ଓଡ଼ିଶା ଆଡମିନିଷ୍ଟ୍ରେଟିଭ୍ ଟ୍ରିବ୍ୟୁନାଲ୍ ସ୍ଥାନରେ ହାଇକୋର୍ଟର ଏକ ସ୍ପେଶାଲ୍ ସର୍ଭିସ ବେଞ୍ଚ୍ ପ୍ରତିଷ୍ଠା ହେଉ: ନରସିଂହ ମିଶ୍ର

ଭୁବନେଶ୍ୱର:  ଓଡ଼ିଶା ଆଡମିନିଷ୍ଟ୍ରେଟିଭ୍ ଟ୍ରିବ୍ୟୁନାଲ୍ ଉଚ୍ଛେଦ ହେଲେ ସେହି ସ୍ଥାନରେ ହାଇକୋର୍ଟର ଏକ ସ୍ପେଶାଲ୍ ସର୍ଭିସ ବେଞ୍ଚ୍ ପ୍ରତିଷ୍ଠା ହେଉ। ଭୁବନେଶ୍ୱରରେ ଏହାକୁ ପ୍ରତିଷ୍ଠା କରାଯାଉ। ଆଜି ଏହି ମତ ରଖିଛନ୍ତି ବିରୋଧୀ ଦଳ ନେତା ନରସିଂହ ମିଶ୍ର। ସେ କହିଛନ୍ତି ଯେ ଭୁବନେଶ୍ୱରରେ ସର୍ଭିସ୍ ବେଞ୍ଚ୍ ପ୍ରତିଷ୍ଠା କରିବା ସହ ସ୍ୟାଟର ସର୍କିଟ୍ କୋର୍ଟ ଭଳି ସମ୍ବଲପୁର ଓ ବ୍ରହ୍ମପୁର ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ଏହାର ସର୍କିଟ୍ କୋଟୟ କରାଯାଉ। ସେପଟେ ହାଇକୋର୍ଟ ବାର୍ […]

narasingha-mishra

narasingha-mishra

Rakesh Mallick
  • Published: Saturday, 12 September 2015
  • Updated: 12 September 2015, 04:05 PM IST

Sports

Latest News

ଭୁବନେଶ୍ୱର:  ଓଡ଼ିଶା ଆଡମିନିଷ୍ଟ୍ରେଟିଭ୍ ଟ୍ରିବ୍ୟୁନାଲ୍ ଉଚ୍ଛେଦ ହେଲେ ସେହି ସ୍ଥାନରେ ହାଇକୋର୍ଟର ଏକ ସ୍ପେଶାଲ୍ ସର୍ଭିସ ବେଞ୍ଚ୍ ପ୍ରତିଷ୍ଠା ହେଉ। ଭୁବନେଶ୍ୱରରେ ଏହାକୁ ପ୍ରତିଷ୍ଠା କରାଯାଉ। ଆଜି ଏହି ମତ ରଖିଛନ୍ତି ବିରୋଧୀ ଦଳ ନେତା ନରସିଂହ ମିଶ୍ର। ସେ କହିଛନ୍ତି ଯେ ଭୁବନେଶ୍ୱରରେ ସର୍ଭିସ୍ ବେଞ୍ଚ୍ ପ୍ରତିଷ୍ଠା କରିବା ସହ ସ୍ୟାଟର ସର୍କିଟ୍ କୋର୍ଟ ଭଳି ସମ୍ବଲପୁର ଓ ବ୍ରହ୍ମପୁର ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ଏହାର ସର୍କିଟ୍ କୋଟୟ କରାଯାଉ।

ସେପଟେ ହାଇକୋର୍ଟ ବାର୍ ଆସୋସିଏସନ୍ କହିଛି, ଟ୍ରିବ୍ୟୁନାଲ୍ ବନ୍ଦ ହେଲେ ସରକାରୀ କର୍ମଚାରୀମାନେ ଆବେଦନ ପାଇଁ ଏକ ଫୋରମ୍ ହରାଇବେ। ହାଇକୋଟୟ ବାର୍ ଆସୋସିଏସନ୍ ସଭାପତି ଡକ୍ଟର ଅଶୋକ ମହାପାତ୍ର କହିଛନ୍ତି ଯେ ସ୍ୟାଟ୍ ଉଚ୍ଛେଦ ହେଲେ ଲକ୍ଷାଧିକ ସରକାରୀ କର୍ମଚାରୀ ଚାକିରି ସମସ୍ୟାର ସମାଧାନ ପାଇଁ ଏକ ଫୋରମ୍ ହରାଇବେ। ତେଣୁ ଏହାକୁ ବନ୍ଦ କରିବା ଉଚିତ୍ ହେବନାହିଁ।

ସେହିଭଳି ପୂର୍ବତନ ପ୍ରଶାସନିକ ଅଧିକାରୀଙ୍କ ମତରେ ସ୍ୟାଟ୍ ଉଚ୍ଛେଦ ହେଲେ ସରକାରୀ କର୍ମଚାରୀଙ୍କ ସମସ୍ୟାର ଶୀଘ୍ର ସମାଧାନ ପାଇଁ ଅନ୍ୟ ସଂସ୍ଥା ସ୍ଥାପନ କରାଯାଉ।

ଓଡ଼ିଶା ଆଡମିନିଷ୍ଟ୍ରେଟିଭ୍ ଟ୍ରିବ୍ୟୁନାଲରେ ଏବେ ପଡ଼ି ରହିଛି ୫୮ ହଜାରରୁ ଅଧିକ ମାମଲା। ତେବେ ଟ୍ରିବ୍ୟୁନାଲ୍ ଉଚ୍ଛେଦ ନେଇ କେନ୍ଦ୍ରକୁ ପ୍ରସ୍ତାବ ଦେବାକୁ ରାଜ୍ୟ କ୍ୟାବିନେଟ୍ର ନିଷ୍ପତ୍ତି ପରେ, ଆବେଦନକାରୀମାନେ ଏବେ ଦୋ' ଛକିରେ ପଡ଼ି ଯାଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos