ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମରେ କମ୍ପିଲା କଲିଙ୍ଗ ଷ୍ଟାଡିୟମ୍‌

ଭୁବନେଶ୍ୱର: ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟମରେ ଭୁବନେଶ୍ୱରରେ ଆରମ୍ଭ ହୋଇଛି ୨୨ତମ ଏସିଆନ୍ ଆଥଲେଟିକସ ଚାମ୍ପିୟନସିପ୍। ଉଦ୍‌ଘାଟନୀ ସମାରୋହରେ ଖେଳାଳିମାନେ ନିଜ ନିଜ ଦେଶର ପତାକା ଧରି ମାର୍ଚ୍ଚ ପାଷ୍ଟ କରିବା ପରେ ଆରମ୍ଭ ହୋଇଥିଲା ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ। ଓଡ଼ିଶାରେ ପ୍ରଥମ ଥର ପାଇଁ ଏଭଳି ମେଗା ଇଭେଣ୍ଟର ଆୟୋଜନକୁ ବିଶ୍ୱସ୍ତରୀୟ କରିବା ପାଇଁ ଭରପୁର ଉଦ୍ୟମ ହୋଇଥିଲା। ଓଡ଼ିଶାର କଳା ଓ ସଂସ୍କୃତିର ଝଲକ ଥିମ୍ ସାଙ୍ଗକୁ ନେଇ ପ୍ରିନ୍ସ ଡ୍ୟାନ୍ସ ଗ୍ରୁପ୍‌ ଚମତ୍କାର […]

laser light show

Rakesh Mallick
  • Published: Wednesday, 05 July 2017
  • , Updated: 05 July 2017, 10:18 PM IST

ଭୁବନେଶ୍ୱର: ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟମରେ ଭୁବନେଶ୍ୱରରେ ଆରମ୍ଭ ହୋଇଛି ୨୨ତମ ଏସିଆନ୍ ଆଥଲେଟିକସ ଚାମ୍ପିୟନସିପ୍। ଉଦ୍‌ଘାଟନୀ ସମାରୋହରେ ଖେଳାଳିମାନେ ନିଜ ନିଜ ଦେଶର ପତାକା ଧରି ମାର୍ଚ୍ଚ ପାଷ୍ଟ କରିବା ପରେ ଆରମ୍ଭ ହୋଇଥିଲା ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ।

ଓଡ଼ିଶାରେ ପ୍ରଥମ ଥର ପାଇଁ ଏଭଳି ମେଗା ଇଭେଣ୍ଟର ଆୟୋଜନକୁ ବିଶ୍ୱସ୍ତରୀୟ କରିବା ପାଇଁ ଭରପୁର ଉଦ୍ୟମ ହୋଇଥିଲା। ଓଡ଼ିଶାର କଳା ଓ ସଂସ୍କୃତିର ଝଲକ ଥିମ୍ ସାଙ୍ଗକୁ ନେଇ ପ୍ରିନ୍ସ ଡ୍ୟାନ୍ସ ଗ୍ରୁପ୍‌ ଚମତ୍କାର ନୃତ୍ୟାଭିନୟ ସହ ଆରମ୍ଭ ହୋଇଥିଲା ସାଂସ୍କୃତିକ କାର୍ଯ୍ୟକ୍ରମ। ଓଡ଼ିଶୀ ନୃତ୍ୟଗୁରୁ ଅରୁଣା ମହାନ୍ତିଙ୍କ ଗ୍ରୁପ୍‌ କଳିଙ୍ଗ ଯୁଦ୍ଧାଭିନୟ ସାଙ୍ଗକୁ ଥାଇଲ୍ୟାଣ୍ଡର ଥାଉଜେଣ୍ଡ ହ୍ୟାଣ୍ଡସ ଡ୍ୟାନ୍ସ ଗ୍ରୁପ୍, ହିଲିୟସ ଆଞ୍ଜେଲସ ଡ୍ୟାନ୍ସଗ୍ରୁପ, ଦିଲ୍ଲୀର ଜେନିଥ୍ ଡ୍ୟାନ୍ସ ଗ୍ରୁପ୍ ଭଳି ସାଂସ୍କୃତିକ ଦଳ ସେମାନଙ୍କ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ। ଶେଷରେ ଆତସବାଜି ଓ ଲେଜର ସୋ କାର୍ଯ୍ୟକ୍ରମରେ କମ୍ପିଥିଲା କଳିଙ୍ଗ ଷ୍ଟାଡିୟମ୍। ତେବେ ସାଂସ୍କୃତିକ କାର୍ଯ୍ୟକ୍ରମର ସବୁଠୁ ଆକର୍ଷଣ ଥିଲା ବଲିଉଡ୍ ସିଙ୍ଗର ଶଙ୍କର ମହାଦେବନଙ୍କ ‘ରଙ୍ଗବତୀ’ ଗୀତ। ଦର୍ଶକ ତାଳିମାରି ନାଚିଥିଲେ।

Related story