ଓଡ଼ିଶା ଓ ଆନ୍ଧ୍ରପ୍ରଦେଶକୁ ବିଶ୍ୱ ବ୍ୟାଙ୍କ ଯୋଗାଇବ ଅତିରିକ୍ତ ଋଣ, ଉପକୂଳବର୍ତୀ ଅଞ୍ଚଳରେ ହେବ ବାତ୍ୟାସୁରକ୍ଷା ବ୍ୟବସ୍ଥା

ନୂଆଦିଲ୍ଲୀ: ଜାତୀୟ ବାତ୍ୟା ଆଶଙ୍କା ପ୍ରଶମନ ପ୍ରକଳ୍ପ-୧ (ଏନସିଆରଏମପି-୧) କାର୍ଯ୍ୟକାରୀ କରିବା ପାଇଁ ଅତିରିକ୍ତ ଋଣ ଯୋଗାଣ ଲାଗି ବିଶ୍ୱ ବ୍ୟାଙ୍କ ଓ ଭାରତ ସରକାରଙ୍କ ମଧ୍ୟରେ ଏକ ଚୁକ୍ତିନାମା ସ୍ୱାକ୍ଷରିତ ହୋଇଛି। ଏହି ରାଜିନାମା ଅନୁସାରେ ଓଡ଼ିଶା ଓ ଆନ୍ଧ୍ର ପ୍ରଦେଶର ଉପକୂଳବର୍ତୀ ଅଂଚଳରେ ବସବାସ କରୁଥିବା ଲୋକମାନଙ୍କ ସୁରକ୍ଷା ନିମନ୍ତେ ଉପଯୁକ୍ତ ବ୍ୟବସ୍ଥା ସକାଶେ ବିଶ୍ୱ ବ୍ୟାଙ୍କ ୧୦୪ ନିୟୁତ ଡ଼ଲାରର ଅତିରିକ୍ତ ଋଣ ପ୍ରଦାନ କରିବ। ଭାରତ ସରକାରଙ୍କ ପକ୍ଷରୁ ଆର୍ଥିକ ବ୍ୟାପାର […]

selter home in odisha

Rakesh Mallick
  • Published: Thursday, 13 August 2015
  • , Updated: 13 August 2015, 12:50 PM IST

