ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଉଭୟ ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ କାମ କରୁଥିବା ‘ଆଶା’ମାନଙ୍କୁ ଛତା, ଚପଲ, ସାଇକେଲ୍, ଆଲମିରା ଓ ଟର୍ଚ କିଣିବା ପାଇଁ ୧୦ ହଜାର ଟଙ୍କା ପ୍ରଦାନ କରାଯିବ। ରାଜ୍ୟ ସରକାର ଏହି ଘୋଷଣା କରିଛନ୍ତି। ଏହା ଦ୍ୱାରା ରାଜ୍ୟର ୪୭ ହଜାର ‘ଆଶା’ ଉପକୃତ ହେବେ।
ସେହପରି ‘ଆଶା ଅବ୍ୟାହତ ଯୋଜନା’ ଅନ୍ତର୍ଗତ ଏକକାଳୀନ ଆର୍ଥିକ ସହାୟତା ରାଶିକୁ ୧୦ ହଜାରରୁ ୨୦ ହଜାର ଟଙ୍କାକୁ ବୃଦ୍ଧି କରାଯାଇଛି। ଏଣିକି ‘ଆଶା’ମାନେ ଅତି କମ୍ରେ ୧୦ ବର୍ଷ କାର୍ଯ୍ୟ କରିବା ପରେ ସ୍ୱେଚ୍ଛାକୃତ ଭାବରେ ଅବସର ନେଲେ ଅବା ୬୨ ବର୍ଷ ବୟସରେ କାର୍ଯ୍ୟରୁ ଅବ୍ୟାହତି ନେଲେ ସେମାନଙ୍କୁ ୨୦ ହଜାର ଟଙ୍କା ପ୍ରଦାନ କରାଯିବ।