୨୯ରୁ ବିଧାନସଭା ଅଧିବେଶନ, ଏଥର ରବିବାର ବି ଚାଲିବ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନା କଟକଣା ମଧ୍ୟରେ ଚଳିତମାସ ୨୯ତାରିଖରୁ ବିଧାନସଭାର ସ୍ୱଳ୍ପକାଳୀନ ଅଧିବେଶନ ହେବ। ଚଳିତ ଅଧିବେଶନ ମାତ୍ର ୮ଦିନ ପାଇଁ ବସିବ। ରବିବାର ଛୁଟିଦିନ ସତ୍ତ୍ୱେ ବିଧାନସଭା ଅଧିବେଶନ ଚାଲିବ। ଏନେଇ ଆଜି ବିଧିବଦ୍ଧ ବିଜ୍ଞପ୍ତି ବିଧାନସଭା ସଚିବାଳୟ ପକ୍ଷରୁ ଜାରି ହୋଇଛି। ବିଧାନସଭା ସଚିବାଳୟ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ, ସେପ୍ଟେମ୍ବର ୨୯ରୁ ଅକ୍ଟୋବର ୭ତାରିଖ ପର୍ଯ୍ୟନ୍ତ ଅଧିବେଶନ ବସିବ। କେବଳ ଅକ୍ଟୋବର ୨ତାରିଖ ଗାନ୍ଧିଜୟନ୍ତୀ ପାଇଁ ବିଧାନସଭା ଛୁଟି ରହିବ। ନଚେତ୍ ଅକ୍ଟୋବର […]

assemble

Manoranjan Sial
  • Published: Monday, 14 September 2020
  • , Updated: 14 September 2020, 06:22 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନା କଟକଣା ମଧ୍ୟରେ ଚଳିତମାସ ୨୯ତାରିଖରୁ ବିଧାନସଭାର ସ୍ୱଳ୍ପକାଳୀନ ଅଧିବେଶନ ହେବ। ଚଳିତ ଅଧିବେଶନ ମାତ୍ର ୮ଦିନ ପାଇଁ ବସିବ। ରବିବାର ଛୁଟିଦିନ ସତ୍ତ୍ୱେ ବିଧାନସଭା ଅଧିବେଶନ ଚାଲିବ। ଏନେଇ ଆଜି ବିଧିବଦ୍ଧ ବିଜ୍ଞପ୍ତି ବିଧାନସଭା ସଚିବାଳୟ ପକ୍ଷରୁ ଜାରି ହୋଇଛି।

ବିଧାନସଭା ସଚିବାଳୟ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ, ସେପ୍ଟେମ୍ବର ୨୯ରୁ ଅକ୍ଟୋବର ୭ତାରିଖ ପର୍ଯ୍ୟନ୍ତ ଅଧିବେଶନ ବସିବ। କେବଳ ଅକ୍ଟୋବର ୨ତାରିଖ ଗାନ୍ଧିଜୟନ୍ତୀ ପାଇଁ ବିଧାନସଭା ଛୁଟି ରହିବ। ନଚେତ୍ ଅକ୍ଟୋବର ୭ତାରିଖ ପର୍ଯ୍ୟନ୍ତ ସମସ୍ତ ଦିନ ବିଧାନସଭା ଅଧିବେଶନ ଚାଲିବ। ଏହି ୮ଦିନିଆ ଅଧିବେଶନରେ କେବଳ ଅକ୍ଟୋବର ୬ତାରିଖଟି ପ୍ରାଇଭେଟ୍ ମେମ୍ବର୍ସ ବିଜିନେସ୍ ପାଇଁ ଆବଣ୍ଟନ କରାଯାଇଥିବାବେଳେ ଅନ୍ୟ ସମସ୍ତ ୭ଦିନ ଅଫିସିଆଲ ବିଜିନେସ୍ ରହିବ। ଚଳିତ ଅଧିବେଶନରେ ଅତିରିକ୍ତ ବଜେଟ୍ ଆସିବ ନାହିଁ। ପ୍ରଶ୍ନକାଳ କିମ୍ବା ଶୂନ୍ୟକାଳ ମଧ୍ୟ ହେବ ନାହିଁ ବୋଲି ଜଣାପଡ଼ିଛି।

ସୂଚନାଯୋଗ୍ୟ, କରୋନା କଟକଣା ମଧ୍ୟରେ ଚଳିତଥର ବିଧାନସଭା ଅଧିବେଶନ ବସିବାକୁ ଯାଉଛି। ଅଧିବେଶନ ପୂର୍ବରୁ ସମସ୍ତ ବିଧାୟକ,ମନ୍ତ୍ରୀ ଓ ବିଧାନସଭାର କର୍ମଚାରୀମାନଙ୍କର କରୋନା ପରୀକ୍ଷାକୁ ବାଚସ୍ପତି ବାଧ୍ୟତାମୂଳକ କରିବା ସହ ସାମାଜିକ ଦୂରତ୍ୱ ଓ ମାସ୍କ ପିନ୍ଧିବା ଉପରେ ଗୁରୁତ୍ୱ ଦେଇଛନ୍ତି।

Related story