ନୂଆଦିଲ୍ଲୀ: ଜାତୀୟ ବାତ୍ୟା ଆଶଙ୍କା ପ୍ରଶମନ ପ୍ରକଳ୍ପ-୧ (ଏନସିଆରଏମପି-୧) କାର୍ଯ୍ୟକାରୀ କରିବା ପାଇଁ ଅତିରିକ୍ତ ଋଣ ଯୋଗାଣ ଲାଗି ବିଶ୍ୱ ବ୍ୟାଙ୍କ ଓ ଭାରତ ସରକାରଙ୍କ ମଧ୍ୟରେ ଏକ ଚୁକ୍ତିନାମା ସ୍ୱାକ୍ଷରିତ ହୋଇଛି। ଏହି ରାଜିନାମା ଅନୁସାରେ ଓଡ଼ିଶା ଓ ଆନ୍ଧ୍ର ପ୍ରଦେଶର ଉପକୂଳବର୍ତୀ ଅଂଚଳରେ ବସବାସ କରୁଥିବା ଲୋକମାନଙ୍କ ସୁରକ୍ଷା ନିମନ୍ତେ ଉପଯୁକ୍ତ ବ୍ୟବସ୍ଥା ସକାଶେ ବିଶ୍ୱ ବ୍ୟାଙ୍କ ୧୦୪ ନିୟୁତ ଡ଼ଲାରର ଅତିରିକ୍ତ ଋଣ ପ୍ରଦାନ କରିବ। ଭାରତ ସରକାରଙ୍କ ପକ୍ଷରୁ ଆର୍ଥିକ ବ୍ୟାପାର ବିଭାଗ ସଚିବ ରାଜ କୁମାର ଓ ବିଶ୍ୱ ବ୍ୟାଙ୍କ ତରଫରୁ ପ୍ରକଳ୍ପ ଲିଡ଼ର ତଥା ଭାରତରେ ଅବସ୍ଥାପିତ ବିଶ୍ୱ ବ୍ୟାଙ୍କର କାର୍ଯ୍ୟକାରୀ ମୁଖ୍ୟ ଜନ ବ୍ଲୋମକ୍ୱିଷ୍ଟ ଏହି ରାଜିନାମାରେ ସ୍ୱାକ୍ଷର କରିଛନ୍ତି। ଓଡ଼ିଶା ସରକାରଙ୍କ ତରଫରୁ ପ୍ରମୁଖ ସଚିବ (ବିପର୍ଯ୍ୟୟ ପରିଚାଳନା) ଓ ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣର ପରିଚାଳନା ନିଦ୍ଦେର୍ଶକ ଜି ଭି ଜି ଶର୍ମା ହସ୍ତାକ୍ଷର କରିଥିବା ବେଳେ ଆନ୍ଧ୍ର ପ୍ରଦେଶ ସରକାରଙ୍କ ପକ୍ଷରୁ ସେଠାକାର ରାଜସ୍ୱ ବିଭାଗର ପ୍ରମୁଖ ସଚିବ ଜେ ସି ଶର୍ମା ଏଥିରେ ସ୍ୱାକ୍ଷର କରିଥିଲେ। ଜାତୀୟ ବାତ୍ୟା ଆଶଙ୍କା ଦୂରୀକରଣ ପ୍ରକଳ୍ପ-୧ (ଏନସିଆରଏମପି-୧)ର ମୂଳ ଲକ୍ଷ୍ୟ ହେଲା ଏହି ଦୁଇ ରାଜ୍ୟର ଉପକୂଳବର୍ତୀ ଅଂଚଳରେ ବସବାସ କରୁଥିବା ଲୋକମାନଙ୍କୁ ବାତ୍ୟା ଦାଉରୁ ରକ୍ଷାକରିବା। ଏହି ଅତିରିକ୍ତ ସମ୍ଭଳ ଦ୍ୱାରା ଏହିସବୁ କ୍ଷେତ୍ରର ଲୋକମାନଙ୍କ ନିରାପତ୍ତା ଲାଗି ଯେଉଁ ବ୍ୟବସ୍ଥା କରାଯାଇପାରିନଥିଲା ଏବେ ତାହା କାର୍ଯ୍ୟକାରୀ କରାଯିବ। ଏହାଦ୍ୱାରା ସେମାନେ ବାତ୍ୟା ଓ ଝଡ଼ କିମ୍ବା ବନ୍ୟା ଅଥବା ଜଳସ୍ତର ବୃଦ୍ଧି ଭଳି ବିପଦ ବେଳେ ଏହିସବୁ ସ୍ଥାନରେ ତୁରନ୍ତ ଆଶ୍ରୟ ନେଇପାରିବେ। ଜାତୀୟ ବାତ୍ୟା ଆଶଙ୍କା ପ୍ରଶମନ ପ୍ରକଳ୍ପ-୧ ରେ ପ୍ରାରମ୍ଭରୁ ଏଭଳି ପ୍ରାବଧାନ କରାଯାଇ ନ ଥିଲା। ଏହି ପ୍ରକଳ୍ପରେ ମୁଖ୍ୟତଃ ଚାରିଗୋଟି ବ୍ୟବସ୍ଥା ରହିଛି। ସେଗୁଡ଼ିକ ହେଲା: ୧) ପୂର୍ବରୁ ଚେତାବନୀ ପ୍ରଦାନ ବ୍ୟବସ୍ଥା ଏବଂ ଉପକୂଳବର୍ତୀ ଅଂଚଳରେ ବସବାସ କରୁଥିବା ଲୋକମାନଙ୍କ ଦକ୍ଷତା ବୃଦ୍ଧି ୨) ବାତ୍ୟା ଭୟ ଦୂରୀକରଣ ଭଳି ଭିତ୍ତିଭୂମି ଗଠନ ୩) ବିପର୍ଯ୍ୟୟ ଭୟର ପରିଚାଳନା ସକାଶେ ଜାତୀୟ ଓ ରାଜ୍ୟସ୍ତରୀୟ ଦକ୍ଷତା ବୃଦ୍ଧି ନିମନ୍ତେ ବୈଷୟିକ ସହାୟତା ପ୍ରଦାନ ୪) ପ୍ରକଳ୍ପ ପରିଚାଳନା ଓ ପ୍ରବର୍ତ୍ତନ ସହଯୋଗ ଯୋଗାଣ।ଏହି ପ୍ରକଳ୍ପକୁ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ଏବଂ ଜାତୀୟ ବିପର୍ଯ୍ୟୟ ପ୍ରଶମନ ପ୍ରାଧିକରଣଙ୍କ ମାଧ୍ୟମରେ ପ୍ରବର୍ତ୍ତନ କରାଯାଉଛି। ରାଜ୍ୟ ସ୍ତରରେ ଏହାକୁ ରାଜ୍ୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ କର୍ତୃପକ୍ଷ କାର୍ଯ୍ୟକାରୀ କରୁଛନ୍ତି।

Related story