ଏନ୍‌ଡିଏ ଟପ୍ପର ହେଲେ ଓଡ଼ିଆ ଛାତ୍ର ରୋନିତ୍

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଏନ୍‌ଡିଏ ଟପ୍ପର ହେଲେ ଓଡ଼ିଆ ଛାତ୍ର ରୋନିତ୍ । ନ୍ୟାସନାଲ୍‌ ଡିଫେନ୍ସ ଏକାଡେମୀ ପ୍ରବେଶିକା ପରୀକ୍ଷାରେ ସମଗ୍ର ଦେଶରେ ପ୍ରଥମ ହୋଇଛନ୍ତି ଭଦ୍ରକ ଜଗନ୍ନାଥପୁର ବଛଡ଼ା ଗାଁର ରୋନିତ୍ ରଞ୍ଜନ ନାୟକ । ଗୋଆସ୍ଥିତ ନାଭାଲ ପବ୍ଲିକ୍ ସ୍କୁଲରୁ ପ୍ରାଥମିକ ଶିକ୍ଷା ଓ କେନ୍ଦ୍ରୀୟ ବିଦ୍ୟାଳୟରୁ ମାଟ୍ରିକ ପାସ୍ କରିଥିଲେ ରୋନିତ୍ । ଏହାପରେ ସେନାବାହିନୀରେ କ୍ୟାରିୟର କରିବାକୁ କୋହ୍ଲାପୁରସ୍ଥିତ ଆର୍ମଡ୍ ଫୋର୍ସେସ୍ ପ୍ରିପାରେଟୋରୀ ଇନଷ୍ଟିଚ୍ୟୁଟରେ ପ୍ରଶିକ୍ଷଣ ନେଉଥିଲେ । ରୋନିତ୍‌ଙ୍କ ବାପା ରଶ୍ମିରଞ୍ଜନ […]

Ronit Ranjan Nayak

Niharika Rout
  • Published: Wednesday, 10 March 2021
  • , Updated: 15 March 2021, 11:15 AM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଏନ୍‌ଡିଏ ଟପ୍ପର ହେଲେ ଓଡ଼ିଆ ଛାତ୍ର ରୋନିତ୍ । ନ୍ୟାସନାଲ୍‌ ଡିଫେନ୍ସ ଏକାଡେମୀ ପ୍ରବେଶିକା ପରୀକ୍ଷାରେ ସମଗ୍ର ଦେଶରେ ପ୍ରଥମ ହୋଇଛନ୍ତି ଭଦ୍ରକ ଜଗନ୍ନାଥପୁର ବଛଡ଼ା ଗାଁର ରୋନିତ୍ ରଞ୍ଜନ ନାୟକ ।

ଗୋଆସ୍ଥିତ ନାଭାଲ ପବ୍ଲିକ୍ ସ୍କୁଲରୁ ପ୍ରାଥମିକ ଶିକ୍ଷା ଓ କେନ୍ଦ୍ରୀୟ ବିଦ୍ୟାଳୟରୁ ମାଟ୍ରିକ ପାସ୍ କରିଥିଲେ ରୋନିତ୍ । ଏହାପରେ ସେନାବାହିନୀରେ କ୍ୟାରିୟର କରିବାକୁ କୋହ୍ଲାପୁରସ୍ଥିତ ଆର୍ମଡ୍ ଫୋର୍ସେସ୍ ପ୍ରିପାରେଟୋରୀ ଇନଷ୍ଟିଚ୍ୟୁଟରେ ପ୍ରଶିକ୍ଷଣ ନେଉଥିଲେ ।

ରୋନିତ୍‌ଙ୍କ ବାପା ରଶ୍ମିରଞ୍ଜନ ନାୟକ ଗୋଆସ୍ଥିତ ନୌସେନା ବିମାନ ବନ୍ଦର ଆଇଏନ୍ଏସ୍ ହଂସରେ ମାଷ୍ଟର ଚିଫ୍ ପେଟି ଅଫିସର ଅଛନ୍ତି । ତେବେ ନିଜର ଏହି ସଫଳତା ପାଇଁ ପ୍ରଭୁ ଶ୍ରୀଜଗନ୍ନାଥ, ବାପା-ମା ଏବଂ ନିଜ ପ୍ରଶିକ୍ଷକଗଣଙ୍କୁ ଶ୍ରେୟ ଦେବା ସହ ଆଗକୁ ଏଭିଏସନ୍ ଓ୍ୱିଙ୍ଗରେ ଜଏନ୍ କରି ଫାଇଟର ପାଇଲଟ୍ ହେବାର ରଖିଥିବା କହିଛନ୍ତି ରୋନିତ୍ ।

ମୁଁ କେବେ ବି ପ୍ରଥମ ହେବି ବୋଲି ଆଶା କରି ନ ଥିଲି। ହେଲେ ବହୁ ପରିଶ୍ରମ ପରେ ଏହି ସଫଳତା ପାଇଛି। ବହୁତ ପଢ଼ିବାକୁ ପଡ଼ିଛି। ଟାଇମ୍‌ ଟେବୁଲ ଫଲୋ କରିବାରୁ ସଫଳତା ପାଇପାରିଲି।

Related story