ଓଡ଼ିଶାରେ ବାୟୁସେନା କୌଶଳ ପାଇଁ କେନ୍ଦ୍ରକୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭାରତୀୟ ବାୟୁ ସେନାର ସୂର୍ଯ୍ୟକିରଣ, ଆକାଶଗଙ୍ଗା ଓ ସାରଙ୍ଗ ଭଳି କଳା କୌଶଳ ପ୍ରଦର୍ଶନ ପାଇଁ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ମନୋହର ପାରିକରଙ୍କୁ ଚିଠି ଲେଖିଛନ୍ତି। ବିଜୁ ପଟ୍ଟନାୟକଙ୍କ ଜନ୍ମ ଶତବାର୍ଷିକୀ ପାଳନର ଅଂଶ ବିଶେଷ ଭାବେ ଏଭଳି ସାମରିକ କୌଶଳ ପ୍ରଦର୍ଶନ ପାଇଁ ମୁଖ୍ୟମନ୍ତ୍ରୀ ଅନୁରୋଧ କରିଛନ୍ତି। ବିଜୁ ପଟ୍ଟନାୟକଙ୍କ ଜନ୍ମ ଶତବାର୍ଷିକୀ ବର୍ଷ  ସାରା ପାଳନ କରାଯାଉଛି। ତେଣୁ ଏହି ଅବସରରେ ତାଙ୍କ ଜନ୍ମମାଟି କଟକର କାଠଯୋଡ଼ି ନଦୀ ତଟରେ ଏଭଳି […]

naveen

Rakesh Mallick
  • Published: Tuesday, 19 April 2016
  • , Updated: 19 April 2016, 10:31 AM IST

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭାରତୀୟ ବାୟୁ ସେନାର ସୂର୍ଯ୍ୟକିରଣ, ଆକାଶଗଙ୍ଗା ଓ ସାରଙ୍ଗ ଭଳି କଳା କୌଶଳ ପ୍ରଦର୍ଶନ ପାଇଁ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ମନୋହର ପାରିକରଙ୍କୁ ଚିଠି ଲେଖିଛନ୍ତି। ବିଜୁ ପଟ୍ଟନାୟକଙ୍କ ଜନ୍ମ ଶତବାର୍ଷିକୀ ପାଳନର ଅଂଶ ବିଶେଷ ଭାବେ ଏଭଳି ସାମରିକ କୌଶଳ ପ୍ରଦର୍ଶନ ପାଇଁ ମୁଖ୍ୟମନ୍ତ୍ରୀ ଅନୁରୋଧ କରିଛନ୍ତି।

ବିଜୁ ପଟ୍ଟନାୟକଙ୍କ ଜନ୍ମ ଶତବାର୍ଷିକୀ ବର୍ଷ  ସାରା ପାଳନ କରାଯାଉଛି। ତେଣୁ ଏହି ଅବସରରେ ତାଙ୍କ ଜନ୍ମମାଟି କଟକର କାଠଯୋଡ଼ି ନଦୀ ତଟରେ ଏଭଳି କଳାକୌଶଳ ପ୍ରଦର୍ଶନ କରିବାକୁ ଚିଠି ମାଧ୍ୟମରେ ନବୀନ ଅନୁରୋଧ କରିଛନ୍ତି। ବାୟୁସେନାର ଏହି ଏୟାର ଶୋ’ ପାଇଁ ସରକାର ସମସ୍ତ ପ୍ରକାର ସହାୟତା ଯୋଗାଇ ଦେବେ ବୋଲି ମୁଖ୍ୟମନ୍ତ୍ରୀ ଚିଠିରେ ଉଲ୍ଲେଖ କରିଛନ୍ତି।

Related story