। ସେ ରାପାର୍ତି କନ୍‌ସଲ୍‌ଟାନ୍‌ସି ପ୍ରାଇଭେଟ୍ ଲିମିଟେଡ୍‌ର ନିର୍ଦ୍ଦେଶକ ଅଛନ୍ତି। […]

anilkumar

anilkumar

Jitendra Garnayak
  • Published: Tuesday, 02 April 2019
  • Updated: 02 April 2019, 01:22 PM IST

Sports

Latest News

ଜୟପୁର (ଟି.ଗୌରୀ ଶଙ୍କର ): କର୍ଣ୍ଣାଟକାର ବେଙ୍ଗାଲୁରୁରେ ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି ଜଣେ ଓଡ଼ିଆ ପୁଅ। କୌଣସି ଦଳୀୟ ଟିକେଟ୍‌ରେ ନୁହେଁ, ସ୍ୱାଧୀନ ପ୍ରାର୍ଥୀ ଭାବେ ସେ ନିର୍ବାଚନ ଲଢ଼ୁଛନ୍ତି। ବେଙ୍ଗାଲୁରୁ ସେଣ୍ଟ୍ରାଲ୍‌ ଲୋକସଭା ଆସନରୁ ସେ ପ୍ରାର୍ଥୀ ହୋଇଛନ୍ତି। ତାଙ୍କ ନାଁ ଅନୀଲ କୁମାର ରାପାର୍ତି। ତାଙ୍କ ଘର କୋରାପୁଟ ଜିଲ୍ଲାର ଜୟପୁରରେ।

ଅନୀଲ ଚାରି ବର୍ଷ ହେଲା ତାଙ୍କ ପତ୍ନୀଙ୍କ ସହିତ ବେଙ୍ଗାଲୁରୁରେ ରହୁଛନ୍ତି। ସେ ରାପାର୍ତି କନ୍‌ସଲ୍‌ଟାନ୍‌ସି ପ୍ରାଇଭେଟ୍ ଲିମିଟେଡ୍‌ର ନିର୍ଦ୍ଦେଶକ ଅଛନ୍ତି।

anil1ନିର୍ବାଚନ ଲଢ଼ିବା ପାଇଁ ଅନୀଲ ପ୍ରାର୍ଥିପତ୍ର ଦାଖଲ କରି ସାରିଛନ୍ତି। ଏବେ ସେ ପ୍ରଚାରରେ ମାତିଛନ୍ତି। ତାଙ୍କ ପତ୍ନୀ ଓ କିଛି ସମର୍ଥକ ତାଙ୍କୁ ପ୍ରଚାର କାର୍ଯ୍ୟରେ ସହଯୋଗ କରୁଛନ୍ତି। ନିର୍ବାଚନ ପାଇଁ ତାଙ୍କୁ ‘ଏନ୍‌ଭଲପ୍‌’ ଚିହ୍ନ ମିଳିଛି। ଏହି ଚିହ୍ନରେ ଭୋଟ୍ ଦେଇ ତାଙ୍କୁ ଜିତାଇବାକୁ ସେ ସୋଶାଲ୍‌ ମିଡିଆରେ ମଧ୍ୟ ସ୍ଥାନୀୟ ଭୋଟରଙ୍କୁ ନିବେଦନ କରିଛନ୍ତି।

anil4ଅନୀଲ କହିଛନ୍ତି,“ମୁଁ ପ୍ରତ୍ୟେକ ଲୋକଙ୍କୁ ଭେଟିବାକୁ ଚାହୁଁଛି। ମୁଁ ସେମାନଙ୍କ ପାଇଁ କିଛି କରିବାକୁ ଚାହୁଁଛି। ମୁଁ ହାରେ କି ଜିତେ ସେମାନଙ୍କ ପାଇଁ କାମ କରିବି। ମୁଁ ସେମାନଙ୍କୁ ଏହି ପ୍ରତିଶ୍ରୁତି ଦେଇଛି।”

[caption id="attachment_362092" align="aligncenter" width="750"]anilk3 ପ୍ରଚାର ସମୟରେ ଭୋଟରଙ୍କ ସହ ଆଲୋଚନା କରୁଛନ୍ତି ଅନୀଲ[/caption]

ଜୟପୁର ସହରରେ ବଢ଼ିଥିବା ଅନୀଲ ବେଙ୍ଗାଲୁରୁର ଯେଉଁ ଆସନ (ବେଙ୍ଗାଲୁରୁ ସେଣ୍ଟ୍ରାଲ୍‌)ରୁ ପ୍ରାର୍ଥୀ ହୋଇଛନ୍ତି ସେଠାରେ କଂଗ୍ରେସ ଓ ବିଜେପି ପ୍ରାର୍ଥୀଙ୍କ ସମେତ ମୋଟ ୨୨ ଜଣ ଛିଡ଼ା ହୋଇଛନ୍ତି। ସେମାନଙ୍କ ମଧ୍ୟରେ ଜଣାଶୁଣା ଅଭିନେତା ପ୍ରକାଶ ରାଜ୍‌ ବି ଅଛନ୍ତି। ସେ ସ୍ୱାଧୀନ ଭାବେ ପ୍ରାର୍ଥୀ ହୋଇଛନ୍ତି।

[caption id="attachment_362095" align="aligncenter" width="750"]prakash ଅଭିନେତା ପ୍ରକାଶ ରାଜ୍[/caption]

ଅନୀଲଙ୍କ ଏହି ପଦକ୍ଷେପକୁ ନେଇ ତାଙ୍କ ପରିବାର ଲୋକେ ବହୁତ ଖୁସି ଅଛନ୍ତି।

ସୂଚନାଯୋଗ୍ୟ, ବେଙ୍ଗାଲୁରୁ ସେଣ୍ଟ୍ରାଲ ଆସନଟି ଗତଥର ବିଜେପି ହାତକୁ ଯାଇଥିଲା। ବିଜେପି ପ୍ରାର୍ଥୀ ପି.ସି ମୋହନ ଏଠାରୁ ଜିତି ଥିଲେ। ସେ ଏଥର ବି ପ୍ରାର୍ଥୀ ହୋଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos