ଥାର୍ଡ ଫ୍ଲୋରରେ ଚାଲିଛି ଅଣ ଓଡ଼ିଆ ଓ ଗୋଡ଼ାଣିଆ ଅଫିସରଙ୍କ ରାଜୁତି: ଗୁମର ଖୋଲିଲେ ନିଲମ୍ୱିତ ଓଏଏସ୍‌ ଅଧିକାରୀ

Ordigital Desk
  • Published: Thursday, 31 May 2018
  • , Updated: 31 May 2018, 08:28 PM IST
<p>ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ନବୀନ ସରକାରରେ ଅଣ ଓଡ଼ିଆ ଅଫିସରଙ୍କ ରାଜୁତି ଚାଲିଛି। ଓଡ଼ିଆ ଅଫିସରଙ୍କର ଗୁରୁତ୍ୱ ନାହିଁ। ଏମିତି ଅଭିଯୋଗ ଆସୁଥିଲା। ଏହା ଆଜି ସତରେ ପ୍ରମାଣିତ ହୋଇଛି। କାରଣ ରାଜ୍ୟ ସରକାରଙ୍କ ଜଣେ ନିଲମ୍ୱିତ ଓଏଏସ୍&zwnj; ଅଧିକାରୀ ଦେବ ପ୍ରସାଦ ଦାଶ ଆଜି ଏହାର ଗୁମର ଖୋଲିଛନ୍ତି। ଅଣ ଓଡ଼ିଆ ଅଫିସରଙ୍କ ପ୍ରାଦୁର୍ଭାବରେ ଶିକାର ହେବା ପରେ ସେ କହିଛନ୍ତି-&ldquo;ନିଜ ସ୍ୱାଭିମାନ ଓ କିଛି ନିର୍ଦ୍ଦିଷ୍ଟ ଅଫିସରଙ୍କ ଗୋଡ଼ାଣିଆ ପ୍ରକୃତି ଯୋଗୁଁ ବିନା କାରଣରେ ମୋତେ ଦଣ୍ଡିତ କରାଗଲା।&rdquo;</p> <p>&lt;a href=&quot;&quot;&gt;(image) &lt;/a&gt;ଓଡ଼ିଆ ଓଏଏସ୍&zwnj; ଅଫିସର ଦେବ ପ୍ରସାଦ ଦାଶ। ୨୦୧୫ ମସିହାରେ ଚର୍ଚ୍ଚାକୁ ଆସିଥିଲେ। ବିଡିଏ ଏନଫୋର୍ସମେଣ୍ଟ ସ୍କ୍ୱାର୍ଡର ଅଧିକାରୀ ଥିବା ବେଳେ ୨୦୧୫ ମାର୍ଚ୍ଚ ୭ ତାରିଖରେ ସରକାରୀ ଜମି ଉପରେ ଠିଆ ହୋଇଥିବା ବହୁଚର୍ଚ୍ଚିତ ପାଟଶାଣୀ ମଠକୁ ଭାଙ୍ଗିଥିଲେ। ମଠ ଭାଙ୍ଗିବାର ୭ ଦିନ ପରେ ନିଜ ପଦରୁ ହଟିଗଲେ ଦେବ। ଏପରିକି ବହୁ ସ୍ଥାନରେ ଜବରଦଖଲ ହଟାଇବା ପାଇଁ ଆଗେଇ ଆସିଥିବା ଏହି ଅଧିକାରୀଙ୍କୁ ଗତ ୪ ବର୍ଷରେ ୬ ଥର ବଦଳି କରାଯାଇଥିଲା। ପାଟ୍ଟଶାଣୀ ମଠଭାଙ୍ଗିବା ପୂର୍ବରୁ ବେଆଇନ ନିର୍ମାଣ ନେଇ ସେ ଜାରି କରିଥିବା ୮୬ଟି ସଂସ୍ଥା ଭିତରେ ଥିଲା କିଟ ଓ କିସ। ଏବେ କିନ୍ତୁ ବଦଳି ନୁହେଁ ସିଧା ନିଲମ୍ବନ। ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିରଣ ବିଭାଗରେ ଯୁଗ୍ମ ସଚିବ ସହ ନିର୍ଦ୍ଦେଶ ଦାୟିତ୍ୱ ବି ତୁଲାଉ ଥିଲେ ଦେବ। ହଠାତ କୌଣସି କାରଣ ନ ଦର୍ଶାଇ ଗତ ୨୮ ତାରିଖରେ ତାଙ୍କୁ ନିଲମ୍ବନ କରିଛନ୍ତି ସରକାର। ତେବେ ଏହି ନିଲମ୍ବନ ପଛର କାରଣକୁ ନେଇ ଏବେ ଚର୍ଚ୍ଚା ଲାଗି ରହିଛି। କୁହାଯାଉଛି, ଦେବପ୍ରସାଦ କେନ୍ଦ୍ର ସରକାରଙ୍କ ବିଭିନ୍ନ କାର୍ଯ୍ୟକ୍ରମରେ ମଞ୍ଚପରିଚାଳନା କରୁଥିବାରୁ ଏଥିପାଇଁ ତାଙ୍କୁ ବହୁମୁଲ୍ୟ ଦେବାକୁ ପଡିଛି। ଦେବ ନିଜେ ଏଥିପାଇଁ ସରକାରଙ୍କୁ ଅସହିଷ୍ଣୁତା ଓ ଅଣଓଡିଆ ଅଫିସରଙ୍କ ପ୍ରାଦୁର୍ଭାବକୁ ଦାୟୀ କରିଛନ୍ତି।</p> <p>ଦେବ ପ୍ରସାଦଙ୍କ ଅଭିଯୋଗ ନେଇ ଆମେ ଓଏଏସ ସଂଘ ଓ ବିଭାଗର ମନ୍ତ୍ରୀଙ୍କ ସହ ଯୋଗା ଯୋଗ କରିଥିଲୁ। ଓଏଏସ ସଂଘର ସଭାପତି କହିଛନ୍ତି ଯଦି ଦେବ ପ୍ରସାଦଙ୍କ ତ୍ରୁଟି ଥିବ ସେ କୈଫିୟତ୍ ଦେବେ। ଯଦି ତ୍ରୁଟି ନଥିବ ତେବେ ସଂଘର ଦୃଷ୍ଟିକୁ ଆଣିଲେ ସଂଘ ସମର୍ଥନରେ ବାହାରିବ ବୋଲି ସଂଘର ସଭାପତି ସରୋଜ ସାମଲ କହିଛନ୍ତି।</p> <p>https://youtu.be/foFMA4DweN0</p>

Related story