ପୁରୀ ଜିଲ୍ଲାର ସତ୍ୟବାଦୀରେ ପ୍ରତିଷ୍ଠା ହେବ ‘ଓଡ଼ିଆ ବିଶ୍ୱବିଦ୍ୟାଳୟ’

ଭୁୁବନେଶ୍ୱର :  ପୁରୀର ସତ୍ୟବାଦୀରେ ଓଡ଼ିଆ ବିଶ୍ୱବିଦ୍ୟାଳୟ ସ୍ଥାପନ ହେବ ଓ ଏଥିପାଇଁ ରାଜ୍ୟ ସରକାର ୨୫ ଏକର ଜମି ଯୋଗାଇ ଦେବେ । ଆଜି ସନ୍ଧ୍ୟାରେ ସଚିବାଳୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ ଐତିହ୍ୟ କ୍ୟାବିନେଟ୍ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ବୈଠକ ପରେ ସାମ୍ବାଦିକମାନଙ୍କୁ ସୂଚନା ଦେଇ ମୁଖ୍ୟ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ କହିଛନ୍ତି ଯେ, ଓଡ଼ିଆ ଭାଷା, ସାହିତ୍ୟ , ସଂସ୍କୃତି ଓ ଐତିହ୍ୟକୁ ରୁଦ୍ଧିମନ୍ତ କରିବା ପାଇଁ […]

state-secretariat-708x430

Rakesh Mallick
  • Published: Friday, 27 July 2018
  • , Updated: 27 July 2018, 06:53 PM IST

ଭୁୁବନେଶ୍ୱର :  ପୁରୀର ସତ୍ୟବାଦୀରେ ଓଡ଼ିଆ ବିଶ୍ୱବିଦ୍ୟାଳୟ ସ୍ଥାପନ ହେବ ଓ ଏଥିପାଇଁ ରାଜ୍ୟ ସରକାର ୨୫ ଏକର ଜମି ଯୋଗାଇ ଦେବେ । ଆଜି ସନ୍ଧ୍ୟାରେ ସଚିବାଳୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ ଐତିହ୍ୟ କ୍ୟାବିନେଟ୍ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି।

ବୈଠକ ପରେ ସାମ୍ବାଦିକମାନଙ୍କୁ ସୂଚନା ଦେଇ ମୁଖ୍ୟ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ କହିଛନ୍ତି ଯେ, ଓଡ଼ିଆ ଭାଷା, ସାହିତ୍ୟ , ସଂସ୍କୃତି ଓ ଐତିହ୍ୟକୁ ରୁଦ୍ଧିମନ୍ତ କରିବା ପାଇଁ ରାଜ୍ୟ ଐତିହ୍ୟ କ୍ୟାବିନେଟ୍ ବୈଠକରେ ମୋଟ ୪ଟି ପ୍ରସ୍ତାବକୁ ଅନୁମୋଦନ ମିଳିଛି। ଓଡ଼ିଶାର କଳା,ସଂସ୍କୃତି ଓ ଶାସ୍ତ୍ରୀୟ ଓଡ଼ିଆ ଭାଷାର ରକ୍ଷଣାବେକ୍ଷଣ ଓ ପ୍ରଚାର ପ୍ରସାର ନିମନ୍ତେ ଏକ ସଂସ୍କୃତି ଓ ଐତିହ୍ୟ ନୀତି ପ୍ରଣୟନ କରାଯିବାର ଆବଶ୍ୟକତା ରହିଛି। ତେଣୁ ଓଡ଼ିଆ ସଂସ୍କୃତି ଓ ଐତିହ୍ୟ ନୀତି ପ୍ରଣୟନ ପାଇଁ କ୍ୟାବିନେଟ୍ ନିଷ୍ପତ୍ତି ନେଇଛି। ସେହିପରି ରାଜ୍ୟରେ ଥିବା ସମସ୍ତ ପବ୍ଲିକ୍ ଲାଇବ୍ରେରୀର ସୁପରିଚାଳନା ପାଇଁ ଏକ ପୃଥକ୍ ଲାଇବ୍ରେରୀ ନିର୍ଦ୍ଦେଶକ ପଦବୀ ସୃଷ୍ଟି ପାଇଁ ନିଷ୍ପତ୍ତି ହୋଇଛି। ଏହାଦ୍ଵାରା ସଂସ୍କୃତି ବିଭାଗ ଓ ବିଭିନ୍ନ ପୌର ପରିଷଦ ଅଧୀନରେ ଥିବା ଲାଇବ୍ରେରୀକୁ ସୁଚାରୂ ରୂପେ ପରିଚାଳନା ସମ୍ଭବପର ହେବ। ସେହିପରି ବିଜୁ ପଟ୍ଟନାୟକଙ୍କ ବାସଘର କଟକର ଆନନ୍ଦଭବନର ଉନ୍ନତି ପାଇଁ ରାଜ୍ୟ ସରକାର ଏକ କର୍ପସ ପାଣ୍ଠି ଗଠନ କରିବେ। ଆନନ୍ଦଭବନ ସଂଗ୍ରହାଳୟକୁ ରାଷ୍ଟ୍ରପତି ଉଦଘାଟନ କରିଥିଲେ। ଏବେ ଉକ୍ତ ଆନନ୍ଦ ସଂଗ୍ରହାଳୟ ଓ ଅଧ୍ୟୟନ କେନ୍ଦ୍ରର ସୁପରିଚାଳନା ପାଇଁ ଆନନ୍ଦଭବନ ସଂଗ୍ରହାଳୟ ଓ ଅଧ୍ୟୟନ କେନ୍ଦ୍ର ଟ୍ରଷ୍ଟ/ ନ୍ୟାସ ଗଠନ କରିବାକୁ ନିଷ୍ପତ୍ତି ହୋଇଛି।

ସୂଚନାଯୋଗ୍ୟ, ରାଜ୍ୟ ସରକାର ୨୦୧୭ ଡିସେମ୍ବର ୨୬ତାରିଖରେ ରାଜ୍ୟରେ ଐତିହ୍ୟ କ୍ୟାବିନେଟ୍ ଗଠନ ପାଇଁ ନିଷ୍ପତ୍ତି ନେଇଥିଲେ। ଏଥିରେ ମୁଖ୍ୟମନ୍ତ୍ରୀ ଓ ଅନ୍ୟ ୭ଜଣ ମନ୍ତ୍ରୀ ସଦସ୍ୟ ଅଛନ୍ତି। ଆଜି ପ୍ରଥମ ଐତିହ୍ୟ କ୍ୟାବିନେଟ୍ ବୈଠକ ବସିଥିଲା।

Related story