ଏଥର ୫ ଘଣ୍ଟା ବସିବ ଅଧିବେଶନ, ରହିବ ପ୍ରଶ୍ନକାଳ ଓ ଶୂନ୍ୟକାଳ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆସନ୍ତାକାଲିଠୁ ବିଧାନସଭାର ବଜେଟ୍ ଅଧିବେଶନ ଆରମ୍ଭ ହେଉଥିବାବେଳେ ଆଜି ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଛି। କୋଭିଡ୍ କଟକଣା ଥିଲେ ମଧ୍ୟ ଏଥର ଗୃହରେ ପ୍ରଶ୍ନକାଳ, ଶୂନ୍ୟକାଳ ଓ ମୁଲତବୀ ଆଲୋଚନା ପାଇଁ ସମୟ ଧାର୍ଯ୍ୟ ହୋଇଛି। ଏଥର ବିଧାନସଭାର ଅଧିବେଶନ ନିୟମିତ ଦିନରେ ୫ଘଣ୍ଟା ଓ ବିଶେଷଦିନ ଗୁଡ଼ିକରେ ୬ଘଣ୍ଟା ଚାଲିବା ପାଇଁ ନିଷ୍ପତ୍ତି ହୋଇଛି। ଆଜି ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସର୍ବଦଳୀୟ ବୈଠକ ପରେ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି […]

assembly

Ordigital Desk
  • Published: Wednesday, 17 February 2021
  • , Updated: 17 February 2021, 06:00 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆସନ୍ତାକାଲିଠୁ ବିଧାନସଭାର ବଜେଟ୍ ଅଧିବେଶନ ଆରମ୍ଭ ହେଉଥିବାବେଳେ ଆଜି ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଛି। କୋଭିଡ୍ କଟକଣା ଥିଲେ ମଧ୍ୟ ଏଥର ଗୃହରେ ପ୍ରଶ୍ନକାଳ, ଶୂନ୍ୟକାଳ ଓ ମୁଲତବୀ ଆଲୋଚନା ପାଇଁ ସମୟ ଧାର୍ଯ୍ୟ ହୋଇଛି। ଏଥର ବିଧାନସଭାର ଅଧିବେଶନ ନିୟମିତ ଦିନରେ ୫ଘଣ୍ଟା ଓ ବିଶେଷଦିନ ଗୁଡ଼ିକରେ ୬ଘଣ୍ଟା ଚାଲିବା ପାଇଁ ନିଷ୍ପତ୍ତି ହୋଇଛି।

ଆଜି ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସର୍ବଦଳୀୟ ବୈଠକ ପରେ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ, ବିଧାନସଭାର ଅଧିବେଶନ ଚଳିତଥର ୫ଘଣ୍ଟା ଚାଲିବା ପାଇଁ ସର୍ବଦଳୀୟ ବୈଠକରେ ନିଷ୍ପତ୍ତି ହୋଇଛି। ଅଧିବେଶନରେ ଚଳିତଥର ପ୍ରଶ୍ନକାଳ ଓ ଶୂନ୍ୟ କାଳ ଏକ ଘଣ୍ଟା ଲେଖାଏଁ ଚାଲିବ। ମୁଲତବୀ ଆଲୋଚନା ଦେଢ଼ଘଣ୍ଟା ହେବ। ଯେଉଁଦିନ କିଛି ସ୍ୱତନ୍ତ୍ର ଦିନ ଥିବ ସେଦିନ ଗୃହର କାର୍ଯ୍ୟ ଏକ ଘଣ୍ଟା ଅଧିକ ଚାଲିବ। ଅନ୍ୟ ସମସ୍ତ ଦିନ ଗୃହ କାର୍ଯ୍ୟ ପ୍ରଥମାର୍ଦ୍ଧରେ ସାଢ଼େ ୧୦ଟାରୁ ସାଢ଼େ ୧ଟା ପର୍ଯ୍ୟନ୍ତ ଓ ଦ୍ୱିତୀୟାର୍ଦ୍ଧରେ ୪ଟା ୬ଟାରୁ ପର୍ଯ୍ୟନ୍ତ ଚାଲିବ। ପୂର୍ବରୁ ଦ୍ୱିତୀୟାର୍ଦ୍ଧରେ ଗୃହ ୩ରୁ ୫ଟା ପର୍ଯ୍ୟନ୍ତ ଚାଲୁଥିଲା। ଚଳିତଥର ବିଧାନସଭା ଅଧିବେଶନର ସମସ୍ତ ତଥ୍ୟ ‘ନେଭା’ ଆପ୍ ମାଧ୍ୟମରେ ଉପଲବ୍ଧ ହେବ ବୋଲି ଶ୍ରୀ ପାତ୍ର କହିଛନ୍ତି।

ସୂଚନାଯୋଗ୍ୟ, ଆସନ୍ତାକାଲିଠୁ ବିଧାନସଭାର ବଜେଟ୍ ଅଧିବେଶନ ଆରମ୍ଭ ହେବ। ପ୍ରଥମଦିନରେ ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ ନିଜର ଅଭିଭାଷଣ ରଖିବେ। ଫେବୃୟାରୀ ୨୨ତାରିଖରେ ୨୦୨୧-୨୨ ଆର୍ଥିକ ବର୍ଷର ରାଜ୍ୟ ବଜେଟ୍ ଉପସ୍ଥାପନ ହେବାକୁ ଥିବାବେଳେ ପ୍ରଥମ ପର୍ଯ୍ୟାୟ ଅଧିବେଶନ ଏପ୍ରିଲ ୯ତାରିଖ ପର୍ଯ୍ୟନ୍ତ ଚାଲିବ।

Related story