ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜି ରାଜ୍ୟସ୍ତରୀୟ ସିଙ୍ଗଲୱିଣ୍ଡୋ କ୍ଲିଅରାନ୍ସ ପ୍ରାଧିକରଣ ୪୧୮୩ କୋଟି ଟଙ୍କାର ୧୬ଟି ପ୍ରକଳ୍ପକୁ ମଞ୍ଜୁରୀ ଦେଇଛନ୍ତି । ଏହାସହିତ ୧.୬୭ଲକ୍ଷ କୋଟି ଟଙ୍କାର ୧୦ଟି ବୃହତ୍ ପ୍ରକଳ୍ପ ପାଇଁ ହାଇଲେଭଲ କ୍ଲିଅରାନ୍ସ ପ୍ରାଧିକରଣକୁ ସୁପାରିଶ କରିଛନ୍ତି।
ଆଜି ମୁଖ୍ୟ ସଚିବ ସୁରେଶ ଚନ୍ଦ୍ର ମହପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ସିଙ୍ଗଲୱିଣ୍ଡୋ କ୍ଲିଅରାନ୍ସ ପ୍ରାଧିକରଣ ବୈଠକରେ ମୋଟ ୯ଟି କ୍ଷେତ୍ରର ୪୧୮୩କୋଟି ଟଙ୍କାର ୧୬ଟି ପ୍ରକଳ୍ପକୁ ମଞ୍ଜୁରୀ ମିଳିଛି । ଏହା ଦ୍ୱାରା ରାଜ୍ୟରେ ୧୨୯୭୩ଜଣଙ୍କୁ ନିଯୁକ୍ତି ସୁଯୋଗ ମିଳିପାରିବ । ଆଜି ସିଙ୍ଗଲୱିଣ୍ଡୋ କ୍ଲିଅରାନ୍ସ ପାଇଥିବା ପ୍ରକଳ୍ପଗୁଡ଼ିକ ମଧ୍ୟରୁ ୬ଟି ଖୋର୍ଦ୍ଧା ଜିଲ୍ଲାରେ ସ୍ଥାପନ ହେବାକୁ ଥିବାବେଳେ ୩ଟି ପୁରୀ, ୨ଟି କୋରାପୁଟ ଓ ଗୋଟିଏ ଲେଖାଏଁ ଧାମରା, କଟକ, ଭଦ୍ରକ, ମୟୂରଭଞ୍ଜ ଓ ଅନୁଗୁଳରେ ସ୍ଥାପନ ହେବ। ପେପର, କାଠ ଓ ଜଙ୍ଗଲଜାତ ଦ୍ରବ୍ୟ, ଫୁଡ୍ ପ୍ରୋସେସିଂ, ଟେକ୍ସଟାଇଲ, ପରିଧାନ, ଟେକନିକାଲ ଟେକ୍ସଟାଇଲ, ମେଟାଲ ଆନ୍ସିଲାରୀ ଓ ଡାଉନଷ୍ଟ୍ରିମ, ପଲିମର ଓ ପ୍ଲାଷ୍ଟିକ ପ୍ରଡକ୍ଟ, ପ୍ଲାଷ୍ଟିକ, ୱେଷ୍ଟ ମ୍ୟାନେଜମେଂଟ, ସର୍କୁଲାର ଇକୋନୋମି, କେମିକାଲ, ଟୁରିଜିମ୍ ଓ ସିମେଂଟ କ୍ଷେତ୍ରରେ ଏହି ନିବେଶ ହେବ।
https://twitter.com/CMO_Odisha/status/1609208586902855680?s=20&t=jsCr9ol9L2bUWqTjIGBU9A
ଯେଉଁ ସବୁ ପ୍ରକଳ୍ପକୁ ମଞ୍ଜୁରୀ ମିଳିଛି ସେଥିରେ ଗ୍ରୀନପ୍ଲାଏ ସ୍ପେଶାଲିଷ୍ଟ ପ୍ୟାନେଲସ ପ୍ରାଃ ଲିଃ ୬୦୬କୋଟି ଟଙ୍କାର ନିବେଶ କୋରାପୁଟର ସେମିଳିଗୁଡ଼ାରେ ୨ଟି ପ୍ରକଳ୍ପ କରିବ । ପେପର, କାଠ ଓ ଜଙ୍ଗଲଜାତ ଦ୍ରବ୍ୟ ଉପରେ କରିବ ଓ ଏଥିରେ ୧୩୦୦ଜଣଙ୍କୁ ନିଯୁକ୍ତି ସୁଯୋଗ ମିଳିବ । ବରୁଣ ବେଭେରେଜ୍ ଲିଃ ୬୨୪.୩୦ କୋଟି ଟଙ୍କାର ନିବେଶ କରି ୨୨୦ଜଣଙ୍କୁ ନିଯୁକ୍ତି ଦେଇ ଖୋର୍ଦ୍ଧାର ମଳିପଡ଼ାରେ ଫୁଡ୍ ପ୍ରୋସିସିଂ ପ୍ରକଳ୍ପ କରିବ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।